ଖାଦ୍ୟ ସାମଗ୍ରୀ ଓ ପ୍ରି-ପ୍ୟାକେଜ୍ ଖାଦ୍ୟ ସାମଗ୍ରୀ ଉପରେ ୫% ଜି-ଏସ-ଟି ଆଦାୟ କରିବା ପରେ ସେଗୁଡ଼ିକର ମୂଲ୍ୟ ବର୍ତ୍ତମାନ ବୃଦ୍ଧି ପାଇଛି । ସମସ୍ତ ଉତ୍ପାଦ ଯେଉଁଥିରେ ଜି-ଏସ-ଟି ହାର ବୃଦ୍ଧି କରାଯାଇଛି । ତାହା ହେଉଛି ଏମିତି ଆଇଟମ୍ ଯାହା ଦୈନିକ ବ୍ୟବହାର କରାଯାଏ । ତଥ୍ୟ ଅନୁଯାୟୀ, ଘରୋଇ ବଜେଟ୍ ପ୍ରତି ମାସରେ ୧୦୦୦ରୁ ଅଧିକ ବୃଦ୍ଧି ହେବାର ସମ୍ଭାବନା ରହିଛି । ତେବେ ଜିଏସଟି କାଉନସିଲଙ୍କ ନିଷ୍ପତ୍ତି ଦେଶରେ ବର୍ତମାନ ସମୟରେ ଲାଗୁ ହୋଇଯିବ । ଫଳରେ ଅନେକ ନିତ୍ୟବ୍ୟବହାର୍ଯ୍ୟ ଓ ଜରୁରୀ ସେବା ସାମଗ୍ରୀ ଜିଏସଟି ଅନ୍ତର୍ଗତ ହୋଇଥିବାରୁ ସେଗୁଡିକ ମହଙ୍ଗା ହେବ । ଏଥିରୁ ଖାଦ୍ୟପଦାର୍ଥ ବି ବାଦ ପଡିବନି ।
ବିଶେଷ କରି ଆମେ ନିତିଦିନିଆ ଜୀବନରେ ବ୍ୟବହାର କରୁଥିବା ଖାଦ୍ୟ ଓ ସାମଗ୍ରୀ ମହଙ୍ଗା ହେବାକୁ ଯାଉଥିବାରୁ ତାହା ଖାଉଟିଙ୍କୁ ବିଶେଷ ଭାବେ ପ୍ରଭାବିତ କରିବ । ଜିଏସଟି ପରିଷଦ ପକ୍ଷରୁ ପ୍ୟାକେଟ୍ ଖାଦ୍ୟ ଉପରେ ୫ ପ୍ରତିଶତ ଜିଏସଟି ଲଗାଯାଇଛି। ଏବେ ପ୍ୟାକେଟ୍ ରେ ଆସୁଥିବା ଅମୁଲର ଦହି, ଲସି ଓ ବଟରମିଲକ ର ମଧ୍ୟ ଦାମ୍ ବଢିଛି ।
ତେବେ ଅମୂଲ୍ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଖୁବ୍ ଶୀଘ୍ର କ୍ଷୀର ଦାମ୍ ମଧ୍ୟ ବଢାଯାଇ ପାରେ । ୧୮ ଜୁଲାଇରୁ ଏହି ଉତ୍ପାଦ ଉପରେ ଜିଏସଟି ଲାଗୁ ହେବା ପରେ ଆଜିଠାରୁ ତାହାର ମୂଲ୍ୟରେ ମଧ୍ୟ ବୃଦ୍ଧି ହୋଇଛି । ଅମୁଲ୍ ପ୍ରଡକ୍ଟ ର ଦରଦାମ୍ ବିଷୟରେ ଯଦି କଥା ହେବା ତେବେ ୨୦୦ ଗ୍ରାମର ଦହି ଏବେ ୧୬ ଟଙ୍କା ବଦଳରେ ୧୭ ଟଙ୍କାରେ ମିଳିବ । ସେଭଳି ୪୦୦ ଗ୍ରାମର ଦହି ୩୦ ବଦଳରେ ୩୨ ଟଙ୍କାରେ ମିଳିବ ।
ଏଭଳି ଭାବରେ ୧ କିଲୋ ଦହି ପ୍ୟାକେଟ୍ ଏବେ ୬୫ରୁ ୬୯ ହୋଇଯାଇଛି। ମୁମ୍ବାଇରେ ୫୦୦ ଗ୍ରାମ୍ ବଟରମିଲ୍କ ପ୍ୟାକେଟ୍ ୧୫ ସ୍ଥାନରେ ୧୬ ଟଙ୍କାରେ ମିଳିବ, ସେଭଳି ୧୭୦ ଏମଏଲ ଏସି ଏବେ ଟଙ୍କାଏ ବଢିଯାଇଛି। ୨୦୦ ଗ୍ରାମ୍ ଲସି ୧୫ ଟଙ୍କା ରହିବ । ଅମୁଲ ମ୍ୟାନେଜିଂ ଡାଇରେକ୍ଟର ଆରଏସ୍ ସୋଢିଙ୍କ କହିବା ଅନୁସାରେ, ଆମେ ଛୋଟ ପ୍ୟାକେଟ୍ ଉପରେ ବଢୁଥିବା ଦାମ୍କୁ ନିଜେ ବହନ କରିବୁ, କିନ୍ତୁ କିଛି ଉତ୍ପାଦ ଉପରେ ଜିଏସଟି ବଢିବା କାରଣରୁ ଦାମ୍ ବଢାଇବାକୁ ପଡିଛି ।