୩୦୦୦ ଟଙ୍କାରୁ ଆରମ୍ଭ କରିଥିଲେ ବ୍ୟବସାୟ, ଆଉ ବିଭିନ୍ନ ପ୍ରକାର ସମସ୍ୟା ସହ ଲଢି ଠିଆ କଲେ ୧୩୦ କୋଟିର କମ୍ପାନୀ,ଜାଣନ୍ତୁ ତଙ୍କ ସଫଳତାର ରହସ୍ୟ ବିଷୟରେ….

0

Get real time updates directly on you device, subscribe now.

ସମସ୍ତେ ଜୀବନରେ ସଫଳ ହେବାକୁ ଚାହାନ୍ତି କିନ୍ତୁ ଏହି ସଫଳତା ଏତେ ସହଜରେ ମିଳେନାହିଁ|ଏଥିପାଇଁ କଠିନ ପରିଶ୍ରମ ସହ ସଂଘର୍ଷ କରିବାକୁ ପଡେ|ଲୋକମାନେ କହନ୍ତି ପରିଶ୍ରମ ଫଳରେ କାମକୁ ଟଙ୍କାରେ ପରିଣତ କରାଯାଇପାରେ|

କିଛି ଲୋକ କୋଟି କୋଟି ଟଙ୍କା ବ୍ୟବସାୟରେ ନିବେଶ କରିଥାନ୍ତି|କିନ୍ତୁ ଯାହା ପାଖରେ କିଛି ନାହିଁ ସିଏ କ’ଣ କରିବ? ଆର୍ଥିକ ଭାବେ କମଜୋର ଥିବା ବ୍ୟକ୍ତି ବାରମ୍ବାର ଭାବିଥାଏ|ମନେରଖନ୍ତୁ ଯିଏ ମାନସିକ ଭାବେ ମଜବୁତ୍ କୈାଣସି ସମସ୍ୟା ପ୍ରତିବନ୍ଧକ ହୋଇପାରିବ ନାହିଁ|ଏହାକୁ ନୀଲମ ମୋହନ ସତ୍ୟ ସାବ୍ୟସ୍ତ କରି ଦେଖାଇଛନ୍ତି|

ଯେଉଁ ଲୋକଙ୍କ ପାଇଁ ଆର୍ଥିକ ସମସ୍ୟାର ପ୍ରତିବନ୍ଧକ ହୋଇଥାଏ ସେମାନଙ୍କ ପାଇଁ ନୀଲମ ମୋହନ ପ୍ରେରଣା ଅଟନ୍ତି|ତାଙ୍କ ଠାରୁ ଶିଖିବାର ଅଛି କିପରି ସେ ୩୦୦୦ ଟଙ୍କାରେ ବ୍ୟବସାୟ ଆରମ୍ଭ କରି ୧୩୦ କୋଟି ଟଙ୍କାର‌ କମ୍ପାନୀରେ ପରିବର୍ତ୍ତନ କରିଥିଲେ|

ଦ ୱକ୍ ଏଣ୍ଡ ର ରିପୋର୍ଟ ମୁତାବକ ଵନାରସ ହିନ୍ଦୁ ୟୁନିଭରସିଟିରୁ ବିଏ କରିଥିବା ନୀଲମ ମୋହନଙ୍କ ବିବାହ ଆଆଇଟି- ଏମବିଏ ପ୍ରୋଫେସନାଲ ଅମିତ ମୋହନ ସହ ହୋଇଥିଲା ଯେତେବେଳେ ସେ ୨୧ ବର୍ଷର ହୋଇଥିଲେ|ଫଳରେ ପତିଙ୍କ ସହ ଦିଲ୍ଲୀ ଆସିବାକୁ ପଡିଲା|୧୯୭୭ ରେ ୨୨ ବର୍ଷ ବୟସରେ ସେ ଫନି ଫେସନ ନାମକ କମ୍ପାନୀ ଆରମ୍ଭ କରିଥିଲେ|୧୯୭୮ରେ ପ୍ରେଗନାଂଟ ଯୋଗୁଁ ଲମ୍ବା ଛୁଟି ନେବାକୁ ପଡିଲା|ସେ ଦିଲ୍ଲୀରେ ରହି ଫ୍ରି ଲାନ୍ସର ଭାବେ ପୁରୁଷ କପଡା ଡିଜାଇନ୍ କାମ କଲେ ଓ ୟୁପି ଏକ୍ସପୋର୍ଟ କର୍ପୋରେସନ ସହ ମିଶି କାମ କଲେ|

ସେ ମାସିକ ୩୦୦୦ ଟଙ୍କା ଦରମାରେ କାମ କରୁଥିଲେ|ଚାକିରୀ ସମୟରେ ସେ ନିଜେ ନିଜ କାମ କରିବା କଥା ଭାବିଲେ|ଏଥିପାଇଁ ଦୋସ୍ତ ହରମିନ୍ଦର ସହ କାମ ଆରମ୍ଭ କରିଥିଲେ|ହରମିନ୍ଦର ଓ ଦୋସ୍ତ ସୁଶୀଲ କୁମାର ସହ ୧୯୮୩ରେ ଓପେରା ହାଉସ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ଆରମ୍ଭ କରିଥିଲେ|ପ୍ରଥମ ବର୍ଷ କମ୍ପାନୀର ଟର୍ନ ଓଭର ୧୫ ଲକ୍ଷ ଟଙ୍କା ପହଞ୍ଚି ଯାଇଥିଲା|

ନିଜସ୍ଵ କାରଣ ଯୋଗୁଁ ସେ ନିଜ ପତି ନୀଲମ ମୋହନ ୧୯୯୧ ରେ ଅଲଗା ହୋଇଥିଲେ|କମ୍ପାନୀ ଅଂଶୀଦାର ମାନଙ୍କ ମଧ୍ୟରେ ମତଭେଦ ଯୋଗୁଁ ଛାଡ଼ିବାକୁ ପଡ଼ିଥିଲା|ଏତେସବୁ ହେଲାପରେ ମଧ୍ୟ ସେ ହାର ମାନିଲେ ନାହିଁ|୪ ଜଣ ଦର୍ଜି ସହ ମିଶି ୧୯୯୩ ରେ ମଙ୍ଗୋଲିଆ ବ୍ଲୁଜୁମ ନାମକ କମ୍ପାନୀ ଆରମ୍ଭ କରିଥିଲେ|ସେ ଗୋଟିଏ ଘର କିଣି ଫ୍ଯାକ୍ଟ୍ରିରେ ପରିବର୍ତ୍ତନ କରିଥିଲେ|ଏହାପରେ କମ୍ପାନୀ ଦେବାଳିଆ ହୋଇଥିଲା|ଏହାପରେ ସେ ବନ୍ଧୁଙ୍କ ଠାରୁ ସହାୟତା ନେଇ କମ୍ପାନୀ ବଢ଼ାଇଥିଲେ|ଏଵେ ତାଙ୍କ କମ୍ପାନୀର ନେଟ ୱର୍ଥ ୧୩୦ କୋଟି ଟଙ୍କା ଅଟେ|

Leave A Reply

Your email address will not be published.