ଦେଶରେ ବେରଜଗାରର ଅବସ୍ଥା କାହାକୁ ଲୁଚା ଯାଇନାହିଁ|ସମସ୍ତେ ଚାକିରି ପାଇଁ ଚିନ୍ତିତ|ଯୁଵକ ଚାକିରୀ ପାଇଁ ଏୟାଡେ ସେୟାଡେ ଭଟକୁଛନ୍ତି|କରୋନା ମହାମାରୀ ପରେ ଅବସ୍ଥା ଆହୁରି ଖରାପ ହୋଇଛି|ଲକଡାଉନ ଯୋଗୁଁ ଅର୍ଥବ୍ୟବସ୍ଥା ଭୁଷୁଡି ଯାଇଛି ଓ ଲକ୍ଷ ଲକ୍ଷ ଲୋକଙ୍କ ଚାକିରି ଚାଲି ଯାଇଛି|କିନ୍ତୁ ଜଣେ ଏଭଳି ବ୍ୟକ୍ତି ରହିଛି ଯିଏ ଇଞ୍ଜିନିୟରିଂ କରିଥିଲେ ଭଲ ଚାକିରୀ ଛାଡି ଗାଈ ପାଳନ କଲେ|ତାଙ୍କ ଚାକିରି ଛାଡିବା ନିଷ୍ପତ୍ତି ସଠିକ ସାବ୍ୟସ୍ତ ହେଲା କାରଣ ଆଜିର ତାରିଖରେ ସେ ଗାଈର ଦୁଗ୍ଧ ଓ ଗୋବର ବିକି ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି|
ରିପୋର୍ଟ୍ ଅନୁସାରେ କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲାର ରହୁଥିବା ଜୟଗୁରୁ ଆଚାର ହିନ୍ଦର ସିଭିଲ ଇଞ୍ଜିନିୟରିଂ ପଢିଲେ|ଶିକ୍ଷା ସମାପ୍ତ ପରେ ସେ ଚାକିରୀ କରୁଥିଲେ|କିନ୍ତୁ ତାଙ୍କ ମନ ଅଫିସ କାମରେ ଲାଗୁ ନଥିଲା|ତାଙ୍କୁ ଆରମ୍ଭରୁ ଚାଷବାସ ସହ ମନ ଥିଲା|୨୦୧୯ରେ ଚାକିରି ଛାଡି ବାପାଙ୍କ ସହ ଚାଷବାସରେ ସହଯୋଗ କରିଥିଲେ|
ସେ ଘରକୁ ଆସି ପଶୁପାଳନ ଆରମ୍ଭ କରିଥିଲେ|ସେ କମ ସମୟ ମଧ୍ୟରେ ୩୦ ଗାଈ ପାଳନ କରିଥିଲେ|ସେ କହିଛନ୍ତି ପରେ ସେ ଡେରି କାମକୁ ବଢାଇବା ପାଇଁ ମନସ୍ଥ କରିଥିଲେ|ଏଥିପାଇଁ ସେ ଡେରି କ୍ଷେତ୍ରରେ ଇନୋଭଟିଭ ତରିକା ଆପଣେଇଥିଲେ|ଏଥିପାଇଁ ସେ ଗବେଷଣା କରିଥିଲେ|ସେ ଗବେଷଣା ସମୟରେ ପଟିଆଲା ଯାଇଥିଲେ|ସେଠାରେ ସେ ଗାଈର ଗୋବର ଶୁଖେଇବା ଏକ ମେଶିନ କିଣିଥିଲେ|ଏହାସହ ଏଥିପାଇଁ ସେ ୧୦ ଏକର ଜାଗା କିଣିଥିଲେ|
ସେ ଗାଈ ଦୁଗ୍ଧ ସହ ଗୋବର ବିକ୍ରି କରିଥାନ୍ତି|ଆଖପାଖ ଅଞ୍ଚଳରେ ଲୋକମାନେ ଚାଷ ପାଇଁ ଗୋବର କିଣିଥାନ୍ତି|ଏହି କାମ ପାଇଁ ସେ ଏବେ ମାସିକ ଲକ୍ଷାଧିକ ଆୟ କରୁଛନ୍ତି|ସେ ଆଗକୁ ଡେରି ପ୍ରଡକ୍ଟ ବିକିବାକୁ ଚାହାନ୍ତି ଓ ବ୍ୟବସାୟକୁ ଆଗକୁ ବଢାଇବାକୁ ଚାହାନ୍ତି|ଏଥିପାଇଁ ସେ ସରକାରଙ୍କ ତରଫରୁ ସବ୍ସିଡି ନେଇ ଷ୍ଟାରରଟ ଅପ କରିବାକୁ ଚାହାଁନ୍ତି|