୧୦ ରୁ ଅଧିକ ଛୁଆ ଜନ୍ମ କଲେ ମିଳିବ ୧୩ ଲକ୍ଷ ଟଙ୍କାର ଅର୍ଥ ପୁରସ୍କାର

0

Get real time updates directly on you device, subscribe now.

୧୦ରୁ ଅଧିକ ଛୁଆ ଜନ୍ମ କରିଲେ ମିଳିବ ଅର୍ଥ ପୁରଷ୍କାର। ଅଳ୍ପସ୍ଵଳ୍ପ ନୁହେଁ ମୋଟା ଅଙ୍କର ଅର୍ଥ ମିଳିବ। ଏମିତି ଏକ ଅଫର ଦେଇଛନ୍ତି ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଋଷର ରାଷ୍ଟ୍ରପତି ଏକ ଘୋଷଣା କରିଛନ୍ତିକି ଯଦି ଜଣେ ମହିଳା ୧୦ ରୁ ଅଧିକ ଛୁଆ ଜନ୍ମ କରନ୍ତି ତେବେ ତାଙ୍କୁ ମିଳିବ ଏକକାଳୀନ ଏକ ମୋଟା ଅଙ୍କର ମୂଲ୍ୟ ମିଳିବ। ଯାହାର ମୂଲ୍ୟ ଭାରତୀୟ ମୁଦ୍ରା ଅନୁସାରେ ୧୩ ଲକ୍ଷ ଟଙ୍କା ଅଟେ। ଭାରତୀୟ ମୁଦ୍ରା ଅନୁସାରେ ୧୩ ଲକ୍ଷରୁ ଅଧିକ ମିଳିବ। ଋଷରେ ଜନସଂଖ୍ୟା କମ ହେଉଥିବା କାରଣରୁ ଋଷର ରାଷ୍ଟ୍ରପତି ଏମିତି ପଦକ୍ଷେପ ନେଇଛନ୍ତି।

ଜନସଂଖ୍ୟା ବଢାଇବାକୁ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି ପୁଟିନ। ଏ ବିଷୟରେ ଋଷର ରାଜନୀତି ଓ ନିରାପତ୍ତା ବିଶେଷଜ୍ଞ ଡକ୍ଟର ଜନି ମାଥର୍ସ ସୂଚନା ଦେଇଛନ୍ତି। ଯୋଜନାର ନାମ ହେଉଛି ମଦର ହିରୋଇନ। ରାଷ୍ଟ୍ରପତି ପୁଟିନ କହିଛନ୍ତିକି ଯେଉଁ ଲୋକମାନଙ୍କର ପରିବାର ବଡ ସେମାନେ ଖୁବ ଦେଶପ୍ରେମୀ। ଓ ସେମାନେ ମଦର ଋଷିଆ ପ୍ରତି ଅଧିକ ନିବିଡ ହେବେ। ସୋଭିଏତ ଏରାକୁ ଫେରାଇ ଆଣିବା ପାଇଁ ପୁଟିନଙ୍କର ଏହା ଲକ୍ଷ୍ୟ ବୋଲି କହିଛନ୍ତି।

ଯେଉଁ ମହିଳାଙ୍କର ୧୦ରୁ ଅଧିକ ଛୁଆ ଥିବ ସେମାନଙ୍କୁ ମଦର ହିରୋଇନ ବୋଲି ଆଖ୍ୟା ଦିଆଯିବ ବୋଲି ସେ କହିଛନ୍ତି। ଜନି ମମଥର୍ସ କହିଛନ୍ତିକି ୧୯୯୦ ମସିହା ପରଠାରୁ ଋଷିଆରେ ଜନସଂଖ୍ୟା ସଙ୍କଟ ଦେଖାଯାଇଛି। ତାପରେ ୨୦୧୯ ମସିହାରେ ଆସିଥିବା କରୋନା ମହାମାରୀ ମଧ୍ୟ ଦେଶକୁ ଆଉ ଏକ ସଙ୍କଟରେ ପକାଇଦେଇଥିଲା। ମହାମାରୀରେ ଅନେକ ଲୋକ ପ୍ରାଣ ମଧ୍ୟ ହରାଇଥିଲେ। ତାପରେ ୟୁକ୍ରେନ ସହିତ ଯୁଦ୍ଧ ବର୍ତ୍ତମାନ ସ୍ଥିତିକୁ ଆହୁରି ସଙ୍କଟାପନ୍ନ କରିଦେଇଛି।

Leave A Reply

Your email address will not be published.