ପେଟର X-Ray ରେ ଡାକ୍ତରଙ୍କୁ ଦେଖାଗଲା ଷ୍ଟିଲ ଗ୍ଲାସ, ରୋଗୀକୁ ପଚରାଗଲା ଭିତରକୁ କେମିତି ଗଲା ଗ୍ଲାସ ? ଆଉ ବ୍ୟକ୍ତିଜଣକ ଶୁଣାଇଲା ଅଜବ କାହାଣୀ

0

Get real time updates directly on you device, subscribe now.

ଆପଣ ଏପରି ଅନେକ ଖବର ଦେଖିଥିବେ ଏବଂ ଶୁଣିଥିବେ, ଯେଉଁଠାରେ ରୋଗୀର ପେଟରେ ବହୁତ୍ ଯନ୍ତ୍ରଣା ହୋଇଥାଏ ଏବଂ ଏକ୍ସ-ରେ ରେ ବଡ ପଥର, ମୁଦ୍ରା, ତାର ଭଳି ଜିନିଷ ଦେଖାଯାଏ । ଅନେକଥର ରୋଗୀର ପେଟରେ କଇଁଚି ମଧ୍ୟ ରହିଯାଏ । ଏପରି ସେତେବେଳେ ହୋଇଥାଏ, ଯେତେବେଳେ ଡାକ୍ତର ସର୍ଜରୀ କରୁଥିବା ସମୟରେ ତାକୁ ରୋଗୀର ପେଟରେ ହିଁ ଭୁଲିଯାଆନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଆଶ୍ଚର୍ଯ୍ୟଜନକ ମାମଲା କହିବାକୁ ଯାଉଛୁ, ଯେଉଁଠାରେ ଜଣେ ବ୍ୟକ୍ତି ପେଟରୁ ଷ୍ଟିଲ ଗ୍ଲାସ ବାହାରିଲା । ଯେତେବେଳେ ବ୍ୟକ୍ତିଙ୍କୁ ପଚରାଗଲା ଯେ ଏହି ଗ୍ଲାସ୍ ଭିତରକୁ କେମିତି ଗଲା, ସେତେବେଳେ ସେ ବହୁତ୍ ଆଶ୍ଚର୍ଯ୍ୟଜନକ ଉତ୍ତର ଦେଲା ।

ବ୍ୟକ୍ତିଙ୍କ ପେଟରୁ ବାହାରିଲା ଷ୍ଟିଲ ଗ୍ଲାସ :-

ବାସ୍ତବରେ ଏହି ଅନନ୍ୟ ମାମଲା ଉତ୍ତରପ୍ରଦେଶର ଯୌନପୂର୍ ଜିଲ୍ଲାର ଭାଟୋଲି ଗାଁର ଅଟେ । ଏଠାରେ 50 ବର୍ଷର ସମରନାଥ ପେଟ ପୀଡ଼ାର ଅଭିଯୋଗ ନେଇ ଡାକ୍ତର ଲାଲ ବାହାଦୁର ସିଦ୍ଧାର୍ଥଙ୍କ ପାଖରେ ପହଞ୍ଚିଲା । ସେ କହିଲେ ଯେ ଗତ ତିନି ଚାରି ଦିନ ଧରି ପେଟରେ ବହୁତ୍ ଯନ୍ତ୍ରଣା ହେଉଛି । ଅନେକ ଡାକ୍ତରଙ୍କୁ ମଧ୍ୟ ଦେଖାଇଲେ, କିନ୍ତୁ ଆରାମ ଲାଗୁନାହିଁ । ଏପରି ପରିସ୍ଥିତିରେ ଡାକ୍ତର ସମରନାଥଙ୍କ ଏକ୍ସ- ରେ କରାଇଲେ । କିନ୍ତୁ ଏଥିରେ ଯାହା ଦେଖାଗଲା, ତାକୁ ଦେଖି ଡାକ୍ତର ମଧ୍ୟ ଗୋଟିଏ ମୁହୂର୍ତ୍ତ ପାଇଁ ଡରିଗଲେ ।

ବ୍ୟକ୍ତିଙ୍କ ପେଟରେ ଷ୍ଟିଲ ଗ୍ଲାସ ଦେଖାଯାଉଥିଲା । ଏପରି ପରିସ୍ଥିତିରେ ଡାକ୍ତରମାନେ ତାଙ୍କର ତୁରନ୍ତ ସର୍ଜରୀ କଲେ ଏବଂ 2 ଘଣ୍ଟାର ଅପରେସନ ପରେ ତାଙ୍କ ପେଟରୁ ଗ୍ଲାସ ବାହାର କରିଦେଲେ । ବର୍ତ୍ତମାନ ପ୍ରଶ୍ନ ଏହା ଆସୁଛି ଯେ ପ୍ରକୃତରେ ଏତେ ବଡ ଗ୍ଲାସ ବ୍ୟକ୍ତିଙ୍କ ପେଟ ଭିତରକୁ କେମିତି ଗଲା ? ଯେତେବେଳେ ଡାକ୍ତର ତାଙ୍କୁ ଏ ବିଷୟରେ ପଚାରିଲେ, ସେତେବେଳେ ସେ ଏମିତି କଥା ଶୁଣାଇଲା, ଯାହାକୁ ଶୁଣି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ ।

ପୀଡ଼ିତ ବ୍ୟକ୍ତି କହିଲେ – ସାଙ୍ଗମାନେ ପଛପଟେ ଭିତରକୁ ପୁରାଇ ଦେଲେ :-

ବ୍ୟକ୍ତିଜଣକ କହିଲେ ଯେ ଏହି ଗ୍ଲାସ ତାଙ୍କ ସାଙ୍ଗମାନେ ତାଙ୍କ ପ୍ରାଇଭେଟ୍ ପାର୍ଟ ଦ୍ଵାରା ଭିତରକୁ ପୁରାଇଛନ୍ତି । ସେ ନିଜ ସାଙ୍ଗମାନଙ୍କ ସହ ମଦ ପିଉଥିଲା । କିନ୍ତୁ କୌଣସି କଥାକୁ ନେଇ ତାଙ୍କର ବିବାଦ ହୋଇଗଲା । ତାପରେ ଝଗଡା ସମୟରେ ସାଙ୍ଗମାନେ ତାଙ୍କ ପଛପଟେ ଗ୍ଲାସକୁ ଭିତରକୁ ପୁରାଇଦେଲେ । ତେବେ କାହାର ପ୍ରାଇଭେଟ୍ ପାର୍ଟ ଦ୍ଵାରା ଗ୍ଲାସକୁ ପେଟ ଯାଏଁ ପୁରାଇବା କଥା ଅନେକ ଲୋକ ବିଶ୍ୱାସ କରୁନାହାନ୍ତି । ତେବେ କାରଣ ଯାହା ବି ହୋଇଥାଉ ନା କାହିଁକି ଏହି ସର୍ଜରୀ ପରେ ରୋଗୀଙ୍କୁ ବହୁତ୍ ଆରାମ ମିଳୁଛି ।

ସେପଟେ ସୋସିଆଲ ମିଡିଆରେ ଯେତେବେଳେ ଏହି ନ୍ୟୁଜ୍ ସାମ୍ନାକୁ ଆସିଲା, ସେତେବେଳେ ଏହାକୁ ପଢ଼ି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । କେହି ବିଶ୍ବାସ କରିପାରୁନାହାନ୍ତି ଯେ ଏମିତି ବି ହୋଇପାରେ । ପ୍ରାୟତଃ ଭୁଲରେ ଛୋଟ ମୋଟ ଜିନିଷ ହିଁ ଭିତରକୁ ଚାଲିଯାଏ । କିନ୍ତୁ ଏତେ ବଡ ଷ୍ଟିଲ ଗ୍ଲାସକୁ କିପରି ପେଟରେ ପୁରାଇ ହେବ ଏହା ଚିନ୍ତା କରି କରି ହିଁ ଲୋକମାନେ ମୁଣ୍ଡରେ ହାତ ଦେଉଛନ୍ତି ।

Leave A Reply

Your email address will not be published.