ବର୍ତ୍ତମାନ ସମୟରେ ସରକାର ରାସନ କାର୍ଡ଼ ଧାରୀଙ୍କୁ ନାନାଦିପ୍ରକାର ସୁବିଧା ଦେଉଛନ୍ତି। ତାହା ଫ୍ରି ରାସନ ହେଉ, ଫ୍ରି ଗ୍ୟାସ ସିଲିଣ୍ଡର କିମ୍ବା ଆୟୁସ୍ମାନ କାର୍ଡ଼ ଭଳି ସୁବିଧା ହେଉ। ବର୍ତ୍ତମାନ ୟୁପି ସରକାର ରାସନ ଡ଼ିଲରଙ୍କ ପାଇଁ ମଧ୍ୟ ବଡ଼ ଘୋଷଣା କରିଛନ୍ତି। ସରକାର ଗୋଟିଏ ନୁହେଁ ବରଂ ଦୁଇଟି ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ରାସନ ଡ଼ିଲର ବହୁତ ଲାଭ ପାଇବେ।
80 ହଜାର ରାସନ ଡିଲରଙ୍କୁ ମିଳିବ ଲାଭ:-
ସିଏମ ଯୋଗୀ ଆଦିତ୍ୟନାଥଙ୍କ ଘୋଷଣା ପରେ 80 ହଜାର ଡିଲରଙ୍କୁ ଲୋକଙ୍କ ସୁବିଧା ପାଇ CSC ସେଣ୍ଟର ଖୋଲିବାକୁ ହେବ। ଏଥିରେ ତାଙ୍କର ଇଙ୍କମ ବଢ଼ିବା ଆରମ୍ଭ ହୋଇଯାଏ। ଏହାବ୍ୟତୀତ ସମସ୍ତ ଡ଼ିଲରଙ୍କ କମିଶନ ମଧ୍ୟ 20 ଟଙ୍କା ପ୍ରତି କ୍ୱିଣ୍ଟାଲ ବଢ଼ାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ରାସନର ସମସ୍ତ ଡ଼ିଲର ନିଜର ଦୋକାନକୁ CSC ସେଣ୍ଟରରେ ପରିବର୍ତ୍ତନ କରିବାପାଇଁ କୁହାଯାଇଛି।
20 ପ୍ରତି କ୍ୱିଣ୍ଟାଲ ହିସାବରେ ବଢ଼ିବ କମିଶନ:-
ଏବେ ଡ଼ିଲରଙ୍କ କମିଶନ 70 ଟଙ୍କାରୁ 90 ଟଙ୍କା ପ୍ରତି କ୍ୱିଣ୍ଟାଲ ହେବାକୁ ଯାଉଛି। ଦୁଇଟି ଘୋଷଣା ପ୍ରଦେଶର ଡ଼ିଲରଙ୍କୁ ଧ୍ୟାନରେ ରଖି କଟାଯାଇଛି। ଆପଣଙ୍କୁ ଜଣାଇଦେଉଛୁ, ପୂର୍ବରୁ ଡ଼ିଲରଙ୍କୁ 70 ଟଙ୍କା ପ୍ରତି କ୍ୱିଣ୍ଟାଲ ଦିଆଯାଉଥିଲା।
ରାସନ ଡ଼ିଲରଙ୍କ ତରଫରୁ ବହୁତ କମ ସମୟରୁ ଏହାକୁ ବଢ଼ାଇବାକୁ ଡିମାଣ୍ଡ କରାଯାଉଥିଲା। ଗାଁ ର ଡ଼ିଲରଙ୍କ ପାଖରେ CSC ସେଣ୍ଟର ଖୋଲିବା ଯୋଗୁଁ ଗାଁ ଲୋକଙ୍କୁ ସରକାରୀ ଯୋଜନାର ସବୁ ସୁବିଧା ମିଳିବା ଆରମ୍ଭ ହୋଇଯିବ।
ଏହି ସେବା ଗୁଡ଼ିକ ମିଳିବ:-
ଆୟୁଷ୍ମାନ ଭାରତ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଉଜୱାଲା କନେକ୍ସନ, ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ପେନ୍ସନ୍ ଯୋଜନା, ପ୍ରଧାନମନ୍ତ୍ରୀ କିସାନ ସମାନ ନିଧି ଯୋଜନା, ପ୍ରଧାନମନ୍ତ୍ରୀ କିସାନ କ୍ରେଡିଟ କାର୍ଡ ଯୋଜନା, ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ ଭେଣ୍ଡର ଆତ୍ମନିର୍ଭରଶୀଳ ନିଧି, ଭାରତ ନିର୍ବାଚନ ଆୟୋଗ ସହ ଜଡିତ ସର୍ଭିସ, ପାସପୋର୍ଟ ଏବଂ ପାନ୍ ଆବେଦନ, ଡିଜି ପେ, ଇ କୋର୍ଟ ସେବା,ସ୍କିଲ ଡେଭେଲପମେଣ୍ଟ ସ୍କିମ୍ ଏବଂ ପାଠ୍ୟକ୍ରମ, ଜବ ପୋର୍ଟାଲ୍, ଇ ଡ଼ିଷ୍ଟ୍ରିକ୍ଟ ସର୍ଭିସ, ଇ ଷ୍ଟାମ୍ପ୍, ଇ ଭାହାନ୍ ସାରଥି ଟ୍ରାନ୍ସପୋର୍ଟ ସର୍ଭିସ, ବ୍ୟାଙ୍କ ମିତ୍ର, ବ୍ୟାଙ୍କ ସମ୍ବନ୍ଧୀୟ ସେବା, ବୀମା ସେବା, FASTag ସେବା, CIBIL ରିକ୍ୱେଷ୍ଟ, ୟୁଟିଲିଟି ବିଲ୍ ପେମେଣ୍ଟ, ମୋବାଇଲ୍ / DTH ରିଚାର୍ଜ, ITR ଇତ୍ୟାଦି ସୁବିଧା ଉପଲବ୍ଧ ହେବ।