ଦିଲ୍ଲୀ ମେଟ୍ରୋର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାର ନଜର ଆସିଛି। ଭିଡ଼ିଓରେ ଜଣେ ଯୁବକ ଓ ଯୁବତୀ କପଡ଼ାକୁ ନେଇ ଯୁକ୍ତି କରୁଥିବାର ନଜର ଆସିଥିଲେ। ମାମଲା ଏତେ ମାତ୍ରାରେ ବଢିଯାଉଛି ଯେ, ଯୁବତୀ ନିଜର ସାଥିରେ ଥିବା ଯୁବକକୁ ଚାପୁଡ଼ା ମାରିବା ଆରମ୍ଭ କରିଦେଉଛି। ଜବାବରେ ଯୁବକ ମଧ୍ୟ ହାତ ଚଳାଇବାକୁ ପଛାଉନାହିଁ।
ସ୍ପଷ୍ଟ ହୋଇ ପାରୁନାହିଁ ଯେ, ଏହା ସେମାନଙ୍କ ଭିତରେ ଅସଲ ଫାଇଟ ଥିଲା ନା ପ୍ରାଙ୍କ ହୋଇଥିଲା! :-
ଭିଡ଼ିଓର ଆରମ୍ଭ ଝିଅ ଠାରୁ ହେଉଛି, ଯୁବତୀ କହୁଛନ୍ତି- ହଜାର ଟଙ୍କାର ଟି-ଶାର୍ଟ ଆଣିଛି ଜାରା କମ୍ପାନୀର କପଡ଼ା ଦେଖେ। ଏଥିରେ ଯୁବକ ଜଣକ କହୁଛନ୍ତି 150 ଟଙ୍କିଆ ଟି-ଶାର୍ଟ। ଯେଉଁଥିରେ ଯୁବତୀ ଅଚାନକ ରାଗି ଯାଇ ଯୁବକକୁ ମାଡ଼ ମାରିବା ଆରମ୍ଭ କରିଦେଉଛି ଓ ଯୁବକ ଚେତାବନୀ ଦେଇ କହୁଛନ୍ତି କି, ପବ୍ଲିକ ପ୍ଲେସରେ ଏମିତି ହଅନି। ଏହାପରେ ଯୁବତୀ ନମାନି ମାଡ଼ ମାରିବାରେ ଲାଗିଛନ୍ତି।
ଏହାପରେ ଯୁବତୀ ଜଣକ ମାଡ଼ ମାରି କହିଥିଲା କି, ଏବେଠାରୁ ତୁ ମୋ ଜୀବନରୁ ବାହାରିଯା, ଏହାକହି ଯୁବତୀ ଜଣକ ଜୋରଦାର ଚାପୁଡ଼ା ଯୁବକକୁ ମାରିଦେଲା। ଏଥିରେ ଯୁବକ ମଧ୍ୟ ଆଉ ସହ୍ୟ କରିନପାରି ଜୋରଦାର ଚାପୁଡ଼ା ମାରିଦେଲା।
ଏହାପରେ ଯୁବତୀ ଜଣକ ଯୁବକକୁ ମାଡ଼ ମାରି କହିଲେ- ତୋ ପରି ପିଲା କୋଉ ଝିଅକୁ ନମିଳନ୍ତୁ, ତୁ ଗୋଟିଏ ବେକାର ପିଲା। ପବ୍ଲିକ ପ୍ଲେସରେ ତୁ ଏମିତି ହରକତ ତମାସା କରୁଛୁ। ଏତିକି କହି ସେ ମେଟ୍ରୋରୁ ଓହ୍ଲାଇ ଗଲେ।
ଏବେ ଏହି ଭିଡ଼ିଓକୁ ଦେଖି କିଛି ଲୋକେ ଏହାକୁ କପଲ କହୁଥିବା ବେଳେ କିଛି ସେମାନଙ୍କୁ ଭାଇ ଭଉଣୀ କହୁଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି କି, ଯୁବକକୁ ଏତେବି ଧୈର୍ଯ୍ୟବାନ ହେବା ଉଚିତ ନଥିଲା। ଆଉଜଣେ ଲେଖିଥିଲେ- ଭାଇ ଭଉଣୀଙ୍କ ଭଳି ଲଢ଼ୁଛନ୍ତି କେତେ ସୁନ୍ଦର!
ସେହିପରି କିଛି ଲୋକେ ଏହାକୁ ପ୍ରାଙ୍କ ଭିଡ଼ିଓ ବୋଲି କହୁଛନ୍ତି। ଏହି ଭିଡ଼ିଓକୁ ତିନିମାସ ପୂର୍ବରୁ ୟୁଟ୍ୟୁବରେ ଶେୟର କରାଯାଇଥିଲା। ହେଡଲାଇନରେ ଲେଖାଥିଲା, ଏହା କପଲଙ୍କ ପ୍ରାଙ୍କ ଫାଇଟ ଥିଲା।