ମମି ପାପା ମୋ ମୃତ୍ୟୁ ଚାହୁଁଥିଲେ, ମୁଁ ମରିବାକୁ ଯାଉଛି…, ସୁସାଇଡ ଭିଡ଼ିଓ କରି ନଦୀକୁ ଡେଇଁବାକୁ ଯାଉଥିଲା ଝିଅ

0

Get real time updates directly on you device, subscribe now.

ମଧ୍ୟପ୍ରଦେଶର ଉଜେଇନରୁ ଜଣେ ନବବିବାହିତାଙ୍କ ଅଜବ ପ୍ରକାରର ମାମଲା ସାମ୍ନାକୁ ଆସିଛି । ଏହି ମହିଳା ନାଗଦାର ଚମ୍ବଲ୍ ନଦୀ ପାଖରେ ପହଞ୍ଚିଲେ । ସେ ନିଜ ମୋବାଇଲର ସେଲ୍ଫି କ୍ୟାମେରା ଅନ୍ କଲେ । ତାପରେ କହିଲା ଯେ ” ମମି ଓ ପାପା, ତୁମେମାନେ ଚାହୁଁଥିଲ ନା ମୁଁ ମରିଯାଏ.. ଏଇ ଦେଖ ମୁଁ ମରୁଛି…” ଏତିକି କହିବା ପରେ ସେ ଏହି ଭିଡିଓ ମେସେଜ ଭାବେ ନିଜ ବାପାଙ୍କୁ ପଠାଇ ଦେଲା । ତାପରେ ସେ ଚମ୍ବଲ ନଦୀକୁ ଡେ଼ଇଁ ପଡ଼ିଲା ।

ମମି – ପାପାକୁ ଭିଡିଓ ମେସେଜ ପଠାଇ ଝିଅ କଲା ସୁସାଇଡ :-

ଏହି ଘଟଣା ଜୁନ 25 ତାରିଖ ଶନିବାର ସକାଳ 5ଟା 30 ମିନିଟର ଅଟେ । ବାପାମାଆଙ୍କୁ ସୁସାଇଡ ବାଲା ମେସେଜ ପଠାଇଥିବା ମହିଳାଙ୍କ ନାମ ପୁନମ ସିସୌଦିଆ ବୋଲି କୁହାଯାଉଛି । ପୁନମଙ୍କ ବୟସ 22 ବର୍ଷ ଅଟେ । ସେ ବଡାବଦାର ବାସିନ୍ଦା ଅଟନ୍ତି । କିଛି ମାସ ପୂର୍ବରୁ ତାଙ୍କ ବିବାହ ଏବିଶି ଲାଇନରେ ରହୁଥିବା ସୁରଜସିଂହ ସିସୌଦିଆଙ୍କ ସହ ହୋଇଥିଲା ।

ପୁନମ୍ ଶନିବାର ସକାଳ 5ଟା 30 ମିନିଟ ସମୟରୁ ଘରୁ ବାହାରି ଯାଇଥିଲେ ଏବଂ ତାପରେ ସେ ଗାଏବ ହୋଇଗଲେ । ସେହିପରି ତାଙ୍କ ବାପାଙ୍କୁ ଝିଅର ଗୋଟିଏ ଭିଡିଓ ମେସେଜ ମିଳିଥିଲା । ଏହି ଭିଡିଓ ଚମ୍ବଲ ନଦୀର ନାୟନ ଘାଟରେ ତିଆରି କରାଯାଇଥିଲା । ଭିଡ଼ିଓରେ ପୁନମ ନିଜ ମମି ପାପାଙ୍କୁ ନିଜ ଆତ୍ମହତ୍ୟାର ସୂଚନା ଦେଇଥିଲେ । ସେ ଏହା ମଧ୍ୟ କହିଥିଲେ ଯେ ” ତୁମେମାନେ ହିଁ ଚାହୁଁଥିଲ ନା ମୁଁ ମରିଯାଏ, ସେଥିପାଇଁ ବର୍ତ୍ତମାନ ମୁଁ ମରୁଛି ।”

ବର୍ତ୍ତମାନ ସୁଦ୍ଧା ମିଳିନାହିଁ ମହିଳାଙ୍କ ଶବ :-

ପୁନମଙ୍କର ଏହି ଭିଡିଓ ମେସେଜ ମିଳିବା ପରେ ପରିବାର ଲୋକେ ନାୟନ ଘାଟକୁ ଯାଇଥିଲେ । ସେଠାରେ ସେମାନଙ୍କୁ ପୁନମଙ୍କ ଚୁନରି, ମୋବାଇଲ ଏବଂ ଚପଲ ମିଳିଥିଲା । ଏହାପରେ ସେ ଘଟଣାର ସୂଚନା ବିରଳାଗ୍ରାମ ପୋଲିସକୁ ଦେଇଥିଲେ । ସୂଚନା ମିଳିବା ମାତ୍ରେ ହିଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା । ଏଠାରେ ସେ ପୁନମଙ୍କ ଶବ ଖୋଜିବାକୁ ଲାଗିଲା । ବହୁତ୍ ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ସେମାନଙ୍କୁ ପୁନମଙ୍କ ଶବ ବର୍ତ୍ତମାନ ସୁଦ୍ଧା ମିଳିନାହିଁ ।

ଉଜେଇନରୁ ଡକା ଯାଇଥିବା ଲୋକମାନଙ୍କ ଦଳ ମଧ୍ୟ ପୁନମଙ୍କୁ ନଦୀରେ ଖୋଜିବାରେ ଲାଗିଛନ୍ତି । ସେପଟେ ପୋଲିସ ଚମ୍ବଲ କୂଳରୁ ମିଳିଥିବା ପୁନମଙ୍କ ମୋବାଇଲ ଜବତ କରିଛି । ସେମାନେ ତାଙ୍କ କଲ ଡିଟେଲ ଚେକ୍ କରୁଛନ୍ତି । କାଳେ କୌଣସି ସୁରାଗ ମିଳିଯିବ । ବର୍ତ୍ତମାନ ପୋଲିସ ଏହି ମାମଲାର ଯାଞ୍ଚ କରୁଛି । ପୁନମ୍ ସୁସାଇଡ କରିବାର ପ୍ରକୃତ କାରଣ ବର୍ତ୍ତମାନ ମଧ୍ୟ ରହସ୍ୟ ହୋଇ ରହିଛି ।

Leave A Reply

Your email address will not be published.