ସଫେଇ କାମ, ମାସିକ ୮ ଲକ୍ଷ ଟଙ୍କା ଦରମା, ଏଠାରେ ସୁଯୋଗ ହିଁ ସୁଯୋଗ !

0

Get real time updates directly on you device, subscribe now.

ସଫେଇ କର୍ମଚାରୀମାନଙ୍କୁ ଅଷ୍ଟ୍ରେଲିଆରେ ଵମ୍ପର ଦରମା ମିଳୁଛି|ଏହା ପଛର କାରଣ ସଫେଇ କର୍ମଚାରୀମାନଙ୍କ ସଂଖ୍ୟା ହ୍ରାସ|ଵହୁ କମ୍ପାନୀ କର୍ମଚାରୀଙ୍କ ସଂଖ୍ୟା ଅଭାବ ରହିଛି,ଏହି କମ୍ପାନୀ ଘଣ୍ଟା ହିସାବରେ ବେତନ ବୃଦ୍ଧି ପାଇଁ ଘୋଷଣା କରିଛନ୍ତି|

ନୂଆ ବେତନ ହିସାବରେ ବିନା ଅନୁଭବରେ ସଫାଇ କରିବାକୁ ଥିବା ବ୍ୟକ୍ତି ସପ୍ତାହରେ ୫ ଦିନ ୮ ଘଣ୍ଟା କରି ବାର୍ଷିକ ୭୨ ଲକ୍ଷ ଟଙ୍କା ଆୟ କରି ପାରିବେ|ଅନୁଭବ ଆଧାରରେ ଦରମା ବଢି ପାରିବ ଓ କ୍ଲିନର୍ସଙ୍କ ପାଇଁ ବାର୍ଷିକ ଦରମା ୧ କୋଟି ହୋଇପାରେ|ମାନେ ମାସିକ ପାଖାପାଖି ୮ ଲକ୍ଷ ୩୩ ହଜାର ଟଙ୍କା ଅଟେ|

ଡେଲି ଟେଲିଗ୍ରାଫ ଡଟ୍ କମ୍ ଡଟ୍ ଏୟୁ ରିପୋର୍ଟ ଅନୁସାରେ ସିଡନୀରେ ମହଜୁଦ କ୍ଲିନିଙ୍ଗ କମ୍ପାନୀ ଆବସଲ୍ୟୁଟ ଡୋମେଷ୍ଟିକର ମ୍ୟାନେଜିଙ୍ଗ ଡାଇରେକ୍ଟର ଜୋଏ ବସ କହିଛନ୍ତି ଯେ ତାଙ୍କୁ କର୍ମଚାରୀଙ୍କ ଦରମା ବଢ଼ାଇବାକୁ ପଡୁଛି କାରଣ କର୍ମଚାରୀ ମିଳୁ ନାହିଁ|ସେ କହିଛନ୍ତି ସଫେଇ କର୍ମଚାରୀମାନଙ୍କ ୧ ଘଣ୍ଟାରେ ପାଖାପାଖି ୩୬୦୦(୪୫ ଡଲାର) କରି ଦିଆଯାଇଛି|

ଜୋଏ ବେସ କହିଛନ୍ତି ୨୦୨୧ ମଧ୍ୟରୁ ସଫାଇ କର୍ମଚାରୀ ମିଳୁ ନାହାଁନ୍ତି|୯ ମାସ ପୂର୍ବରୁ ଘଣ୍ଟାପ୍ରତି ୨୭୦୦ ଟଙ୍କା ଥିଲା|ପୂର୍ବ ୩ ସପ୍ତାହ ଠାରୁ ଘଣ୍ଟା ପ୍ରତି ୩୫୦୦ ଟଙ୍କା ଦେବାକୁ ପଡୁଛି|ସେ କହିଛନ୍ତି ଟଙ୍କା ବଢାଇବା ସତ୍ୱେ କର୍ମଚାରୀ ମିଳୁ ନାହାଁନ୍ତି|

କର୍ମଚାରୀଙ୍କ କମ ଯୋଗୁଁ ଅନ୍ୟ କମ୍ପାନୀ ମଧ୍ୟ ସଫେଇ କର୍ମଚାରୀମାନଙ୍କ ଦରମା ବୃଦ୍ଧି ପାଇଁ ଘୋଷଣା କରିଛନ୍ତି|ଅର୍ବାନ କମ୍ପାନୀ ପୂର୍ବରୁ ୨୭୦୦ ଟଙ୍କା ପ୍ରତି ଘଣ୍ଟା ଦେଉଥିଲେ ଏଵେ ୩୧୦୦ ରୁ ୪୩୦୦ ଟଙ୍କା ଘଣ୍ଟା ପ୍ରତି ଦେବାକୁ ଘୋଷଣା କରିଛନ୍ତି|

କମ୍ପାନୀ ପ୍ରବକ୍ତା କହିଛନ୍ତି ଘଣ୍ଟା ପ୍ରତି ୪୭୦୦ ଟଙ୍କା ଦେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି|ତେଣୁ ସଫେଇ କର୍ମଚାରୀ ବାର୍ଷିକ ୯୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଆୟ କରି ପାରିବେ|ଖିଡକି ଓ ଗଟର ସଫା କରୁଥିବା କମ୍ପାନୀ ଗଟର ବୟ ବାର୍ଷିକ ୮୨ ଲକ୍ଷ ଦେବାକୁ ପ୍ରସ୍ତୁତ ରହିଛି|

Leave A Reply

Your email address will not be published.