ପାକିସ୍ତାନର ସିନ୍ଧ ପ୍ରଦେଶରୁ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି|ଏଠାରେ ଜଣେ ବ୍ୟକ୍ତି ପ୍ରଥମେ ତକିଆରେ ଦବାଇ ନିଜ ପତ୍ନୀଙ୍କୁ ମାରିଲା ପୁଣି ଛଅ ଜଣ ଛୁଆଙ୍କ ସାମ୍ନାରେ ପତ୍ନୀଙ୍କ ଶବକୁ କଡେଇରେ ଢାଳି ସିଝେଇଲା|ଜିୟୋ ନ୍ୟୁଜ ଏହି ରିପୋର୍ଟର ତଥ୍ୟ ଦେଉଛନ୍ତି|ବ୍ୟକ୍ତି ଶବକୁ ୯ ମାସ ଧରି ବନ୍ଦ ଥିବା ଏକ ସ୍କୁଲର ରୋଷେଇରେ ଦେଇଥିଲେ|
ଜିୟୋ ନ୍ୟୁଜ ରିପୋର୍ଟ ଅନୁସାରେ ତାଙ୍କ ସ୍ୱାମୀ ସ୍କୁଲରେ ଚୈକିଦାର କାମ କରୁଥିଲା|କଡେଇରେ ମହିଳାଙ୍କ ଗୋଟିଏ ଗୋଡ ଶରୀରରୁ ଅଲଗା ହୋଇଯାଇଥିଲା|ପୋଲିସ ଶବକୁ ଜଵତ କରି ଆରୋପୀକୁ ଖୋଜୁଛି|
ବୁଧବାର ଦିନ ସିନ୍ଧ ପୋଲିସ ନରଗିସ ନାମକ ମହିଳାଙ୍କ ଶଵ ଏକ ବଡ କଡେଇରେ ପାଇଲା|ଏହି ଶବ ଏକ ଘରୋଇ ସ୍କୁଲର ରୋଷେଇ ଘରୁ ମିଳିଲା|ରିପୋର୍ଟ ଅନୁସାରେ ଏହି ଘଟଣା କରାଚିର ଗୁଲସନ ଏ ଇକବାଲ ଅଞ୍ଚଳର ଅଟେ|
ପୋଲିସ ଅନୁସାରେ ମହିଳାଙ୍କ ସୈହର ଆଶିକ ବଜାର ଏଜେନ୍ସିରେ ରହୁଥିଲା|ସ୍କୁଲରେ ଚୈକିଦାର ଭାବେ କାମ କରୁଥିଲେ|ସ୍କୁଲରେ ରହିବାକୁ ତାକୁ ସର୍ଭାଣ୍ଟ କ୍ୱଟର ଦିଆଯାଇଥିଲା|ଏହି ସ୍କୁଲ ୯ ମାସ ଧରି ପୂର୍ବରୁ ବନ୍ଦ ଥିଲା|
ରିପୋର୍ଟ ମୁତାବକ ପିଡିତାର ୧୫ ବର୍ଷୀୟା ଝିଅ ପୋଲିସକୁ ହତ୍ୟା ସମ୍ପର୍କରେ ଜଣାଇଥିଲେ|ସେତେବେଳେ ଆଶିକ ନାମକ ଏହି ହତ୍ୟାକାରୀ ନିଜ ତିନି ଛୁଆଙ୍କ ସହ ପଳେଇ ଯାଇଥିଲା|ସିନ୍ଧ ପ୍ରାନ୍ତର ଏସ୍ଏସପି ଅବ୍ଦୁର ରହିମ ଶେରାଜୀ କହିଛନ୍ତି ଯେ ପୋଲିସ ବାକି ତିନି ଛୁଆଙ୍କୁ ନିଜ ସହ ସୁରକ୍ଷିତ ରଖିଛି|ଏହି ଘଟଣା ଦେଖି ଛୁଆମାନେ ଭୟଭୀତ ଅଟନ୍ତି|
ଅଧିକାରୀ କହିଛନ୍ତି ଯେ ପ୍ରାରମ୍ଭିକ ଯାଞ୍ଚ ଓ ଛୁଆଙ୍କ ବୟାନରୁ ଜଣାପଡୁଛି ଯେ ଆରୋପୀ ତା ପତ୍ନୀଙ୍କୁ ତାଙ୍କ ସାମ୍ନାରେ କଡେଇରେ ସିଝାଇବା ପୂର୍ବରୁ ତକିଆରେ ଗଳା ଦବାଇ ହତ୍ୟା କରିଥିଲେ|କଡେଇରେ ମହିଳାଙ୍କ ଏକ ଗୋଡ ଓ ଶରୀର ଅଲଗା ହୋଇ ଯାଇଥିଲା|ଘଟଣା ପଛର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ|