ନିଜର ଗର୍ଭବତୀ ଝିଅକୁ ଅଟୋ ଚଢ଼ାଇ ମାରିଦେବାକୁ ବସିଥିଲା ବାପା,ସାମ୍ନାକୁ ଆସିଲା ଭିଡ଼ିଓ,ଦେଖନ୍ତୁ ……….

0

Get real time updates directly on you device, subscribe now.

କୁହାଯାଏ ପ୍ରେମର କୌଣସି ଧର୍ମ ନଥାଏ। ଯେତେବେଳେ ଦୁଇଟି ମନ ପରସ୍ପର ସହିତ ମିଶିଥାଏ ସେତେବେଳେ ସେମାନେ କୌଣସି ଧର୍ମକୁ ଦେଖିନଥାନ୍ତି। କିନ୍ତୁ ରାଜସ୍ଥାନର ଭରତପୁରରେ ଜଣେ ମୁସଲିମ ଝିଅକୁ ଜଣେ ହିନ୍ଦୁ ଯୁବକ ସହିତ ପ୍ରେମ ହୋଇଯିବା ଭାରି ପଡ଼ିଛି। ପରିବାର ଲୋକେ ତାଙ୍କ ଜୀବନର ଶତ୍ରୁ ହୋଇଗଲେ। ଯୁବତୀର ପିତା ସିଧା ତାଙ୍କୁ ଅଟୋ ଚଢ଼ାଇ ମାରିଦେବାକୁ ଆସିଥିଲା। ଆସନ୍ତୁ ଏହା ବିଷୟରେ ବିସ୍ତାରିତ ରୂପରେ ଜାଣିବା।

ଏହି ଘଟଣା ସମ୍ପୂର୍ଣ୍ଣ ଭାବରେ ନଗମା ଓ ନରେନ୍ଦ୍ର ସୋନିଙ୍କ ଲଭ ଷ୍ଟୋରୀ ଉପରେ ରହିଛି। ନଗମା ଓ ନରେନ୍ଦ୍ର ଉଭୟ ଏକ ଅଞ୍ଚଳରେ ରୁହନ୍ତି। ଉଭୟଙ୍କ ବନ୍ଧୁତା କେତେବଳେ ପ୍ରେମରେ ବଦଳିଗଲା ରହ କାହାରିକୁ ଜଣାନଥିଲା। ସେ ପ୍ରେମରେ ଏକାଠି ରହିବାପାଇଁ ବିବାହ କରିବାକୁ ମନସ୍ଥ କଲେ କିନ୍ତୁ ନଗମାଙ୍କ ପରିବାର କୌଣସି ମତରେ ଏଥିରେ ରାଜି ନଥିଲେ।

ପିତା କଲେ ଆକ୍ରମଣ:-

ନଗମା ଓ ନରେନ୍ଦ୍ର ସୋନିଙ୍କୁ ବହୁତବାର ଜୀବନରୁ ମାରିଦେବାର ଧମକ ମିଳିସାରିଛି। ଜୁଲାଇ 28 ତାରିଖରେ ନଗମାଙ୍କ ପିତା ତାଙ୍କ ଉପରେ ଜୀବନ ନେବା ଆକ୍ରମଣ କରିଦେଲେ।ଏହିଦିନ ନରେନ୍ଦ୍ର ନିଜ ଗର୍ଭବତୀ ପତ୍ନୀ ନଗମାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନେଇ ଆସିଥିଲେ ଓ ଏହି ସମୟରେ ନଗମାଙ୍କ ପିତା ଅଟୋ ନେଇ ଆସିଲେ ଓ ତାଙ୍କୁ ଚଢ଼ାଇ ମାରିଦେବାକୁ ଚେଷ୍ଟା କରିଥିଲେ। ନଗମା କିନ୍ତୁ କୌଣସି ମତେ ନିଜ ଜୀବନ ବଞ୍ଚାଇବାରେ ସଫଳ ହେଲେ।

ଏବେ ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ସମ୍ପୂର୍ଣ୍ଣ ଘଟଣା ସିସିଟିଭି ଫୁଟେଜରେ କଏଦ ହୋଇଯାଇଛି। ଏହି ଘଟଣା ପରେ ନଗମା ଓ ନରେନ୍ଦ୍ର ବହୁତ ଡ଼ରି ଯାଇଛନ୍ତି ଓ ସେମାନେ ଜିଲ୍ଲା କଲେକ୍ଟରଙ୍କ ପାଖରେ ସାହାର୍ଯ୍ୟର ଗୁହାରି ଲଗାଇଛନ୍ତି। ନଗମା କଲେକ୍ଟରଙ୍କ ପାଖରେ କହିଥିଲେ, କଲେକ୍ଟର ସାହାବ, ମୁଁ ମୁସଲିମ ଅଟେ ଓ ମୋର ସ୍ୱାମୀ ହିନ୍ଦୁ ଅଟେ। ଆମେ ଦୁହେଁ ପରସ୍ପରକୁ ଭଲ ପାଇ ବାହା ହେଲୁ ଓ ମୁଁ ଗର୍ଭବତୀ ରହିଛି। ଏଥିରେ ଆମ ପରିଜନ ଲୋକେ ଓ ମୋ ବାପା ଆମକୁ ମାରିବାକୁ ଚେଷ୍ଟା କରୁଛନ୍ତି। ଆମକୁ ସୁରକ୍ଷା ଦିଅନ୍ତୁ।

ପତି ପତ୍ନୀଙ୍କୁ ଦିଆଯିବ ସୁରକ୍ଷା:-

ଏହି ମାମଲାରେ ଅତିରିକ୍ତ ଜିଲ୍ଲା କଲେକ୍ଟର ବିନା ମହାବର ବତାଇଲେ କି, ଆମକୁ ନଗମା ଓ ନରେନ୍ଦ୍ରଙ୍କ ଗୁହାରି ପତ୍ର ମିଳିଥିଲା। ଏହାପରେ ସେମାନଙ୍କ ସୁରକ୍ଷା ପାଇଁ ମୁଁ ଜିଲ୍ଲା ଏସପିଙ୍କୁ ପତ୍ର ପ୍ରେରିତ କରିଛି।

Leave A Reply

Your email address will not be published.