Business Idea: ଗୋଟିଏ ରୁମରେ ମାତ୍ର 5000 ଟଙ୍କା ଲଗାଇ ଆରମ୍ଭ କରନ୍ତୁ ଏହି ବିଜନେସ, ପ୍ରତ୍ୟେକ ମାସରେ ହେବ ମୋଟା ରୋଜଗାର
Business Idea: ଯଦି ଆପଣ ଏପରି କୌଣସି ବିଜନେସ ଖୋଜୁଛନ୍ତି, ଯେଉଁଠାରେ ସାମାନ୍ୟ ବିନିଯୋଗ କରି ଘରେ ବସି ଭଲ ରୋଜଗାର ମଧ୍ୟ ହୋଇପାରିବ । ଏପରି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ଏପରି ଗୋଟିଏ ବିଜନେସ ବିଷୟରେ କହୁଛୁ, ଘରର ମହିଳାମାନେ ମଧ୍ୟ ଏହି ବିଜନେସକୁ ଚଳାଇପାରିବେ । ସେମାନଙ୍କ ପାଖରେ ଥିବା ଖାଲି ଟାଇମକୁ ସଦୁପଯୋଗ କରି ଭଲ ରୋଜଗାର ମଧ୍ୟ ହୋଇପାରିବ । ଏହି ବିଜନେସ ହେଉଛି ଗିଫ୍ଟ ବକ୍ସ ତିଆରି କରିବା । ଯଦି ଆପଣଙ୍କୁ ସାଜସଜ୍ଜା କାମ କରିବାକୁ ଭଲ ଲାଗେ, ତେବେ ଆପଣ ଏହି ବିଜନେସ ମାଧ୍ୟମରେ ଭଲ ରୋଜଗାର କରିପାରିବେ ।
ବାସ୍ତବରେ ଆଜିର ସମୟରେ ଲୋକମାନେ ସ୍ପେଶଲ୍ ଓକେଜନସରେ ଗିଫ୍ଟ ବାସ୍କେଟ କିଣିବାକୁ ପସନ୍ଦ କରନ୍ତି । ଏଥିରେ ସାଧାରଣତଃ ଲୋକମାନେ ଅଧିକ ଡିସକାଉଣ୍ଟ ମଧ୍ୟ କରନ୍ତି ନାହିଁ । ମାର୍କେଟରେ ଦିନକୁ ଦିନ ଗିଫ୍ଟ ବାସ୍କେଟର ଭାବ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଜନ୍ମଦିନ, ବିବାହ ବାର୍ଷିକୀ ଏବଂ ଅନ୍ୟ ଶୁଭ ଅବସରରେ ଗିଫ୍ଟ ବାସ୍କେଟର ଡିମାଣ୍ଡ ଅଧିକାଂଶ ସହରାଞ୍ଚଳରେ ବଢ଼ିବାରେ ଲାଗିଛି ।
ଜାଣନ୍ତୁ କଣ ଏହି ଗିଫ୍ଟ ବାସ୍କେଟ ବିଜନେସ :-
ଗିଫ୍ଟ ବାସ୍କେଟର ବିଜନେସରେ ଅନେକ ପ୍ରକାରର ଗିଫ୍ଟ ଦେବାପାଇଁ ଗୋଟିଏ ଟୋକେଇ ତିଆରି କରାଯାଏ । ଯେଉଁଥିରେ ଗିଫ୍ଟକୁ ଭଲ ଭାବରେ ପ୍ୟାକ କରି ଦିଆଯାଏ । ଆପଣ ଏହି ଟୋକେଇ ଘରେ ତିଆରି କରିପାରିବେ । ଆପଣ ଅଲଗା ଅଲଗା ପ୍ରକାରର ଏବଂ ଅଲଗା ଅଲଗା ଦାମ ହିସାବରେ ଗିଫ୍ଟ ବାସ୍କେଟ ତିଆରି କରିପାରିବେ । ଆଜିର ସମୟରେ ଅନେକ କମ୍ପାନୀ ଗିଫ୍ଟ ବାସ୍କେଟ ତିଆରି କରିବାର କାମ ଆରମ୍ଭ କରିଛନ୍ତି । ସମୟ ସହିତ ଗିଫ୍ଟ ପ୍ୟାକିଙ୍ଗ ଫିଲ୍ଡରେ ଅନେକ ପରିବର୍ତ୍ତନ ଆସିଛି । ଗିଫ୍ଟ ବାସ୍କେଟ ବିଜନେସରେ ଆପଣଙ୍କୁ ବହୁତ୍ କମ ବିନିଯୋଗ କରିବାକୁ ପଡ଼ିବ । ଏହାକୁ ଆପଣ 5000 ରୁ 8000 ଟଙ୍କାରେ ଆରମ୍ଭ କରିପାରିବେ । ଏତିକିରେ ଆପଣଙ୍କ ଏହି ବିଜନେସ ସହ ଜଡ଼ିତ ସମସ୍ତ ଆବଶ୍ୟକତା ପୁରା ହୋଇଯିବ ।
ଗିଫ୍ଟ ବାସ୍କେଟ ପାଇଁ ଆବଶ୍ୟକ ହେବ ଏହି ଜିନିଷ :-
ଏହି ବିଜନେସ ଆରମ୍ଭ କରିବାପାଇଁ ଆପଣଙ୍କୁ ଗିଫ୍ଟ ବାସ୍କେଟ କିମ୍ବା ବକ୍ସ ରିବନ୍ ଆବଶ୍ୟକ ହେବ । ସେହିପରି ଏକ ରାପିଙ୍ଗ ପେପର, ଲୋକାଲ ଆର୍ଟ ଆଣ୍ଡ କ୍ରାଫ୍ଟ ଜିନିଷ, ସାଜସଜ୍ଜା ସାମଗ୍ରୀ, ଜୁଏଲାରୀ ପିସ, ପ୍ୟାକେଜିଙ୍ଗ ସାମଗ୍ରୀ, ଷ୍ଟିକର, ଫ୍ୟାବ୍ରିକ ପିସ୍, ପତଳା ତାର, କଇଁଚି, ୱୟର କଟର, ମାର୍କର ପେନ, ପେପର ଶ୍ରେଡର୍, କାର୍ଟନ ଷ୍ଟାପଲର୍, ବଲ୍ ଏବଂ କଲରିଂ ଟେପ୍ ଭଳି ଜିନିଷ ଆବଶ୍ୟକ ହେବ ।
ମାର୍କେଟିଙ୍ଗ କିପରି କରିବେ ?
ଗିଫ୍ଟ ବାସ୍କେଟ ବିଜନେସର ମାର୍କେଟିଙ୍ଗ କରିବାପାଇଁ ଗୋଟିଏ ସାମ୍ପଲ୍ ଗିଫ୍ଟ ପ୍ରସ୍ତୁତ କରିବାକୁ ପଡ଼ିବ ଏବଂ ତାକୁ ନିଜର ନିକଟସ୍ଥ ମାର୍କେଟରେ ବଡ ବଡ ଦୋକାନୀକୁ ସାମ୍ପଲ୍ ଭାବରେ ଦେଖାଇବାକୁ ପଡ଼ିବ । ଆପଣ ଚାହିଁଲେ ଅନଲାଇନ୍ ୱେବସାଇଟରେ ମଧ୍ୟ ନିଜ ସାମ୍ପଲକୁ ଅପଲୋଡ଼ କରି ଅନଲାଇନରେ ଗିଫ୍ଟ ବାସ୍କେଟକୁ ବିକ୍ରି କରିପାରିବେ । ଆପଣ ନିଜ ଗିଫ୍ଟ ବାସ୍କେଟର ଦାମ୍ ଟିକେ କମ୍ ରଖନ୍ତୁ, ଏହାଦ୍ବାରା ସବୁକିଛି ସହଜରେ ବିକ୍ରି ହୋଇଯିବ ।