ସ୍ବାମୀଙ୍କୁ ଭଡ଼ାରେ ଦେଉଛି ସ୍ତ୍ରୀ,ଦିନକୁ ନେଉଛନ୍ତି ୩୩୬୫ ଟଙ୍କା !

0

Get real time updates directly on you device, subscribe now.

କରୋନା ସାରା ଦୁନିଆ ବହୁତ ଅଧିକ ପ୍ରଭାବିତ କରିଛି। କରୋନାରେ ସମସ୍ତଙ୍କର ବଜେଟ ଗଡବଡ ହୋଇଯାଇଥିଲା ଓ କରୋନା ଶେଷ ହୋଇଯିବା ପରେ ବଢ଼ିଥିବା ମହଙ୍ଗାଇ ସମସ୍ତଙ୍କର କମରକୁ ଭାଙ୍ଗି ରଖିଦେଇଛି। ଏହି ମହଙ୍ଗାଇରୁ ଲଢ଼ିବା ପାଇଁ ଅନେକ ଲୋକ ନିଜ ନିଜର ଖର୍ଚ୍ଚ କମ କରୁଛନ୍ତି ସେହିପରି ଅନେକ ଲୋକ ସେଭିଂ କରୁଛନ୍ତି। କିନ୍ତୁ କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ଏହି ବଢୁଥିବା ମହଙ୍ଗାଇରୁ ରକ୍ଷା ପାଇବା ପାଇଁ ଆଶ୍ଚର୍ଯ୍ୟକର ଉପାୟ ଆପଣାନ୍ତି। ବଢୁଥିବା ଏହି ମହଙ୍ଗାଇରୁ ଲଢ଼ିବା ପାଇଁ ଏମିତି ଏକ ଉପାୟ ୟୁନାଇଟେଡ କିଙ୍ଗଡମରେ ରହୁଥିବା ଜଣେ ମହିଳା ସନ୍ଧାନ କରି ପାଇଛନ୍ତି। ମହିଳା ଦ୍ଵାରା ସନ୍ଧାନ କରାଯାଇଥିବା ଏହି ଉପାୟର ଚର୍ଚ୍ଚା ବର୍ତ୍ତମାନ ସାରା ଦୁନିଆରେ ହେଉଅଛି। ଏହି ମହିଳାଙ୍କର ଚର୍ଚ୍ଚା ସୋସିଆଲ ମିଡ଼ିଆରେ ବହୁତ ହେଉଅଛି। ତେବେ ଆସନ୍ତୁ ଜାଣିବା ଏହି ମହିଳା ବଢୁଥିବା ମହଙ୍ଗାଇକୁ ଦେଖି କଣ କରିଥିଲେ।

ସ୍ବାମୀଙ୍କୁ ଲଗାଇ ଦେଲେ ଭଡ଼ାରେ:-

ସୂଚନା ଅନୁସାରେ ୟୁନାଇଟେଡ କିଙ୍ଗଡମରେ ରହୁଥିବା ଲୋରା ୟଙ୍ଗ ନାମକ ଏହି ମହିଳା। ଯେତେବେଳେ ସେ ଦେଖିଲେ କରୋନା ପାଇଁ ତାଙ୍କର ଆୟ କମ ହେଉଅଛି। ଓ ସେଥିପାଇଁ ବଜେଟର ମଧ୍ୟ ଗଡବଡ ହେଉଛି। ସେତେବେଳେ ସେ ଏକ ବଡ ଆଶ୍ଚର୍ଯ୍ୟକର ଉପାୟ ବାହାର କରିଲେ ଏହି ସ୍ଥିତିରୁ ବାହାରିବା ପାଇଁ। ଏହା ସହିତ ମହିଳା ଜଣକ ଏହି କଥା ଉପରେ ମଧ୍ୟ ଧ୍ୟାନ ଦେଇଥିଲେକି ନିଜର ସ୍ଵାମୀଙ୍କ କ୍ଷମତାର କୌଣସି ପ୍ରକାର ସମ୍ପୂର୍ଣ ରୂପରେ ଲାଭ ଉଠାଯାଉ। ଏହାପରେ ଲୋରା “ରେଣ୍ଟ ମାଇ ହ୍ୟାଣ୍ଡି ହଜବେଣ୍ଡ” ନାମକ ଏକ ୱେବସାଇଟ ତିଆରି କରି ନିଜର ସ୍ବାମୀଙ୍କୁ ଭଡ଼ାରେ ଲଗାଇଦେଲେ।

ଏମିତି ଆସିଲା ଏହି ଆଶ୍ଚର୍ଯ୍ୟକର ଆଇଡିଆ:-

ବର୍ତ୍ତମାନ ଏହି ସମ୍ପୂର୍ଣ ମାମଲା ଉପରେ ଲୋରାଙ୍କ କହିବା କଥାକି ତାଙ୍କୁ ଏହି ଆଇଡିଆ ଏକ ପଡକାଷ୍ଟ ଶୁଣିବା ସମୟରେ ଆସିଥିଲା। ଏଥିରେ ସେ ଏମିତି ଜଣେ ବ୍ୟକ୍ତିଙ୍କ କାହାଣୀ ଶୁଣିଥିଲେ ଯାହାକି ଅନ୍ୟଙ୍କୁ ଫର୍ନିଚର ଘର ଭଡ଼ାରେ ଉପଲବ୍ଧ କରାଉଥିଲେ। ଏହିସବୁରୁ ପ୍ରେରିତ ହୋଇ ଲୋରାଙ୍କ ମନରେ ଆଇଡିଆ ଆସିଲା ଓ ସେ ନିଜର ସ୍ବାମୀଙ୍କୁ ଭଡ଼ାରେ ଲଗାଇଦେଲେ। ୪୧ ବର୍ଷ ବୟସର ସ୍ବାମୀଙ୍କୁ ଗୋଟିଏ ଦିନ ପାଇଁ ଭଡା ୩୩୬୫ ରଖିଲେ। ସୋସିଆଲ ମିଡ଼ିଆ ଉପରେ ଲୋରାଙ୍କ ଏହି ଆଇଡିଆ ବହୁତ ଚର୍ଚ୍ଚା ହେଉଅଛି।

ସ୍ଵାମୀଙ୍କ ବିଷୟରେ କହିଲେ:-

ୟୁନାଇଟେଡ କିଙ୍ଗଡମରେ ରହୁଥିବା ଏହି ମହିଳା ନିଜର ସ୍ବାମୀଙ୍କୁ ଭଡ଼ାରେ ଲଗାଇ ତାଙ୍କ ବିଷୟରେ ସମସ୍ତ କଥା କହିଲେ। ଲୋରା କହିଲେକି ତାଙ୍କର ସ୍ବାମୀ ଜେମ୍ସ ନିଜର ପ୍ରଜେକ୍ଟକୁ ବଡ ସାନଦାର ଉପାୟରେ କରନ୍ତି। ଏହା ସହିତ ସେ ଘରୋଇ କାମ କରିବାରେ ମଧ୍ୟ ସମ୍ପୂର୍ଣ ରୂପରେ ନିପୁଣ ଅଟନ୍ତି। ସେ ନିଜ ଘର ପାଇଁ ଏକ ସାନଦାର ଡାଇନିଂ ଟେବୁଲର ନିର୍ମାଣ କରିଥିଲେ। ପେଣ୍ଟିଂ, ଡେକରେଟିଂ, ଟାଇଲିଂ ଓ କାର୍ପେଟ ଇନ୍ଷ୍ଟୋଲେଶନ କାମକୁ ଜେମ୍ସ ବଡ କୁଶଳତାର ସହିତ କରନ୍ତି। ଏତିକି ନୁହେଁ ଲୋରାଙ୍କ କହିବା କଥାକି ସେ ଘରେ ଓ ଆଖପାଖର ବଗିଚାର କମ କରନ୍ତି। ତାଙ୍କର ଏହିସବୁ ଗୁଣକୁ ଦେଖି ମୋତେ ଲାଗୁଥିଲାକି ମୋତେ ମୋର ସ୍ବାମୀଙ୍କୁ ଭଡାରେ ଦେବାର ଅଛି। ଜଣାଇଦେଉଛୁକି ଅନେକ ଲୋକ ଜେମ୍ସଙ୍କୁ ଭଡ଼ାରେ ନେବା ପାଇଁ ଲୋରାଙ୍କୁ କଣ୍ଟାକ୍ତ ମଧ୍ୟ କରିଥିଲେ।

Leave A Reply

Your email address will not be published.