ଜୀବନଦାତା ପାଲଟିଲା ବଡ ଭାଇ, ସାନ ଭାଇ ଛାତ ଉପରୁ ପଡ଼ିବାରୁ ଏମିତି ବଞ୍ଚାଇଲା ଜୀବନ, CCTV ରେ କଏଦ ହେଲା ପୁରା ଘଟଣା, ଦେଖନ୍ତୁ ଭିଡିଓ

0

Get real time updates directly on you device, subscribe now.

କକା ଏବଂ ବାପାଙ୍କ ପରେ ବଡ ଭାଇ ଘରର ମୁଖିଆ ହୋଇଥାନ୍ତି । ତାଙ୍କ ଉପରେ ଘରର ସବୁ ଦାୟିତ୍ଵ ରହିଥାଏ । ଯଦି କେହି ତାଙ୍କର ଛୋଟ ଭାଇ କିମ୍ବା ଭଉଣୀ ହୋଇଥିବ, ତେବେ ତାର ଦେଖାଶୁଣା ମଧ୍ୟ କରନ୍ତି । ତାକୁ ସବୁ ସମସ୍ୟାରୁ ବଞ୍ଚାଇଥାଏ । ଆଜି ଆମେ ଆପଣଙ୍କୁ ଏମିତି ଜଣେ ବଡ ଭାଇ ସହ ପରିଚିତ କରାଇବାକୁ ଯାଉଛୁ, ଯିଏ ନିଜ ସାନ ଭାଇ ପାଇଁ ଜୀବନଦାତା ପାଲଟିଗଲା ।

ସାନ ଭାଇ ଛାତରୁ ପଡ଼ିଲା, ବଡ଼ଭାଇ ଏହିପରି ବଞ୍ଚାଇଲା ଜୀବନ :-

କେରଳର ମଲାପ୍ପୁରମରେ ଦୁଇଜଣ ଭାଇ ଘରର କିଛି କାମ କରୁଥିଲେ । ସାନ ଭାଇ ଛାତ ଉପରେ ଥିଲା ଏବଂ ବଡ ଭାଇ ତଳେ ଥିଲା । କାମ କରିବା ସମୟରେ ସାନଭାଇ ଖସି ଯାଇ ଛାତରୁ ତଳେ ପଡିବାକୁ ଲାଗେ । ତେବେ ଏହି ସମୟରେ ବଡଭାଇର ନଜର ତା ଉପରେ ପଡ଼ିଯାଏ । ତାପରେ ଯାହା ହୁଏ, ସେହିପାଇଁ ପରିବାରର ଜୀବନ ବଞ୍ଚିଯାଏ ।

ବାସ୍ତବରେ ସାନଭାଇ ଛାତରୁ ପଡ଼ିଯିବା ମାତ୍ରେ ହିଁ ବଡ଼ଭାଇ ତୁରନ୍ତ ତାକୁ କ୍ୟାଚ କରିନିଏ । ସାନଭାଇ ମୁଣ୍ଡ ତଳକୁ ଥିବା ଅବସ୍ଥାରେ ଛାତରୁ ଖସିପଡେ । ଖୁସିର କଥା ଯେ ସେହି ସମୟରେ ବଡ଼ଭାଇ ତାକୁ ଦେଖିନିଏ । ସେ ତଳକୁ ପଡ଼ିବା ସମୟରେ ତାକୁ ନିଜ କୋଳରେ କ୍ୟାଚ କରିନିଏ । ଏହାଦ୍ବାରା ସାନଭାଇ ତଳେ ପଡ଼ିବା ବଦଳରେ ଭାଇର କୋଳରେ ପଡେ । ଏହିପରି ଭାବେ ସାନଭାଇର ମୁଣ୍ଡ ଫାଟିବାରୁ ବଞ୍ଚିଯାଏ ।

CCTV ରେ କଏଦ ହେଲା ପୁରା ଘଟଣା :-

ଏହି ପୁରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଯାଏ । ବର୍ତ୍ତମାନ ଏହି ପୁରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ସମସ୍ତେ ବଡଭାଇକୁ ରିଅଲ ହିରୋ କହୁଛନ୍ତି । ସେ ଯେମିତି ଭାବେ ନିଜ ସନଭାଇକୁ ବଞ୍ଚାଇଲା, ତାହା ସତରେ ପ୍ରଶଂସା ଯୋଗ୍ୟ ଅଟେ । ସେହି ସମୟରେ ବଡ଼ଭାଇ ପାଇପ ଦ୍ଵାରା କିଛି କାମ କରୁଥିଲା । କିନ୍ତୁ ସାନଭାଇକୁ ପଡ଼ିବାର ଦେଖି ସେ ତୁରନ୍ତ ପାଇପ୍ ଛାଡିଦେଲା ଏବଂ ତାକୁ କ୍ୟାଚ କରିଦେଲା ।

ଏଠାରେ ଦେଖନ୍ତୁ ବଡ଼ଭାଇ କେମିତି ସାନଭାଇକୁ ବଞ୍ଚାଇଲା :-

Leave A Reply

Your email address will not be published.