ବହୁ ଚର୍ଚ୍ଚିତ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ପୁରୁଷ ବନ୍ଧୁ ତଥା ସ୍ବାମୀ ସନ୍ତୋଷ ପାତ୍ର ଆତ୍ମହତ୍ୟା କରିଛନ୍ତି। ରାଉରକେଲା ବାସନ୍ତୀ କଲୋନୀରୁ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ୍ୟୁର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସୁଦ୍ଧା ଅସ୍ପଷ୍ଟ ରହିଛି। ଗତକାଲି ବିଳମ୍ବିତ ରାତିରେ ସେ ତାଙ୍କ ବାସଭବନରେ ଜୀବନ ହାରି ଦେଇଛନ୍ତି ସନ୍ତୋଷ। ନିଜ ବେଡରୁମରେ ଶୋଇଥିବା ସମୟରେ ନିଜର ଜୀବନକୁ ସେ ଶେଷ କରିଦେଇଛନ୍ତି। ସନ୍ତୋଷ ତାଙ୍କ ବାପା-ମାଆଙ୍କ ସହିତ ରହୁଥିଲେ। ସନ୍ତୋଷଙ୍କ ମୃତ ଦେହକୁ ଜବତ କରି ସରକାରୀ ଡାକ୍ତରଖାନାରେ ରଖିଛି।
ତେବେ ଜୁନ୍ ୧୯ ତାରିଖରେ ଟେଲି ଅଭିନେତ୍ରୀ ରଶ୍ମିରେଖା ନୟାପଲ୍ଲୀ ଘରେ ଆତ୍ମହତ୍ୟା କରିଥିଲେ। ଏହା ସହିତ ରଶ୍ମିରେଖାଙ୍କ ହାତଲେଖା ଚିଠି ମଧ୍ୟ ଉଦ୍ଧାର କରିଥିଲା। ଯେଉଁଥିରେ ସେ ସନ୍ତୋଷଙ୍କୁ ବହୁତ ଭଲ ପାଆନ୍ତି ବୋଲି ଲେଖିଥିଲେ। ଏହା ସହିତ ସେ ତାଙ୍କ ବାପାଙ୍କ ଉଦ୍ଦେଶ୍ଵରେ ଲେଖିଥିଲେକି ସନ୍ତୋଷ ପାତ୍ରଙ୍କର କିଛି ଦୋଷ ନାହିଁ। ଯଦି ସନ୍ତୋଷର କିଛି ହୁଏ ତେବେ ମୁଁ କାହାକୁ ଛାଡ଼ିବି ନାହିଁ।
ଏହି ଘଟଣାର ତଦନ୍ତ କରି କମିଶନରେଟ ପୋଲିସ ସନ୍ତୋଷଙ୍କୁ ଜେରା କରିଥିଲା। ସୂଚନା ମୁତାବକ, ରଶ୍ମିରେଖା ଓ ସନ୍ତୋଷ ଭୁବନେଶ୍ୱରର ଏକ ଭଡ଼ାଘରେ ରହୁଥିଲେ। ରଶ୍ମିରେଖାଙ୍କ ଆତ୍ମହତ୍ୟା ମାମଲାରେ ଜେଲ ଯାଇଥିଲେ ସନ୍ତୋଷ। ବେଲ ପାଇ ରାଉରକେଲା ଆସିଥିବା ବେଳେ ସନ୍ତୋଷ ଆତ୍ମହତ୍ୟା କରିଥିବା ଜଣାପଡିଛି। ବର୍ତ୍ତମାନ ମଧ୍ୟ ସନ୍ତୋଷ ସେହି ଅଫେରା ରାଇଜକୁ ଚାଲି ଯାଇଛନ୍ତି।