ସ୍ୱାମୀର ଅନ୍ୟ ସ୍ତ୍ରୀ ସହ ସମ୍ବନ୍ଧ ଧରା ପଡିବା ପରେ ମୋବାଇଲ ଚାର୍ଜର ତାରରେ ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ

0

Get real time updates directly on you device, subscribe now.

ପରକିୟା ପ୍ରୀତିର କରୁଣ ପରିଣତୀ ଯେ କେତେ ଭୟାବହ ହୋଇପାରେ ତାହା ଏହି ହତ୍ୟା ଘଟଣା ସ୍ପଷ୍ଟ କରିଛି । ପରକିୟା ପ୍ରୀତିକୁ ବିରୋଧ କରିବାରୁ ଜଣେ ସ୍ତ୍ରୀ ନିଜ ସ୍ବାମୀକୁ ଅତି ନିର୍ମମ ଭାବେ କରିଛି ହତ୍ୟା । ଆଉ କିଭଳି ଏବଂ କେଉଁ ପରିସ୍ଥିତିରେ ଏହି ହତ୍ୟାକାଣ୍ଡ ଘଟିଛି, ତାହା ଜାଣିବା ପରେ କିଛି କ୍ଷଣ ପାଇଁ ବନ୍ଦ ହୋଇଯିବ ଆପଣଙ୍କ ଶିରା ପ୍ରଶିରାରେ ବହୁଥିବା ରକ୍ତ । ପରକିୟା ପ୍ରୀତିକୁ ବିରୋଧ କରିବାରୁ ଜଣେ ସ୍ତ୍ରୀ ତାର ନିଜ ସ୍ବାମୀର ବେକରେ ମୋବାଇଲ୍ ଚାର୍ଜର ତାରକୁ ଗୁଡ଼ାଇ କରି ଅତି ନିର୍ମମ ଭାବରେ କରିଛି ହତ୍ୟା ।

ତେବେ ବନ୍ଧୁଗଣ ଏଭଳି ଘଟଣା ଘଟିଛି ରାଜସ୍ଥାନର ଫତେହପୁର ଶେଖାବଟୀ ଅଞ୍ଚଳରେ । ମିଳିଥିବା ସୂଚନା ଅନୁସାରେ ମହିନା ନାମକ ଜଣେ ଯୁବତୀ ମକସୁଦ ନାମକ ଜଣେ ଯୁବକଙ୍କୁ ୬ ବର୍ଷ ତଳେ ବିବାହ କରିଥିଲେ । ହେଲେ ସମୟ କ୍ରମେ ଦୁହିଁଙ୍କ ମଧ୍ୟରେ କୌଣସି ସନ୍ତାନ ହେଉ ନଥିଲା । ତେଣୁ ଏହାକୁ ନେଇ ଦୁହେଁ ଚିନ୍ତିତ ରହୁଥିଲେ ।

ଏପଟେ ମହିଳା ସନ୍ଦେହ କରିଥିଲେ ଯେ ତାଙ୍କ ସ୍ଵାମୀ ଜଣକ ଅନ୍ୟ କୌଣସି ମହିଳାଙ୍କ ସହିତ ସଂପର୍କ ଗଢିଛନ୍ତି ବୋଲି । ଆଉ ତାଙ୍କ ସନ୍ଦେହ ଠିକ୍ ପ୍ରମାଣିତ ହୋଇଥିଲା । ଯୁବକ ଜଣକ ମଧ୍ୟ ପତ୍ନୀଙ୍କ ସାମ୍ନାରେ ହିଁ ଅନ୍ୟ ଜଣେ ମହିଳା ସହିତ ଅଶ୍ଳୀଳ ଚାଟ୍‌ କରିବା ସହିତ ଭିଡିଓ କଲ୍‌ ମଧ୍ୟ କରୁଥିଲେ । ଏହା ଜାଣିବା ପରେ ମହିଳା ଜଣକ ରାଗରେ ରକ୍ତମୂଖା ହୋଇ ଉଠିଥିଲେ ଓ ନିଜ ସ୍ୱାମୀଙ୍କୁ ମାରିବା ପାଇଁ ପ୍ଲାନ କରିଥିଲେ । ତେବେ ରିପୋର୍ଟ୍ ଅନୁସାରେ ଗତ ଜୁଲାଇ ୨ ତାରିଖ ଦିନ କୌଣସି ଏକ ବିବାହକୁ ମଦିନା ନିଜ ଶାଶୁ ଏବଂ ସ୍ୱାମୀଙ୍କ ସହିତ ଯାଇଥିଲେ ।

ହେଲେ ତାଙ୍କ ସ୍ବାମୀ ମକସୁଦ ଏହି ବିବାହ କାର୍ଯ୍ୟକ୍ରମରୁ ଜଲଦି ଆସି ଯାଇଥିଲେ ଏବଂ ମଦିନା ପରେ ଫେରିଥିଲେ । ସେ ଘରେ ଆସି ଦେଖନ୍ତି ତୋ ମକସୁଦ ଶୋଇ ପଡିଥିଲେ । ଏହା ତାଙ୍କ ପାଇଁ ଉଚିତ୍ ସୁଯୋଗ ଥିଲା । ସେ ମୋବାଇଲ ଚାର୍ଜର ତାରରେ ନିଜ ସ୍ୱାମୀର ବେକକୁ ଚାପି ନିର୍ମମ ଭାବରେ ହତ୍ୟା କରିଥିଲା । ଆଉ ତାପରେ ତାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଓଢଣୀରେ ମକସୁଦକୁ ସିଲିଂ ରେ ଟାଙ୍ଗି ଦେଇଥିଲା । ତେବେ ପରେ ଶାଶୁ ସନ୍ଦେହ କରି ପୋଲିସକୁ ଖବର କରିବା ପରେ ପଚରାଉଚରା କରିବା ପରେ ମଦିନା ସବୁ ସତ କହିଥିଲେ ।

Leave A Reply

Your email address will not be published.