ଘରେ ଘରେ ତ୍ରିରଙ୍ଗା ଅଭିଯାନ ବିଷୟରେ ତ ଆପଣ ସମସ୍ତେ ନିଶ୍ଚିତ ଭାବରେ ଶୁଣିଥିବେ । ଏପରି ପରିସ୍ଥିତିରେ, ଯଦି ଆପଣ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଚାହାଁନ୍ତି, କିନ୍ତୁ ଆପଣ ଜାଣି ନାହାଁନ୍ତି ଯେ ଆପଣ ଏହାକୁ କେଉଁଠାରୁ କିଣିବେ, ତେବେ ଆଜିର ଏହି ଖବର ଆପଣଙ୍କ ପାଇଁ ହିଁ ଅଟେ । ଇଣ୍ଡିଆ ପୋଷ୍ଟ ଅଫିସ୍ ବହୁତ କମ୍ ମୂଲ୍ୟରେ ଜାତୀୟ ପତାକା ଯୋଗାଉଛି । ସବୁଠାରୁ ବଡ କଥା ହେଉଛି ଯେ ଆପଣ ନିକଟତମ ଡାକଘରକୁ ଯିବା ମଧ୍ୟ ଦରକାର ନାହିଁ । ଆପଣ ଏହାକୁ ଅନଲାଇନରେ ଅର୍ଡର କରିପାରିବେ । ଏହା ପରେ ଏହା ଆପଣଙ୍କ ଘରେ ପହଞ୍ଚିବ । ଆପଣଙ୍କୁ କୌଣସି ପ୍ରକାରର ଡେଲିଭରି ଚାର୍ଜ ଦେବାକୁ ପଡିବ ନାହିଁ ।
75 ତମ ସ୍ବାଧିନତା ଦିବସ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟମାନଙ୍କୁ ଅଗଷ୍ଟ 13 ଏବଂ ଅଗଷ୍ଟ 15 ତାରିଖରୁ ‘ ଘରେ ଘରେ ତ୍ରିରଙ୍ଗା ଅଭିଯାନ’ ର ଅଂଶ ଭାବରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଅନୁରୋଧ କରିଛନ୍ତି । ଘରେ ଘରେ ତ୍ରିରଙ୍ଗା ଅଭିଯାନକୁ ପ୍ରୋତ୍ସାହିତ କରିବା ପାଇଁ ଇଣ୍ଡିଆ ଡାକ କାର୍ଯ୍ୟାଳୟ ଜାତୀୟ ପତାକା ମାତ୍ର 25 ଟଙ୍କାରେ ବିକ୍ରି କରୁଛି । ଏହି ପତାକାର ଆକାର ହେଉଛି 20 x 30 ଇଞ୍ଚ । ଆପଣ ଗୋଟିଏ ଥରରେ ସର୍ବାଧିକ 5 ଟି ଫ୍ଲାଗ୍ ଅର୍ଡର କରିପାରିବେ । ଆପଣଙ୍କୁ କୌଣସି ପ୍ରକାରର ଡେଲିଭରି ଚାର୍ଜ ଆଦାୟ କରାଯିବ ନାହିଁ । ତେବେ ଆସନ୍ତୁ ଜାଣିବା କିପରି ଆପଣ ଘରେ ବସି ଅନଲାଇନରେ ଜାତୀୟ ପତାକା ଅର୍ଡର କରିପାରିବେ ।
ଏହିପରି ଅର୍ଡର କରନ୍ତୁ ଜାତୀୟ ପତାକା :-
– ଇପୋଷ୍ଟ ଅଫିସର୍ ୱେବସାଇଟ epostoffice.gov.in କୁ ଯାଆନ୍ତୁ ।
– ତାପରେ ଆପଣ ଓପନ ପ୍ରଡକ୍ଟକୁ ଯାଇପାରିବେ ।
– ଯେତେବେଳେ ଆପଣ ପ୍ରଡକ୍ଟ ଉପରେ କ୍ଲିକ୍ କରନ୍ତି, ସେତେବେଳେ ଆପଣଙ୍କୁ ସର୍ବପ୍ରଥମେ ଭାରତର ଜାତୀୟ ପତାକା ଦେଖାଯିବ ।
– ଏହାପରେ ଆପଣ କାର୍ଟରେ ଏହାକୁ ଆଡ କରିପାରିବେ ।
– ପତାକା କିଣିବା ପୂର୍ବରୁ ଆପଣଙ୍କୁ ନିଜର ଆକାଉଣ୍ଟ ନମ୍ବର ରେଜିଷ୍ଟର କରିବାକୁ ପଡ଼ିବ ।
– ତାପରେ ଆପଣଙ୍କୁ ନିଜର ମୋବାଇଲ ନମ୍ବର ଲେଖିବାକୁ ପଡିବ ।
– ଏହାପରେ ଆପଣଙ୍କ ମୋବାଇଲକୁ ଗୋଟିଏ ଓଟିପି ପଠାଯିବ । ଓଟିପି ସବମିଟ କରନ୍ତୁ ଏବଂ ତାପରେ ଆପଣଙ୍କୁ ଗୋଟିଏ ନୂତନ ୱିଣ୍ଡୋକୁ ନିଆଯିବ । ଏଠାରେ ଆପଣଙ୍କୁ ନିଜର ନାମ, ଠିକଣା ଏବଂ ଇମେଲ ଆଇଡି ଲେଖିବାକୁ ପଡ଼ିବ ।
– ଠିକଣା ଦେବା ପରେ ଆପଣଙ୍କୁ ପେମେଣ୍ଟ କରିବାକୁ ପଡ଼ିବ ।
– ଏହାପରେ ଜାତୀୟ ପତାକାକୁ ଆପଣଙ୍କ ଘରେ ଅଗଷ୍ଟ 15 ପୂର୍ବରୁ ପହଞ୍ଚାଇ ଦିଆଯିବ ।