ପାଠ ନ ପଢିବାରୁ ମା ପିଟିଲେ, ବାପା କାହିଁକି କାନ୍ଦୁଛ ବୋଲି ପଚାରିବାରୁ ପୁଅ କହିଲା – ତୁମେ ଚୁପ ରୁହ, ଆଉ ତା’ପରେ… ଦେଖନ୍ତୁ ଭିଡିଓ
Mother Son Viral Video: ପିଲାଦିନେ ଯେତେବେଳେ ପିଲା ପାଠ ପଢେନାହିଁ, ସେତେବେଳେ ବାପାମାଆ ପାଟି କରନ୍ତି କିମ୍ବା ପିଟନ୍ତି, ଯେପରିକି ସେ ଭଲରେ ପାଠ ପଢ଼ିବ । ଲୋକମାନେ ମଧ୍ୟ ପ୍ରାୟତଃ କୁହନ୍ତି ଯେ ମା ନିଜ ପିଲା ଉପରେ ସବୁଠାରୁ ଅଧିକ ଧ୍ୟାନ ଦିଏ ଏବଂ ପାଠ ପଢ଼ିବାକୁ ଚାପ ପକାଏ, ଯେପରିକି ସେ ଭଲରେ ପଢ଼ିବ । କିନ୍ତୁ ବେଳେବେଳେ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ମାକୁ ମାଡ ମାରିବାକୁ ପଡ଼ିଥାଏ ।
ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଖୁବ୍ ଭାଇରାଲ୍ ହେଉଛି, ଯେଉଁଥିରେ ପାଠ ନ ପଢ଼ିବାରୁ ମା ନିଜ ପିଲାକୁ ମାଡ ଦେଉଛନ୍ତି ଏବଂ ପିଲାଟି ସକେଇ ସକେଇ କାନ୍ଦୁଛି । କାନ୍ଦୁଥିବା ପିଲାଟିକୁ ମା ନମ୍ୱର୍ ଲେଖିବାକୁ କହୁଛନ୍ତି । ସେହିପରି ପାଖରେ ଥିବା ପିଲାର ବାପା ନିଜ ମୋବାଇଲ୍ କ୍ୟାମେରାରେ ଭିଡିଓ ସୁଟ୍ କରୁଥାନ୍ତି । ପୁଅ କାନ୍ଦୁଛି ଏବଂ ମା ରାଗରେ ପୁଅକୁ ପାଠ ପଢ଼ାଉଛନ୍ତି । ଏହି ସମୟରେ ଏପରି କିଛି ଡାଇଲଗ ଶୁଣିବାକୁ ମିଳିଥାଏ, ଯାହାକୁ ଶୁଣିଲେ ଆପଣଙ୍କର ହସ ବାହାରି ପଡ଼ିବ ।
ଭଲରେ ପାଠ ନ ପଢିବାରୁ ପିଲାଟି ମାଡ ଖାଇଲା :-
ଇଣ୍ଟରନେଟରେ ଭାଇରାଲ୍ ହେଉଥିବା ଏହି ଭିଡ଼ିଓରେ ଦେଖାଯାଇପାରେ ଯେ ରୁମରେ ଗୋଟିଏ ପିଲା ବେଡ ଉପରେ ବସିଛି ଏବଂ ତା ହାତରେ ପେନ୍ସିଲ ଅଛି । ମା ନମ୍ୱର୍ ଲେଖିବାକୁ କହୁଛନ୍ତି । ମା ରାଗିଯାଇ ୱାନ ନାଇନ(19) ଲେଖିବାକୁ କହିବା ମାତ୍ରେ ହିଁ ପିଲାଟି କାନ୍ଦି କାନ୍ଦି କୁହେ, ” ୱାନ ନାଇନ” ଏବଂ ତାପରେ ଲେଖିବାକୁ ଲାଗେ ।
ଏହା ମଧ୍ୟରେ ମା ପିଲାଟିର ଲୁହ ପୋଛି ଦିଅନ୍ତି । ପୁଣିଥରେ ଲେଖିବାକୁ କୁହନ୍ତି । ଏହା ମଧ୍ୟରେ ଭିଡିଓ ରେକର୍ଡ କରୁଥିବା ବାପା କୁହନ୍ତି, ” କାନ୍ଦିଲେ ଲାଭ କଣ ।” ଏହା ଉପରେ ପିଲାଟି କହିଲା ଯେ ତୁମେ ଚୁପ୍ ରୁହ । ତାପରେ ବାପା କୁହନ୍ତି ଯେ ‘ ମୁଁ କାହିଁକି ଚୁପ୍ ରହିବି ‘, ତେଣୁ ପିଲାଟି କୁହେ ଯେ ‘ ତୁମେ ମୋ ମା ନୁହଁ, ବାପା ।’
ଦେଖନ୍ତୁ ଭିଡିଓ :-
ସୋସିଆଲ ମିଡିଆରେ ଭିଡିଓ ହେଲା ଭାଇରାଲ୍ :-
ମାତ୍ର କିଛି ସେକେଣ୍ଡର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏହି ଭିଡ଼ିଓରେ ଯେତେବେଳେ ପୁଅକୁ ଚୁପ୍ ଦେଖୁଥିଲେ, ସେତେବେଳେ ବାପାମାଆ ପରସ୍ପର ମଧ୍ୟରେ ଝଗଡା କରିବାକୁ ଲାଗିଲେ । ତେବେ କିଛି ସମୟ ମଧ୍ୟରେ ମାମଲା ଶାନ୍ତ ପଡ଼ିଗଲା । ଏପରି ପିଲାଦିନ ଆମ ସମସ୍ତଙ୍କ ସହ ଘଟିଛି । ଏହାକୁ ତିନି ଲକ୍ଷରୁ ଅଧିକ ଲୋକ ଲାଇକ କରିଛନ୍ତି ଏବଂ ଲକ୍ଷ ଲକ୍ଷ ଲୋକ ଦେଖୁଛନ୍ତି । ଲୋକମାନଙ୍କୁ ଏହି ଭିଡିଓ ଦେଖିବା ପରେ ନିଜର ପିଲାଦିନ ମନେପଡୁଛି ।