ମଧ୍ୟପ୍ରଦେଶର ଗୁଆଲିୟରରେ ଜଣେ ବନ୍ଧୁ ଆଉ ଜଣେ ବନ୍ଧୁଙ୍କୁ ଚାପୁଡ଼ା ମାରିଥିଲା ଓ ଏହାର ପ୍ରତିଶୋଧ ନେବାପାଇଁ ବନ୍ଧୁ ଜଣକ ନିଜ ବନ୍ଧୁଙ୍କୁ ନିଶାରେ ତାଙ୍କ ମୁଣ୍ଡକୁ ପଥରରେ ପିଟିଦେଲା। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ସେଠାରେ ନରେଶ ଉର୍ଫୁ ଛୋଟୁ ବାଥମ ଜୀବନ ହାରିଥିଲା।
ହତ୍ୟା କରିବା ଚକରରେ ପ୍ରଥମେ ଜଣେ ବନ୍ଧୁ ମୃତ ହୋଇଥିବା ବନ୍ଧୁଙ୍କୁ ଘରୁ ଡ଼ାକି ନେଇଥିଲେ ଯାହାକି ସିସିଟିଭିରେ ରେକର୍ଡ଼ ହୋଇଥିଲା। ପୋଲିସ ପ୍ରଥମେ ହତ୍ୟା ଆରୋପରେ ତିନିଜଣଙ୍କୁ ଗିରଫ କରିଥିଲା ଓ ମୃତ୍ୟୁପରେ ପୋଲିସ ହତ୍ୟା କେସ ରୁଜୁ କରିଥିଲା।
ନରେଶଙ୍କୁ ତାଙ୍କ ବନ୍ଧୁ ଯୋଗେଶ ବର୍ମା ଧୋଖାରେ ଘରୁ ଡ଼କାଇ ତାଙ୍କୁ ନିଶା ପିଇବାକୁ ଦେଇଥିଲା ଓ ଏହାପରେ ତାଙ୍କ ମୁଣ୍ଡକୁ ପଥରରେ ପିଟିଦେଲା, ନରେଶଙ୍କୁ ସେଠାରେ ଘାୟଲ କରିବାପରେ ଯୋଗେଶ ତାଙ୍କୁ ମୃତ ଭାବି ନିଜ ମାମୁଁ ଘର ୟୁପିରେ ଲୁଚିଥିଲେ।
ଯୋଗେଶକୁ ପୋଲିସ ଝାଂଶୀରେ ଧରିଥିଲା। ଯୋଗେଶକୁ ପଚାରିବାପରେ ସେ କହିଥିଲେ ନରେଶଙ୍କୁ ମାରିବାରେ ସେ ଓ ତାଙ୍କ ଭାଇ ପଙ୍କଜ ଆଉ ଅନ୍ୟ ସାଙ୍ଗମାନେ ତାଙ୍କ ସାଥ ଦେଇଥିଲେ।
ଆରୋପୀ ଯୋଗେଶ କହିଥିଲା, ତାଙ୍କୁ ଜଣାଥିଲା ଏକଲା ନରେଶକୁ କାବୁ କରାଯାଇ ପାରିବନାହିଁ ସେଥିପାଇଁ ସେ ନିଜର ଭାଇ ପଙ୍କଜ ଓ ଅନ୍ୟଙ୍କୁ ସାଥିରେ ନେଇଥିଲେ।
ଆରୋପୀ ଯୋଗେଶ ପୋଲିସକୁ କହିଥିଲା କି, କିଛି ମାସ ପୂର୍ବେ ଏକ ବିବାଦକୁ ନେଇ ମୃତକ ନରେଶ ତାଙ୍କୁ ଏକ ଚାପୁଡ଼ା ମାରିଥିଲେ। ଯାହାର ପ୍ରତିଶୋଧ ନେବାପାଇଁ ସେ ତାଙ୍କୁ ତିନିଦିନ ପୂର୍ବରୁ ମାରିବାର ଯୋଜନା ବନାଇଥିଲେ।
ପୋଲିସ ଏହି ହତ୍ୟା ମାମଲାରେ ଆରୋପୀ ଯୋଗେଶ ଓ ତାଙ୍କ ଭାଇ ପଙ୍କଜ, ନାବାଳିକ ସାଙ୍ଗଙ୍କୁ ଗିରଫ କରି ଜେଲ ପଠାଇଛି। ଏହି ମାମଲାକୁ ନେଇ ହଜିରା ବାଦ ଥାନା ଅଧିକାରୀ ରବି ଭୋଦରିଆ କହିଥିଲେ କି, ହତ୍ୟାର ଏହି ମାମଲାରେ ଧାରା 307 ଅନ୍ତର୍ଗତ କେସ ଦର୍ଜ ହୋଇସାରିଛି ଓ ଆରୋପୀଙ୍କୁ ଗିରଫ କରାଯାଇ ଜେଲ ପଠାଯାଇଛି।