ବିବାହରେ ମସ୍ତିରେ ଡାନ୍ସ କରୁଥିଲେ ସମ୍ପର୍କୀୟମାନେ, ଅଚାନକ ମାଟି ତଳକୁ ପଶିଗଲେ ସମସ୍ତେ, ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଭିଡିଓ

0

Get real time updates directly on you device, subscribe now.

ଯେକୌଣସି ବିବାହ ଅବସରରେ କେବଳ ବର- କନ୍ୟା ନୁହେଁ ବରଂ ସେମାନଙ୍କ ଅତିଥି ମଧ୍ୟ ଆନନ୍ଦ ଉଠାଇବାକୁ ପସନ୍ଦ କରନ୍ତି । ନିଜର ଖୁସିକୁ ପ୍ରକାଶ କରିବାପାଇଁ ଲୋକମାନେ ବରଯାତ୍ରୀ କିମ୍ବା ୱେଡ଼ିଂ ଭେନ୍ୟୁରେ ଉପସ୍ଥିତ ଡିଜେରେ ନାଚୁଥିବାର ଦେଖାଯାଆନ୍ତି । ସମ୍ପର୍କୀୟ ମାନେ ମଧ୍ୟ ନିଜ ଡାନ୍ସ ମାଧ୍ୟମରେ ଲୋକଙ୍କ ଧ୍ୟାନ ଆକର୍ଷଣ କରନ୍ତି । ତେବେ ବେଳେବେଳେ ଏପରି କିଛି ଦୁର୍ଘଟଣା ଘଟିଯାଏ, ଯାହା ବିଷୟରେ କେହି ବି ଭାବି ନଥାନ୍ତି । କଣ ହେବ, ଯେତେବେଳେ ବିବାହରେ ସବୁ ଅତିଥି ଡାନ୍ସ କରୁଥିବେ ଏବଂ ଅଚାନକ ପାଦ ତଳୁ ମାଟି ଖସିଯିବ ? ଆଜ୍ଞା ହଁ, ଏମିତି କିଛି ଗୋଟିଏ ଭାଇରାଲ୍ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ।

ବିବାହକୁ ଆସିଥିବା ଅତିଥିଙ୍କ ପାଦ ତଳୁ ଖସିଗଲା ମାଟି :-

ବିବାହ ଦିନ ଯେତେବେଳେ ଗୀତ ବାଜୁଥାଏ, ସେତେବେଳେ ଶବ୍ଦ ଶୁଣି ସମସ୍ତେ ଖୁସିରେ ଡାନ୍ସ କରିବାକୁ ଉତ୍ସାହିତ ହୋଇଥାନ୍ତି । ଏହି ଉତ୍ସାହରେ ବିବାହ ସମୟରେ ଅନେକ ଅତିଥି ଦୁର୍ଘଟଣାର ଶୀକାର ହୋଇଗଲେ । ଆଜ୍ଞା ହଁ, ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡ଼ିଓରେ ଦେଖାଯାଇପାରେ ଯେ କିପରି ଅନେକ ଅତିଥି ଏକ ଫ୍ଲୋର ଉପରେ କୌଣସି ଗୀତରେ ଝୁମି ଡାନ୍ସ କରୁଛନ୍ତି । ଏହିପରି ଡାନ୍ସ କରୁଥିବା ସମୟରେ ଅତିଥିଙ୍କ ପାଦ ଦ୍ଵାରା ପଡ଼ୁଥିବା ଶବ୍ଦ ଏତେ ଭୟଙ୍କର ଥିଲା ଯେ କିଛି ଫୁଟ ମାଟି ଖସିଗଲା ଏବଂ ଲୋକମାନେ ସେଥିରେ ପଶିଗଲେ । ଏହି ଭିଡିଓକୁ ଦେଖିବାପରେ ଆପଣଙ୍କର ମଧ୍ୟ ହୋସ ଉଡ଼ିଯିବ ।

ଦେଖନ୍ତୁ ଭିଡିଓ :-

View this post on Instagram

A post shared by Oops Sorry ! (@oops_sorry30)

ଭିଡ଼ିଓରେ ଦୃଶ୍ୟ ଦେଖି ଲୋକଙ୍କର ଉଡ଼ିଲା ହୋସ :-

ଏପରି ଲାଗୁଛି ଯେପରି ବିବାହର ଫଂକ୍ସନ୍ କୌଣସି ଏକ ଉଚ୍ଚ ବିଲ୍ଡିଂରେ ଆୟୋଜନ କରାଯାଇଥିଲା । ଯେଉଁଠାରେ ଜାଗା ତ କମ୍ ଥିଲା, କିନ୍ତୁ ଲୋକ ଅଧିକ ଆସି ଯାଇଥିଲେ । ସମସ୍ତେ ମସ୍ତିରେ ଡାନ୍ସ ଆରମ୍ଭ କରିବା ମାତ୍ରେ ସେମାନେ ଜାଣିନଥିଲେ ଯେ ମାଟି ଖସିଯିବ ଏବଂ ସେଥିରେ ଲୋକେ ପଶିଯିବେ । ଭଲ କଥା ଏହା ଯେ ମାଟି ଖସିବା ପରେ ମାତ୍ର କିଛି ଫୁଟ ତଳେ ଯାଇ ସମସ୍ତେ ପଡ଼ିଲେ । କିଛି ଲୋକଙ୍କୁ ସାମାନ୍ୟ ଆଘାତ ଲାଗିଥିବ, କିନ୍ତୁ ଏହି ଦୃଶ୍ୟ ଦେଖି ସମସ୍ତଙ୍କ ହୋସ ଉଡ଼ିଗଲା । ଏହି ଭିଡିଓକୁ ଇନ୍ଷ୍ଟାଗ୍ରାମରେ oops_sorry30 ନାମକ ଆକାଉଣ୍ଟ ଦ୍ଵାରା ସେୟାର କରାଯାଇଛି ।

Leave A Reply

Your email address will not be published.