ପ୍ରାୟତ ଦେଖାଯାଏ ଯେ ଲୋକମାନେ ନିଜ ଟଙ୍କାକୁ କୌଣସି ସ୍ଥାନରେ ବିନିଯୋଗ କରିବାକୁ ଚିନ୍ତା କରନ୍ତି । କିନ୍ତୁ ଯେକୌଣସି ପ୍ରକାରର ବିନିଯୋଗରେ ବିପଦ ଅଧିକ ରହିଥାଏ । ଲୋକମାନେ ରିସ୍କ ନେବାକୁ ମଧ୍ୟ ଭଲ ପାଆନ୍ତି ନାହିଁ । ସମସ୍ତେ ଚାହାଁନ୍ତି ଯେ ଯେଉଁଠାରେ ସେମାନେ ସେମାନଙ୍କର ଟଙ୍କା ବିନିଯୋଗ କରବେ, ସେଠାରେ ଯେପରି ତାଙ୍କ ଟଙ୍କା ସୁରକ୍ଷିତ ରହିବ ଏବଂ ଲୋକମାନେ ବିନା ରିସ୍କରେ ଭଲ ଫେରସ୍ତ ପାଇପାରିବେ । ବିନିଯୋଗର ଅନ୍ୟ ଏକ ଲାଭ ହେଉଛି ଯେ ଆପଣଙ୍କ ଦ୍ଵାରା ଯାହା ବି ବିନିଯୋଗ କରାଯାଏ, ଏହା ଆପଣଙ୍କ ଖରାପ ସମୟରେ ଆପଣଙ୍କ ପରିବାରର କାମରେ ଆସିଥାଏ ।
ଯଦି ଆପଣ ମଧ୍ୟ ଚାହୁଁଛନ୍ତି ଯେ ଯେକୌଣସି ଅସୁବିଧାରେ କିମ୍ବା ଆପଣଙ୍କ ଅନୁପସ୍ଥିତିରେ ପରିବାରକୁ ଆର୍ଥିକ ସାହାଯ୍ୟ ମିଳୁ, ତେବେ ଆପଣ ଆଜି ହିଁ ରେଗୁଲାର ଇନକମ୍ ର ବ୍ୟବସ୍ଥା କରିପାରିବେ । ଆଜ୍ଞା ହଁ ଆଜି ଆମେ ଆପଣଙ୍କୁ ଏପରି ଗୋଟିଏ ବିନିଯୋଗ ବିଷୟରେ କହିବାକୁ ଯାଉଛୁ, ଯାହା ମାଧ୍ୟମରେ ପ୍ରତିମାସରେ ଆପଣଙ୍କର ରେଗୁଲାର ଇନକମ ହେବ ।
ନେସନାଲ ପେନସନ ସ୍କିମ କଣ ?
ଯଦି ଆପଣ ନିଜର କଷ୍ଟ ଉପାର୍ଜିତ ଟଙ୍କାକୁ କୌଣସି ସ୍ଥାନରେ ବିନିଯୋଗ କରିବାକୁ ଚିନ୍ତା କରୁଛନ୍ତି, ତେବେ ଏପରି ପରିସ୍ଥିତିରେ ଆପଣ ଆଜିଠାରୁ ନ୍ୟାସନାଲ ପେନ୍ସନ୍ ସିଷ୍ଟମ (NPS) ରେ ବିନିଯୋଗ ଆରମ୍ଭ କରିଦେବା ଉଚିତ । ଏହା ସରକାରଙ୍କ ଦ୍ୱାରା ପରିଚାଳିତ ଏକ ଅବଦାନ ପେନ୍ସନ୍ ଯୋଜନା । NPS ଏକ ଦୀର୍ଘକାଳୀନ ବିନିଯୋଗ ଯୋଜନା ଅଟେ । ସରକାରୀ କର୍ମଚାରୀଙ୍କ ପାଇଁ ଜାନୁଆରୀ 2004 ରେ ଜାତୀୟ ପେନ୍ସନ ସ୍କିମ (NPS) ଆରମ୍ଭ କରାଯାଇଥିଲା । ଏହା ପରେ ଚାହିଦା ଅନୁଯାୟୀ, ଏହା 2009 ମସିହାରେ ସବୁ ବର୍ଗର ଲୋକଙ୍କ ପାଇଁ ଖୋଲା ଯାଇଥିଲା ।
ଯେକୌଣସି ବ୍ୟକ୍ତି ତାଙ୍କ ୱର୍କିଂ ଲାଇଫ ସମୟରେ ପେନ୍ସନ୍ ଆକାଉଣ୍ଟରେ ନିୟମିତ ଭାବରେ ଯୋଗଦାନ କରିପାରିବେ । ଜମା ହୋଇଥିବା ଫଣ୍ଡରୁ ଏକ ଅଂଶକୁ ସେ ଏକାବେଳେ ଉଠାଇ ମଧ୍ୟ ନେଇପାରିବେ ଏବଂ ଅବସର ପରେ ନିୟମିତ ପେନ୍ସନ୍ ପାଇବା ପାଇଁ ଅବଶିଷ୍ଟ ଅର୍ଥ ବ୍ୟବହାର କରିପାରିବେ । ବ୍ୟକ୍ତିଙ୍କ ନିବେଶ ଏବଂ ଏହା ଉପରେ ମିଳୁଥିବା ରିଟର୍ନ ଦ୍ଵାରା NPS ଆକାଉଣ୍ଟ୍ ବଢ଼ିଥାଏ । ଏଥିରେ ଆପଣ ପ୍ରତି ମାସ କିମ୍ବା ବାର୍ଷିକ ଟଙ୍କା ଜମା କରିପାରିବେ ।
ବିନିଯୋଗ କରାଯାଇଥିବା ଅର୍ଥ 60 ବର୍ଷ ବୟସରେ ମିଳିବ :-
ଆମେ ଆପଣଙ୍କୁ କହିବୁ ଯେ ଆପଣ ନିଜ ପରିବାରର ଯେକୌଣସି ସଦସ୍ୟଙ୍କ ନାମରେ ଏହି ସରକାରୀ ଆକାଉଣ୍ଟ ଖୋଲିପାରିବେ । ଧରାଯାଉ ଯଦି ଆପଣ ଆପଣଙ୍କର ସ୍ତ୍ରୀଙ୍କ ନାମରେ ଏକ ନ୍ୟାସନାଲ ପେନ୍ସନ୍ ସିଷ୍ଟମ୍ (NPS) ଆକାଉଣ୍ଟ୍ ଖୋଲନ୍ତି, ତେବେ ଆପଣଙ୍କ ସ୍ତ୍ରୀ 60 ବର୍ଷ ବୟସରେ ଏଥିରେ ବିନିଯୋଗ ହୋଇଥିବା ଅର୍ଥ ପାଇବେ । ଏହା ସହିତ ପ୍ରତି ମାସରେ ପେନ୍ସନ୍ ଆକାରରେ ନିୟମିତ ରୋଜଗାର ମଧ୍ୟ ହେବ ।
NPS ଆକାଉଣ୍ଟ୍ ସହିତ ଆପଣ ଏହା ମଧ୍ୟ ସ୍ଥିର କରିପାରିବେ ଯେ ସ୍ତ୍ରୀ କିମ୍ବା ପରିବାରର କୌଣସି ସଦସ୍ୟଙ୍କ ନାମରେ ଆପଣ ଏହି ଖାତା ଖୋଲିବେ । ତାଙ୍କୁ ପ୍ରତି ମାସରେ ପେନସନ୍ ମିଳିବ । ଏହା ସହିତ ଆପଣଙ୍କ ସ୍ତ୍ରୀ କିମ୍ବା ଅନ୍ୟ କୌଣସି ବ୍ୟକ୍ତି 60 ବର୍ଷ ବୟସ ପରେ ଟଙ୍କା ପାଇଁ ଅନ୍ୟ ଉପରେ ନିର୍ଭରଶୀଳ ହେବେ ନାହିଁ । NPS ରେ ବିନିଯୋଗ କରିବା ବହୁତ ସହଜ ହୋଇଥାଏ ।