ଇଏ କଣ ଏ ଯୁଗର କୃଷ୍ଣ ! ବଂଶୀର ସ୍ୱର ଶୁଣି ବ୍ୟକ୍ତିଙ୍କ ଦେହରେ ଆସି ବସୁଛନ୍ତି ଲକ୍ଷ ଲକ୍ଷ ମହୁମାଛି,ଜାଣନ୍ତୁ ପୁରା ଘଟଣା
ହଁ ଦର୍ଶକବନ୍ଧୁ ସୋସିଆଲ ମିଡ଼ିଆରେ ଏପରି ଗୋଟିଏ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ । ଏହି ଭାଇରାଲ ଭିଡ଼ିଓ ଦେଖିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ମହୁମାଛି ବିଷୟରେ ତ ଜାଣିଥିବେ, ଆଉ ଏହା ମଧ୍ୟ ଜାଣିଥିବେ କି ଯଦି ମହୁମାଛି ଆମକୁ କାମୁଡ଼ିବ ତାହେଲେ କେତେ ଯନ୍ତ୍ରଣା ଅନୁଭବ ହୁଏ ଦେହରେ । ମାତ୍ର ଏହି ଭାଇରାଲ ଭିଡିଓରେ ମଣିଷ ଆଉ ମହୁମାଛି ସାଙ୍ଗରେ ମିଶି ବଂଶୀର ସ୍ୱରରେ ମଜିଯାଇଛନ୍ତି ।
ତାହେଲେ ଆସନ୍ତୁ ଏହି ଘଟଣା ଉପରେ ଟିକିଏ ନଜର ପକାଇବା । ତେବେ ଦ୍ୱାପର ଯୁଗରେ କୃଷ୍ଣ ଯେପରି ତାଙ୍କର ମଧୁର ବଂଶୀର ସ୍ୱରରେ ସମସ୍ତଙ୍କୁ ଦିୱାନା କରିଦେଉଥିଲେ । ଏହି ଭାଇରାଲ ଭିଡିଓଟିରେ ଲୋକଟି ଠିକ କୃଷ୍ଣଙ୍କ ଭଳି ବଂଶୀ ରେ କୃଷ୍ଣଙ୍କ ଭଜନ ଗାଉଛି ଆଉ ସେହି ସ୍ୱରରେ ମହୁମାଛି ମାନେ ମଧ୍ୟ ମତୁଆଲା ହୋଇକି ତାଳ ଦେଉଛନ୍ତି । ତେବେ ଆପଣମାନେ ଜାଣିଥିବେ କି ସଂସାରରେ ସବୁଠାରୁ ମଧୁର ସ୍ୱର ହେଉଛି ବଂଶୀର ସ୍ୱର । ଆଉ ସେହି ବଂଶୀର ସ୍ୱର ଯାହାର କାନରେ ପଡିବ ସେ ଭାବ ବିହ୍ଵଳ ହୋଇଯିବ । କାରଣ ଆମେ ଜାଣିଛୁ ବଂଶୀର ସ୍ୱରର ମାଧୂର୍ଯ୍ୟତା ମଣିଷର ମନ, ପ୍ରାଣ ସହିତ ଆତ୍ମାର ତୃପ୍ତି ମଧ୍ୟ କରେଇଦିଏ ।
ଆଉ ଯାହାର ମଧୁର ଧ୍ୱନିର ଯାଦୁରେ ମତୁଆଲା ହୋଇଯାନ୍ତି ମଣିଷ ଠାରୁ ଆରମ୍ଭ କରି ସମସ୍ତ ଜୀବଜନ୍ତୁ । ତେବେ ଆମେ ଜାଣିଛୁ କି ଭକ୍ତିରେ ରହିଥାଏ ଶକ୍ତି । ଆଉ ଯଦି ଆପଣ ଭଗବାନଙ୍କ ଭକ୍ତିରେ ଲୀନ ହୋଇଯିବେ ଆଉ ଭକ୍ତିର ସହିତ କୌଣସି କାର୍ଯ୍ୟ କରିବେ ତାହେଲେ ଭଗବାନ ନିଶ୍ଚୟ ପ୍ରସନ୍ନ ହେବେ ଆପଣଙ୍କ ଉପରେ, ଆଉ ତାଙ୍କର ଅପାର କରୁଣାର ଧାର ଢାଳିଦେବେ ଭକ୍ତଙ୍କ ଉପରେ । ତେବେ ଭାଇରାଲ ହେଇଥିବା ଏହି ଭିଡିଓରେ ଲୋକ ଜଣଙ୍କ ଭକ୍ତିର ସହିତ କୃଷ୍ଣଙ୍କର ଏକ ଗୀତକୁ ଭକ୍ତି ଭାବରେ ବଂଶୀ ମାଧ୍ୟମରେ ଗାଇବାକୁ ଲାଗିଛି ।
ଆଉ ଲୋକଟି ସହିତ ତାଳ ଦେଉଛନ୍ତି ମହୁମାଛି ମନେ । ଏବଂ ତାଙ୍କର ସେହି ବଂଶୀର ସ୍ୱରରେ ଗୁଣୁ ଗୁଣୁ ହେଇକି ଗୀତ ଗାଇବାକୁ ଲାଗିଛନ୍ତି । ତେବେ ଆପଣମାନେ ସାଧାରଣତଃ ଜାଣିଥିବେ କି ଯଦି ମହୁମାଛି କାହାକୁ କାମୁଡି ଦିଏ ତାହେଲେ ବହୁତ ଯନ୍ତ୍ରଣା ହୋଇଥାଏ । କିନ୍ତୁ ଏହି ଭିଡିଓରେ ଯାହା ଦେଖିବାକୁ ମିଳିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା ଭଳି ଭିଡିଓଟି ହୋଇଛି । ଆଉ ଏହି ଭିଡିଓଟି ସେସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଦଶ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି, ଆଉ ବିଭିନ୍ନ ପ୍ରକାରର ଭଲ କମେଣ୍ଟ ମଧ୍ୟ ଦେଉଛନ୍ତି ।