ମିଡ଼ିଆ ରିପୋର୍ଟସ ଅନୁଯାୟୀ, ଋଷଭ ପନ୍ତ ଓ ଉର୍ବଶୀ ରେଉଟେଲା ଉଭୟ ପରସ୍ପରକୁ ଡେଟ କରିବା ଆରମ୍ଭ କରିଥିଲେ ଓ ସେମାନେ ନିଜ ସମ୍ପର୍କ ବିଷୟରେ ପବ୍ଲିକାଲି ଜଣାଇନଥିଲେ। 2018 ମସିହାରେ ସେ ଦୁହେଁ ପରସ୍ପର ଠାରୁ ଅଲଗା ମଧ୍ୟ ହୋଇଯାଇଥିଲେ।
ଉର୍ବଶୀ ନିଜର ସମ୍ପର୍କ ଭାରତୀୟ କ୍ରିକେଟର ସହିତ ଅଛି ବୋଲି ସମସ୍ତଙ୍କୁ ଜଣାଇବାକୁ ଚାହୁଁଥିଲେ କିନ୍ତୁ ଋଷଭ ପନ୍ତ ଏହା କଦାପି ଚାହୁଁନଥିଲେ। ଏହାପରେ ସେ ଅଭିନେତ୍ରୀଙ୍କୁ ହ୍ଵାଟ୍ସଆପରେ ବ୍ଲକ କରିଥିଲେ।
ଉର୍ବଶୀ ରେଉତେଲାଙ୍କ ମ୍ୟାନେଜର ମଧ୍ୟ କହିଥିଲେ କି, ଉର୍ବଶୀ ମଧ୍ୟ ତାଙ୍କ ନମ୍ବର ଡ଼ିଲେଟ କରିଥିଲେ। ଉଭୟ ପରସ୍ପରର ସହମତି ଯୋଗୁଁ ଏହି ସମ୍ପର୍କ ଶେଷ କରିବାକୁ ଚାହିଁଥିଲେ। ଏହାପରେ ସେମାନେ କଥାବାର୍ତ୍ତା ହେବା ମଧ୍ୟ ବନ୍ଦ କରିଦେଇଥିଲେ।
ଉର୍ବଶୀଙ୍କ ସହିତ ସବୁ ସମ୍ପର୍କ ଶେଷ କରିବାପରେ ଋଷଭ ଇଶାଙ୍କୁ ଡେଟ କରିବା ଆରମ୍ଭ କରିଦେଲେ ଓ ଏହାପରେ 2021 ରେ ସେ ସମସ୍ତଙ୍କୁ ସେମାନଙ୍କ ସମ୍ପର୍କ ବିଷୟରେ ଜଣାଇଥିଲେ।
ଋଷଭ ପନ୍ତ ଓ ଉର୍ବଶୀଙ୍କ ମାମଲା ପୁଣିଥରେ ସୋସିଆଲ ମିଡ଼ିଆରେ ସକ୍ରିୟ ହୋଇପଡିଛି। ସେମାନେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ବନିଛନ୍ତି। ଆସନ୍ତୁ ଜାଣିବା ତାଙ୍କ ବିଷୟରେ…
ଉର୍ବଶୀଙ୍କ ଏକ ଇଣ୍ଟରଭ୍ୟୁ ଭାଇରାଲ ହୋଇ ସାମ୍ନାକୁ ଆସିଛି। ତାଙ୍କର କହିବାହେଲା, ସେ ବାରଣାସୀରୁ ଶୁଟିଂ ସାରି ଦିଲ୍ଲୀ ଫେରୁଥିଲେ। 10 ଘଣ୍ଟାର ଶୁଟିଂ ପରେ ମୁଁ ଥକିଯାଇଥିଲି ଓ ଶୋଇ ଯାଇଥିଲି। ମିଷ୍ଟର ଆରପି ଆସିଲେ ଓ ସେ ଲବି ରେ ମୋର ଅପେକ୍ଷା କରିଥିଲେ। ସେ 17 ଥର ମୋତେ କଲ କଲେ କିନ୍ତୁ ମୋତେ ଜଣାନଥିଲା। ଏହାପରେ ମୋତେ ଭଲ ଲାଗିନଥିଲା ଓ ମୁଁ ତାଙ୍କ ସହିତ କଥା ହେଲି ଓ କହିଲି ଯେତେବେଳେ ତୁମେ ମୁମ୍ବଇ ଆସିବ ଆମେ ଦେଖାହେବା। ଏହାପରେ ଆମେ ଭେଟିଥିଲୁ। କିନ୍ତୁ ସେତେବେଳେ ମିଡ଼ିଆରେ କଥା ସାମ୍ନାକୁ ଆସିଯାଇଥିଲା।
ଏହାପରେ ସୋସିଆଲ ମିଡ଼ିଆରେ ଏକ ସ୍କ୍ରିନଶର୍ଟ ଭାଇରାଲ ହୋଇଥିଲା, ଯାହାକୁ ଋଷଭ ପନ୍ତଙ୍କ ଇଂଷ୍ଟା ଷ୍ଟୋରୀ ବୋଲି କୁହାଯାଉଥିଲା। ଏଥିରେ ଋଷଭ ଲେଖିଥିଲେ, କେତେ ହାସ୍ୟାସ୍ପଦ ଅଟେ ଯେବେକି ଜଣେ ଚର୍ଚ୍ଚାରେ ଓ ହେଡ଼ଲାଇନରେ ରହିବାପାଇଁ ଇଣ୍ଟରଭ୍ୟୁରେ ମିଛ କହିବେ। ଏହାଦେଖି ବହୁତ ଦୁଃଖ ଲାଗୁଛି ଲୋକେ ନେମ ଓ ଫେମ ବନାଇବା ଚକ୍କରରେ ଏମିତି କରୁଛନ୍ତି। ତାଙ୍କୁ ମୋ ଶୁଭକାମନା, #ମୋ ପିଛା ଛାଡ଼ିଦିଅ ଭଉଣୀ, #ମିଛର ମଧ୍ୟ ଲିମିଟ ଥାଏ।
ଏହାପରେ ଉର୍ବଶୀ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲରେ ଅଗଷ୍ଟ 11 ତାରିଖରେ ଲେଖିଥିଲେ, ଛୋଟୁ ଭାଇୟା କୋ ବ୍ୟାଟ ବଲ ଖେଳିବା କଥା। ମୁଁ କୋଉ ମୁନୀ ନୁହେଁ ବଦନାମ ହେବି, ୟଙ୍ଗ କିଡୋ ଡାର୍ଲିଙ୍ଗ ତେରେ ଲିଏ।