ମାଗଣା ରାସନ ହିତାଧିକାରୀଙ୍କୁ ଲାଗିବ ଝଟକା । ସରକାର ବନ୍ଦ କରିବାକୁ ଯାଉଛନ୍ତି ମାଗଣା ଖାଦ୍ୟ ଶସ୍ୟ ଯୋଜନା

0

Get real time updates directly on you device, subscribe now.

ରିଜର୍ଭ ବ୍ୟାଙ୍କ ପରେ ଅର୍ଥ ମନ୍ତ୍ରାଳୟ ମଧ୍ୟ ମାଗଣା ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛି । କରୋନା ମହାମାରୀ ସମୟରୁ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାସନ୍ ସାମଗ୍ରୀ ଯୋଗାଇ ଦିଆଯାଉଛି । ଶେଷଥର ପାଇଁ ଗତ ମାର୍ଚ୍ଚରେ ଏହାକୁ ୬ ମାସ ପାଇଁ ଅର୍ଥାତ୍ ଆସନ୍ତା ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରା ଯାଇଥିଲା । ତେବେ ସେପ୍ଟେମ୍ବର ପରେ ଏହି ଯୋଜନାର ଅବଧି ଆଉ ନବଢ଼ାଇବାକୁ ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ଯୁକ୍ତି ଦର୍ଶାଇଛି ।

କେବଳ ମାଗଣା ଖାଦ୍ୟ ଯୋଜନା ନୁହେଁ, କୌଣସି ପ୍ରକାର ବଡ଼ଧରଣର ଟିକସ ହ୍ରାସକୁ ମଧ୍ୟ ବ୍ୟୟ ବିଭାଗ ବିରୋଧ କରିଛି । ଏସବୁ କରାଗଲେ, ସରକାରଙ୍କ ବିତ୍ତୀୟ ସ୍ଥିତି ବିଗିଡ଼ିଯିବ ବୋଲି ବ୍ୟୟ ବିଭାଗ ସତର୍କ କରାଇ ଦେଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ସରକାର ସଂଶୋଧିତ ଅଟକଳରେ ଖାଦ୍ୟ ସବ୍‌ସିଡି ବାବଦ ବ୍ୟୟ ୨.୮୬ ଲକ୍ଷ କୋଟି ଟଙ୍କା ରହିଥିଲା । ୨୦୨୨-୨୩ରେ ଏ ବାବଦ ବ୍ୟୟ ୨.୦୭ କୋଟି ଟଙ୍କା ରହିବା ନେଇ ବଜେଟରେ ଆକଳନ କରାଯାଇଛି । କିନ୍ତୁ, ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଖାଦ୍ୟ ଯୋଜନା ବୃଦ୍ଧି କରାଯାଇଥିବାରୁ ଉକ୍ତ ସବ୍‌ସିଡି ବିଲ୍ ୨.୮୭ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ ।

ଆଉ ସେପ୍ଟେମ୍ବର ମାସ ପରେ ଯଦି ଉକ୍ତ ଯୋଜନାକୁ ଆଉ ୬ ମାସ ବଢ଼ାଇ ଦିଆଯାଏ, ତା’ହେଲେ ସବ୍‌ସିଡି ବୋଝ ଆଉ ୮୦ ହଜାର କୋଟି ଟଙ୍କା ୨୦୨୨-୨୩ ବର୍ଷରେ ବଢ଼ିଯିବ । ଅର୍ଥାତ୍ ଖାଦ୍ୟ ସବ୍‌ସିଡି ବାବଦ ଖର୍ଚ୍ଚ ୩.୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଯିବ । ତେଣୁ, ମାଗଣା ଖାଦ୍ୟ ପ୍ରଦାନର ଅବଧି ବୃଦ୍ଧି କିମ୍ବା ଟିକସ ହ୍ରାସ ସରକାରଙ୍କ ବିତ୍ତୀୟ ସ୍ଥିତିକୁ ବିଗାଡ଼ି ଦେବ ।

ନିକଟରେ ମଧ୍ୟ ସରକାର ମାଗଣା ରାସନ ପ୍ରଦାନର ଅବଧି ବୃଦ୍ଧି, ସାର ସବ୍‌ସିଡି ରାଶି ବୃଦ୍ଧି, ରନ୍ଧନ ଗ୍ୟାସ ଉପରେ ପୁନର୍ବାର ସବ୍‌ସିଡି ପ୍ରଦାନ, ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ ଏବଂ ଖାଇବା ତେଲ ଓ ଅନ୍ୟ କେତେକ ସାମଗ୍ରୀ ଉପରେ ଆମଦାନି ଶୁଳ୍କ ହ୍ରାସ ଦେଶର ବିପତ୍ତୀୟ ସ୍ଥିତି ଉପରେ ଗୁରୁତର ପ୍ରଭାବ ପକାଇଛି । ତେଣୁ ସେପ୍ଟେମ୍ବର ପରେ ଉକ୍ତ ଯୋଜନାର ଅବଧି ଉଭୟ ଖାଦ୍ୟ ସୁରକ୍ଷା ଓ ବିତ୍ତୀୟ ଦୃଷ୍ଟିକୋଣରୁ ବୃଦ୍ଧି କରିବା ଠିକ୍‌ ହେବ ନାହିଁ ବୋଲି ଅର୍ଥ ମନ୍ତ୍ରାଳୟ କହିଛି ।

Leave A Reply

Your email address will not be published.