ବୋହୂକୁ ଜବରଦସ୍ତ ଶଶୁରଙ୍କ ବେଡ଼ରୁମକୁ ପଠାଉଥିଲା ଶାଶୁ, ଏହାପରେ ଆରମ୍ଭ ହୋଇଯାଉଥିଲା ଏହି ଖେଳ,ଆଉ ତା ପରେ …ଜାଣନ୍ତୁ ପୁରା ଘଟଣା
ଝିଅଟି ଯେତେବେଳେ ବାହାହୋଇ ଶାଶୁ ଘର ଆସିଥାଏ ସେତେବେଳେ ଝିଅଟି ପାଇଁ ଶାଶୁଘର ହିଁ ଆଉ ଏକ ବାପଘର ପାଲଟି ଯାଇଥାଏ। ଏହି ସମୟରେ ଶାଶୁ ଘର ଲୋକଙ୍କ କର୍ତ୍ତବ୍ୟ ହେଲା, ବୋହୂକୁ ଝିଅ ଭଳି ବ୍ୟବହାର କରିବା ଓ ସେ ତା’ ବାପଘରେ ଯେମିତି ସମ୍ମାନ ପାଉଥିଲା ଏଠିବି ସେହିପରି ସମ୍ମାନ ପାଉ। କିନ୍ତୁ କିଛି ଶାଶୁଘର ଲୋକେ ଏମିତି ହୋଇଥାଆନ୍ତି କି, ଏସବୁ ତ ଦୂରର କଥା ସେମାନେ ନୂଆ ବାହାହୋଇ ଆସିଥିବା କନ୍ୟା ଉପରେ ଅତ୍ୟାଚାର କରିଦିଅନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଗୋରଖପୁରରେ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା।
ଗୋରଖପୁରର ରାମଗଢ଼ତାଲ କ୍ଷେତ୍ରରେ ଜଣେ ହବସ ଭରା ଶଶୁର ନିଜ ବୋହୂର ଧର୍ଷଣ କରିଛି। ସାଧାରଣତଃ ଶଶୁର ଓ ବୋହୂର ସମ୍ପର୍କ ବାପ ଓ ଝିଅ ଭଳି ରହିବା ଉଚିତ। କିନ୍ତୁ ଏଠାରେ ଶଶୁର ର ନିୟତି ବୋହୂ ଉପରେ ଖରାପ ପଡ଼ିଗଲା। କିନ୍ତୁ ସୀମା ତ ସେତେବେଳେ ପାର ହୋଇଗଲା ଯେତେବେଳେ ଶାଶୁ ହିଁ ନିଜ ବୋହୂକୁ ନିଜ ସ୍ୱାମୀ ପାଖକୁ ପଠାଇଥିଲା।
ବୋହୂର ଆରୋପ ଏହାକି ତାଙ୍କର ସାବତ ଶାଶୁ ମାଆ ଜବରଦସ୍ତ ଶଶୁରଙ୍କ ରୁମ ଭିତରକୁ ପଠାଉଥିଲା। ଏହାର ଫାଇଦା ଉଠାଇ ଶଶୁର ବୋହୂ ସହ ରେପ କରୁଥିଲେ। ବୋହୂ ଯେତେବେଳେ ଏହାର ବିରୋଧ କରୁଥିଲା ସେତେବେଳେ ଶଶୁର ତାଙ୍କୁ ଜୀବନରୁ ମାରିଦେବାର ଧମକ ଦେଉଥିଲେ।
ବୋହୂ କଲେ ଅଭିଯୋଗ:-
ପ୍ରତିଦିନ ଶଶୁରର ଏହିପରି ବ୍ୟବହାର ଯୋଗୁଁ ବୋହୂ ସହ୍ୟ କରିନପାରି ଶେଷରେ ପୋଲିସରେ ରେପିଷ୍ଟ ଶଶୁର ବିରୁଦ୍ଧରେ ଅଭିଯୋଗ ଆଣିଥିଲେ। ଏହାପରେ ପୋଲିସ ତୁରନ୍ତ ଏଫଆଇଆର ଉପରେ ପଦକ୍ଷେପ ନେଇ ଆରୋପୀ ଶଶୁରକୁ ଗିରଫ କରିଥିଲା।
ଆରୋପୀ ଶଶୁରଙ୍କୁ ପୋଲିସ ଜୁଲାଇ 17 ତାରିଖରେ ଗିରଫ କରିଥିଲା। ପୋଲିସର ସୂଚନା ମୁତାବିକ, ବହୁତ ଜଲଦି ଆରୋପୀ ଶଶୁରଙ୍କୁ କୋର୍ଟ ଫରୱାର୍ଡ଼ କରାଯିବ।
ପୂର୍ବରୁ ମଧ୍ୟ ସାମ୍ନାକୁ ଆସିସାରିଛି ଏହିପରି ମାମଲା:-
ଏହାପ୍ରଥମ ଖବର ନୁହେଁ ଯେବେକି ଜଣେ ବୋହୂ ସହିତ ଶଶୁର ଏମିତି ଖରାପ ବ୍ୟବହାର କରିବାର, ଏହାପୂର୍ବରୁ ମଧ୍ୟ ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ମହିଳାଙ୍କ ପତି କାମ କ୍ଷେତ୍ରରେ ଏକମାସ ପର୍ଯ୍ୟନ୍ତ ବାହାରକୁ ଯାଇଥିଲେ। ଦିନେ ରାତିରେ ବୋହୂ ଏକଲା ରାତିରେ ବାଥରୁମ ଯାଇ ଫେରୁଥିବା ସମୟରେ ଶଶୁର ସୁରେନ୍ଦ୍ର ମିଶରା ବୋହୂର ଜବରଦସ୍ତ ରେପ କରିଥିଲେ। ପରେ ବୋହୂ କୌଣସି ପ୍ରକାରେ ସେଠାରୁ ପଳାୟନ କରି ସକାଳୁ ପୋଲିସରେ ଅଭିଯୋଗ କରିଥିଲେ।