ନାବାଳକକୁ ହେଇଗଲା ଦୁଇ ପିଲାଙ୍କ ମା ସହ ପ୍ରେମ, ରାତିରେ ଦେଖା କରିବାକୁ ଆସିଲା, ସ୍ଵାମୀ ଆପତ୍ତିଜନକ ଅବସ୍ଥାରେ ଧରିଲା

0

Get real time updates directly on you device, subscribe now.

ସତରେ ପ୍ରେମ ଅନ୍ଧ ହୋଇଥାଏ । ପ୍ରେମରେ ବୟସ ଦେଖାଯାଏ ନା ସୌନ୍ଦର୍ଯ୍ୟ । ଏପରି ଗୋଟିଏ ପ୍ରେମ କାହାଣୀ ଜମୁଇରେ ଦେଖିବାକୁ ମିଳିଛି । ଯେତେବେଳେ ଜଣେ ନାବାଳକ ପ୍ରେମିକ ନିଜ ପ୍ରେମିକା ସହ ଦେଖା କରିବାପାଇଁ ଜହାନାବାଦରୁ ଜମୁଇ ପ୍ରେମିକାର ଘରେ ପହଞ୍ଚିଗଲା । କିନ୍ତୁ ପ୍ରେମିକକୁ ପ୍ରେମିକା ସହିତ ଦେଖା କରିବାକୁ ଆସିବା ମହଙ୍ଗା ପଡ଼ିଗଲା ।

15 ବର୍ଷୀୟ ଏକାଦଶ ଶ୍ରେଣୀର ଛାତ୍ରକୁ ଫେସବୁକ୍ ମାଧ୍ୟମରେ ଜମୁଇର ଗୋଟିଏ ଗାଁରେ ରହୁଥିବା ଦୁଇ ପିଲାର ମା ସହ ପ୍ରେମ ହୋଇଯାଏ । ଧିରେ ଧିରେ ପ୍ରେମ ବଢ଼ିବାକୁ ଲାଗେ । ଫୋନ୍ ନମ୍ୱର୍ ଦିଆନିଆ ଚାଲେ ଏବଂ ଦୁହିଁଙ୍କ ମଧ୍ୟରେ ପ୍ରେମ କଥା ଚାଲେ, ତାହା ପୁଣି ଘଣ୍ଟା ଘଣ୍ଟା ଧରି ।

ରାତିରେ ପହଞ୍ଚିଗଲା :-

ଦେଖା କରିବାକୁ ଏତେ ମନ ହେଲା ଯେ ସେ ରାତାରାତି ଜହାନାବାଦରୁ ଜମୁଇରେ ପହଞ୍ଚିଯାଏ । ପ୍ରେମିକା ଡକାଇବାରୁ ପ୍ରେମିକ ଜହାନାବାଦରୁ ଟ୍ରେନରେ ଜମୁଇ ଷ୍ଟେସନରେ ପହଞ୍ଚିଲା, ତାପରେ ବିଳମ୍ବିତ ସନ୍ଧ୍ୟାରେ ପ୍ରେମିକା ଘରେ ପହଞ୍ଚିଗଲା । ଯେତେବେଳେ ପ୍ରେମିକାର ସ୍ବାମୀ ସେ ପିଲା ବିଷୟରେ ପଚାରିଲା, ସେତେବେଳେ ସେ ନିଜ ବାପଘରର ସମ୍ପର୍କୀୟ କହି ରାତିସାରା ତାକୁ ନିଜ ଘରେ ରଖିଲା ।

ଆପତ୍ତିଜନକ ଅବସ୍ଥାରେ ଧରାପଡ଼ିଗଲା :-

ଯେତେବେଳେ ମହିଳାଙ୍କ ସ୍ଵାମୀ ଦୁହିଁଙ୍କୁ ପରସ୍ପର ସହିତ ଆପତ୍ତିଜନକ ଅବସ୍ଥାରେ ଦେଖିଲା, ସେତେବେଳେ ସେ ରାଗରେ ତାତି ଉଠିଲା । ତାପରେ ଆଉ କଣ୍ ହେବ, ମହିଳାଙ୍କ ସ୍ବାମୀ ରାଗରେ ଜରଜର ହୋଇ ହଙ୍ଗାମା କରିଦେଲା । ଗ୍ରାମବାସୀଙ୍କ ଭିଡ ହୋଇଗଲା ଏବଂ ତାପରେ ମହିଳାଙ୍କ ସ୍ଵାମୀ ଦୁହିଁଙ୍କୁ ଖୁବ୍ ପିଟିଲା । ପିଟିବା ସମୟରେ ମହିଳା ନିଜ ପ୍ରେମିକକୁ ବଞ୍ଚାଇବା ପାଇଁ ବହୁତ୍ ଚେଷ୍ଟା କଲା, କିନ୍ତୁ ଆଘାତ ଦୁହିଁଙ୍କୁ ଲାଗିଲା ।

ନାବାଳକ ପ୍ରେମିକର ପରିବାର ଲୋକଙ୍କୁ ଡକାଗଲା :-

ଗାଁରେ ହଙ୍ଗାମା ହେବା କଥାର ସୂଚନା ଗାଁର ମୁଖିଆ ପାଖରେ ପହଞ୍ଚିଲା । ତାପରେ ମୁଖିଆ ବହୁତ୍ ବୁଝାଇବା ପରେ ଦୁହିଁଙ୍କୁ ଉଦ୍ଧାର କରାଗଲା ଏବଂ ଏହାର ସୂଚନା ନାବାଳକ ପ୍ରେମିକର ପରିବାର ଲୋକଙ୍କୁ ଦିଆଗଲା । ନାବାଳକ ପ୍ରେମିକର ପରିବାର ଲୋକେ ଯମୁଇରେ ପହଞ୍ଚି ପିଲାକୁ ନିଜ ସହ ଜହାନାବାଦକୁ ନେଇଗଲେ । କୁହାଯାଉଛି ଯେ ମହିଳା ଜଣକ ଦୁଇଟି ପିଲାର ମା ଅଟନ୍ତି ।

Leave A Reply

Your email address will not be published.