ଏହି ଖାତାରେ ଏକ ଟଙ୍କା ନ ଥିଲେ ମଧ୍ୟ ଉଠାଇପାରିବେ 10000 ଟଙ୍କା, ଆପଣ ମଧ୍ୟ ଶୀଘ୍ର ଉଠାନ୍ତୁ ଫାଇଦା

0

Get real time updates directly on you device, subscribe now.

PM Jan dhan Yojana: ସରକାର ଆଜିର ସମୟରେ ଅନେକ ଯୋଜନା ଚଲାଉଛନ୍ତି । ଏହିପରି ସରକାର ସାଧାରଣ ଜନତାଙ୍କୁ ଆର୍ଥିକ ଲାଭ ଦେବାପାଇଁ ପ୍ରଧାନମନ୍ତ୍ରୀ ଜନ ଧନ ଖାତା ଯୋଜନା ଅଧୀନରେ ଖାତା ଖୋଲିଥିଲେ । ପିଏମ ଜନଧନ ଯୋଜନା ଅଧୀନରେ ସରକାର ଖାତାରେ କ୍ୟାସ ନ ଥିଲେ ମଧ୍ୟ 10000 ଟଙ୍କା କ୍ୟାସ ଉଠାଇବା ପାଇଁ ସୁବିଧା ଦିଅନ୍ତି । ଅର୍ଥାତ୍ ଆପଣଙ୍କ ବ୍ୟାଙ୍କ୍ ଖାତାରେ ପଇସା ନ ଥିଲେ ମଧ୍ୟ ଆପଣ 10000 ଟଙ୍କା ପର୍ଯ୍ୟନ୍ତ କ୍ୟାସ ଉଠାଇ ପାରିବେ । ଆସନ୍ତୁ ଜାଣିବା ଯେ ଆପଣ ଏହି ଖାତା କିପରି ଖୋଲିପାରିବେ ଏବଂ କଣ କଣ ଫାଇଦା ମିଳିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ଦିବସ ଅବସରରେ 2014 ରେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାକୁ ଆରମ୍ଭ କରିବାକୁ ଘୋଷଣା କରିଥିଲେ । ବର୍ତ୍ତମାନ ସୁଦ୍ଧା ପ୍ରାୟ 42 କୋଟି ଆକାଉଣ୍ଟ ଖୋଲାଯାଇଛି । ଏହାର ସଫଳତାକୁ ଦେଖି ସରକାର 2018 ରେ ଏହାର ଦ୍ୱିତୀୟ ସଂସ୍କରଣ ଏବଂ ଅଧିକ ସୁବିଧା ସହିତ ଆରମ୍ଭ କରିଥିଲେ ।

ପ୍ରଧାନମନ୍ତ୍ରୀ ଜନ ଧନ ଖାତା ଖୋଲିବା ପାଇଁ ଡକ୍ୟୁମେଣ୍ଟ :-

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ପାଇଁ ଆପଣଙ୍କ ପାଖରେ ଆଧାର କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ ଭଳି ଡକ୍ୟୁମେଣ୍ଟ ରହିବା ନିହାତି ଆବଶ୍ୟକ । ଯଦି ଆପଣଙ୍କର ଡକ୍ୟୁମେଣ୍ଟ୍ ନାହିଁ, ତେବେ ଆପଣ ଗୋଟିଏ ଛୋଟ ଖାତା ଖୋଲିପାରିବେ । ଏଥିରେ ବ୍ୟାଙ୍କ ଅଧିକାରୀଙ୍କ ସାମ୍ନାରେ ସାର୍ଟିଫିକେଟ୍ ଫଟୋଗ୍ରାଫ୍ ଏବଂ ନିଜର ଦସ୍ତଖତ ଦେବାକୁ ପଡିବ । ଜନ ଧନ ଖାତା ଖୋଲିବା ପାଇଁ କୌଣସି ଟଙ୍କା ଦେବାକୁ ପଡେନାହିଁ ।

ଏହିପରି ଖୋଲନ୍ତୁ ଜନ ଧନ ଖାତା :-

– ଜନ ଧନ ଖାତା ଖୋଲିବାପାଇଁ ଆପଣଙ୍କୁ ନିକଟତମ ବ୍ୟାଙ୍କକୁ ଯିବାକୁ ପଡିବ ।

– ଏଠାରେ ଆପଣଙ୍କୁ PMJDY ଖାତା ଖୋଲିବାପାଇଁ ଗୋଟିଏ ଫର୍ମ ମିଳିବ ।

– ଏହି ଫର୍ମରେ ଆପଣଙ୍କର ନାମ, ମୋବାଇଲ୍ ନମ୍ବର, ଠିକଣା, ବ୍ୟାଙ୍କ ଶାଖା ନାମ, ନାମାଙ୍କନ, ବ୍ୟବସାୟ କିମ୍ବା ରୋଜଗାର ଇତ୍ୟାଦି ପୁରଣ କରନ୍ତୁ ।

– ଫର୍ମ ପୂରଣ କରିବାପରେ ସମସ୍ତ ମହତ୍ତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟକୁ ଲଗାଇ ବ୍ୟାଙ୍କରେ ଜମା କରନ୍ତୁ ।

– ଏହାପରେ ଆପଣଙ୍କ ଆବେଦନକୁ ଭେରିଫାଇ କରାଯିବ । ଆବେଦନର ଭେରିଫାଇ ହେବା ପରେ ଜନ ଧନ ଖାତା ଖୋଲି ହୋଇଯିବ ।

Leave A Reply

Your email address will not be published.