PM KISAN: ସରକାର କୃଷକଙ୍କ ଉପରେ ଦରଦ ଦେଖାଉଛନ୍ତି, କିସ୍ତି ଟଙ୍କାକୁ ବଢ଼ାଇ ଦିଆଯାଇଛି। ଜାଣନ୍ତୁ ଏବେ କେତେ ଆସିବ ଟଙ୍କା
କେନ୍ଦ୍ର ସରକାର କୃଷକଙ୍କୁ ବାର୍ଷିକ ଦୁଇହଜାର ଟଙ୍କା ତିନୋଟି କିସ୍ତି ହିସାବରେ 6000 ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରୁଛନ୍ତି। ସରକାରଙ୍କ ଲକ୍ଷ୍ୟ ହେଉଛି କୃଷକଙ୍କୁ ଆତ୍ମନିର୍ଭର ବନାଇବା ଓ ତାଙ୍କ ଫସଲରେ ସେମାନଙ୍କୁ ଉପଯୁକ୍ତ ଜିନିଷ ପ୍ରଦାନ କରିବା। ଯଦି ଆପଣଙ୍କ ନାମ ପିଏମ କିଷାନ ଯୋଜନାରେ ଜଡ଼ିତ ରହିଛି ତାହେଲେ ଖୁସି ହୋଇଯାଆନ୍ତୁ କାରଣ ସରକାର ଏହି କିସ୍ତି ରାଶିକୁ ବଢ଼ାଇ ଦେଇଛନ୍ତି।
ସରକାର ଏବେ କିସ୍ତିର ରାଶି 4,000 ଟଙ୍କା କରିବାକୁ ଯାଉଛନ୍ତି ଯାହାର ଫାଇଦା ବଡ଼ ସ୍ତରରେ ଆପଣଙ୍କୁ ମିଳିବ। ଏହି ହିସାବରେ କୃଷକଙ୍କୁ ଏଥର ବାର୍ଷିକ 12,000 ଟଙ୍କା 4,000 ହିସାବରେ ତିନିଥର ଆକାଉଣ୍ଟକୁ ପଠାଯିବ। ପାଖାପାଖି 11 କୋଟିରୁ ଅଧିକ କୃଷକଙ୍କୁ ଏହାର ଲାଭ ମିଳିବାକୁ ଯାଉଛି। ସରକାର ଅଧିକାରିକ ରୂପରେ ତ ଏହାକୁ ବଢ଼ାଇବା ପାଇଁ କହିନାହାଁନ୍ତି କିନ୍ତୁ ସୂତ୍ର ଅନୁସାରେ ଏହି ସୂଚନା ମିଳିଥିବାର କୁହାଯାଉଛି।
ଖାତାକୁ ଏବେଯାଏଁ ଆସିସାରିଛି 11ଟି କିସ୍ତି:-
ମୋଦି ସରକାର ପିଏମ କିଷାନ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ଏବେପର୍ଯ୍ୟନ୍ତ ଖାତାକୁ 2 ହଜାର ଟଙ୍କାର 11 ଟି କିସ୍ତି ପଠାଇ ସାରିଛନ୍ତି। କେନ୍ଦ୍ର ସରକାର ବାର୍ଷିକ 6000 ଟଙ୍କା ପୂର୍ବରୁ ଟ୍ରାନ୍ସଫର କରୁଥିଲେ। ଏବେ କିସ୍ତିର ରାଶି 4000 ହେବାଦ୍ୱାରା କୃଷକଙ୍କୁ 12000 ଟଙ୍କା ବାର୍ଷିକ ମିଳିବ।
ଏହିପରି ଭାବରେ ଦେଖନ୍ତୁ ନିଜ ନାମ:-
ସର୍ବପ୍ରଥମେ କୃଷକଙ୍କୁ ପିଏମ କିଷାନ ଅଧିକାରୀକ ୱେବସାଇଟ https://pmkisan.gov.in/ ରେ ଯାଆନ୍ତୁ। ଏହା କରିବାପରେ ନୂଆ ପେଜ ଓପେନ ହେବ ଓ beneficiary list ଅପ୍ସନକୁ ସିଲେକ୍ଟ କରନ୍ତୁ।
ଏବେ ଫର୍ମ ଖୋଲିବ, ଏଥିରେ ପ୍ରଥମେ ରାଜ୍ୟ, ଜିଲ୍ଲା, ବ୍ଲକ ଓ ଗ୍ରାମର ନାମ ଆପଣଙ୍କୁ ବାଛିବାକୁ ହେବ। ମଗାଯାଇଥିବା ସବୁ ଡ଼ିଟେଲସ ଭରିବା ପରେ get report ରେ କ୍ଲିକ କରନ୍ତୁ। ଏମିତି କରିବାପରେ ଆପଣଙ୍କ ସାମ୍ନାରେ ଆପଣଙ୍କ ଗ୍ରାମର ସମସ୍ତ ଲାଭାର୍ଥୀଙ୍କ ଲିଷ୍ଟ ସାମ୍ନାକୁ ଆସିଯିବ।
ସୂଚନା ଅନୁଯାୟୀ ଜଣାଇଦେଉଛୁ କି, କେନ୍ଦ୍ର ସରକାର ବର୍ତ୍ତମାନ ସମସ୍ତ କୃଷକଙ୍କ ଖାତାକୁ 2,000 ଟଙ୍କା ପଠାଇ ସାରିଛନ୍ତି।