ବର୍ଷା ପରେ ବାହାରିଲେ ନାଗ-ନାଗୁଣୀଙ୍କ ଯୋଡି, ପ୍ରାୟ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଚାଲିଲା ରୋମାନ୍ସ, ଭାଇରାଲ୍ ହେଲା ଭିଡିଓ
ସୋସିଆଲ ମିଡିଆରେ ସାପ ସହ ଜଡ଼ିତ ଅନେକ ଭିଡିଓ ଭାଇରାଲ୍ ହୋଇଥାଏ । ସେଥିମଧ୍ୟରୁ କିଛି ଭିଡିଓକୁ ଦେଖିଲେ ଆମକୁ ଆଶ୍ଚର୍ଯ୍ୟ ଲାଗିଥାଏ ତ ଆଉ କିଛି ଭିଡିଓ ଦେଖିଲେ ଆମ ଲୋମ ଟାଙ୍କୁରୀ ଉଠେ । ଏହା ମଧ୍ୟରେ ସୋସିଆଲ ମିଡିଆରେ ଆଉ ଗୋଟିଏ ଭିଡିଓ ଭାଇରାଲ୍ ହେବାରେ ଲାଗିଛି, ଯାହା ବୋଧହୁଏ ଆପଣ ଆଗରୁ କେବେ ଦେଖି ନଥିବେ । ବର୍ତ୍ତମାନ ଏହିପରି ଭିଡିଓ ସୋସିଆଲ ମିଡ଼ିଆରେ ଦେଖାଯାଇଛି । ଯାହାକୁ ଦେଖିବାପରେ ଲୋକେ ଏହାକୁ ଅପୂର୍ବ ଦୃଶ୍ୟ ବୋଲି କହୁଛନ୍ତି ।
ବାସ୍ତବରେ ଏହି ମାମଲା ଉତ୍ତରପ୍ରଦେଶର ଲଲିତପୁରର ଅଟେ । ଏଠିକାର ମଦାବରା ଅଞ୍ଚଳରେ ଲୋକମାନଙ୍କ କହିବା ଅନୁଯାୟୀ ବର୍ଷା ପରେ ପରେ କ୍ଷେତରୁ ନାଗ-ନାଗୁଣୀଙ୍କ ଯୋଡି ପଦାକୁ ବାହାରି ଆସିଥିଲେ । ଦୁହେଁ ବହୁତ୍ ଡାନ୍ସ କରିବାକୁ ଲାଗିଲେ । ସ୍ଥାନୀୟ ଲୋକେ କହିଛନ୍ତି ଯେ ପ୍ରାୟ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ନାଗ-ନାଗୁଣୀଙ୍କ ଏହି ଯୋଡି ଡାନ୍ସ କରିବାକୁ ଲାଗିଲେ । ଦୁହେଁ ବେଳେବେଳେ ତଳେ ରଙ୍ଗି ରଙ୍ଗି ଡାନ୍ସ କରୁଥିଲେ ତ ଆଉ କେତେବେଳେ ଠିଆ ହୋଇ ପରସ୍ପର ସହ ଗୁଡେ଼ଇ ହୋଇ ଦେଖାଗଲେ । ରୋମାନ୍ସ କରୁଥିବାର ଦେଖି ଗାଁର ଅନେକ ଲୋକ ସେଠାରେ ଜମା ହୋଇଗଲେ ।
ଗାଁ ଲୋକେ କହିଛନ୍ତି ଯେ ପ୍ରାୟତଃ ବର୍ଷା ପରେ ଅଞ୍ଚଳରେ ଅନେକ ପ୍ରଜାତିର ସାପ ବାହାରିଥାନ୍ତି । ବେଳେବେଳେ ନାଗ-ନାଗୁଣୀଙ୍କ ଯୋଡିକୁ ମଧ୍ୟ ଦେଖାଯାଏ, କିନ୍ତୁ ନାଗ-ନାଗୁଣୀଙ୍କ ଏପରି ଡାନ୍ସ ଦେଖାଯାଏ ନାହିଁ । ଏହି ନାଗ-ନାଗୁଣୀ ପ୍ରାୟ ଦେଢ଼ ଘଣ୍ଟା ଡାନ୍ସ କରିବା ପରେ ପୁଣି କ୍ଷେତକୁ ଚାଲି ଯାଇଥିଲେ । ସେହିପରି ଲୋକମାନେ ଏହା ମଧ୍ୟ କହିଛନ୍ତି ଯେ ଶ୍ରାବଣ ମାସ ପୂର୍ବରୁ ପ୍ରାୟତଃ ନାଗ-ନାଗୁଣୀଙ୍କ ନୃତ୍ୟ ଦେଖିବାକୁ ମିଳେ । ନାଗ-ନାଗୁଣୀଙ୍କ ଏହି ନୃତ୍ୟକୁ କିଛି ଲୋକ ଶୁଭ ମାନନ୍ତି ତ ଆଉ କିଛି ଲୋକ ଅଶୁଭ ମାନନ୍ତି ।
ଭାଇରାଲ୍ ହେଉଛି ଭିଡିଓ :-
बारिश के बाद यूपी के ललितपुर जिले में मड़ावरा के पास रनगांव में नाग-नागिन का जोड़ा रोमांस करता नजर आया। #Monsoon #Lalitpur #SnakeVideo pic.twitter.com/oUYAlOM9MP
— Kapil Tiwari (@jkapiltiwari) July 11, 2022
ଭିଡ଼ିଓରେ ଦେଖାଯାଇପାରେ ଯେ ନାଗ-ନାଗୁଣୀଙ୍କ ଏହି ଯୋଡି ରୋମାନ୍ସ କରୁଥିବାର ଦେଖାଯାଉଛି । କୁହାଯାଉଛି ଯେ ରବିବାର ଦିନ ଲଳିତପୂରରେ ବର୍ଷା ହେବା ମାତ୍ରେ ହିଁ ନାଗ-ନାଗୁଣୀଙ୍କ ଯୋଡି ବାହାରକୁ ଚାଲିଆସିଲେ । ତାପରେ ପ୍ରାୟ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ନାଗ-ନାଗୁଣୀଙ୍କ ଯୋଡି ପରସ୍ପର ମଧ୍ୟରେ ହଜି ଯାଇଥିବାର ଦେଖାଗଲେ । ଏହି ସମୟରେ କିଛି ଲୋକ ଏ ଦୃଶ୍ୟର ଭିଡିଓ କରିନେଲେ । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।