କେବିସିରେ ୫କୋଟି ଜିତିଲେ ତାପରେ ମଧ୍ୟ ଭାଙ୍ଗିଗଲା ସ୍ବପ୍ନ, ବ୍ୟବସାୟ ମଧ୍ୟ ଚାଲିଲା ନାହିଁ, ଆଇଏଏସ ମଧ୍ୟ ହୋଇପାରିଲେ ନାହିଁ, ଜାଣନ୍ତୁ ବର୍ତ୍ତମାନ କଣ କରୁଛନ୍ତି ସୁଶୀଲ କୁମାର?
କଣ ଆପଣ କେବେ ଶୁଣିଛନ୍ତିକି ଜଣେ ମଣିଷ କୋଟିପତି ହୋଇମଧ୍ୟ ମାଲାମାଲ ହୋଇନାହାନ୍ତି। ତାଙ୍କର ସ୍ବପ୍ନ ଅଧୁରା ରହିଗଲା। ଏତେ ବଡ ଧନରାଶି ଜିତିବା ପରେ ମଧ୍ୟ ଗୋଟେ ସମୟରେ ସେହି ବ୍ୟକ୍ତିଜଣକ ବେରୋଜଗାର ଥିଲେ। ବୋଧେ ଆପଣଙ୍କୁ ଏହି କଥା ଉପରେ ବିଶ୍ୱାସ ହେବନାହିଁ, କିନ୍ତୁ ଏହି କଥା ସତ ଅଟେ। ଯାହା ସହିତ ଏକ ଘଟଣାଟି ସତରେ ଘଟିଛି। ସେ ହେଉଛନ୍ତି ବିହାରର ଏକ ମଧ୍ୟମବିତ ପରିବାରରୁ ଆସିଥିବା ସୁଶୀଲ କୁମାର। ଯିଏକି କୋନ ବନେଗା କରୋଡପତିର ୫ମ ସିଜିନରେ ୫କୋଟି ଟଙ୍କା ଜିତିଥିଲେ।
ନିଜର ବୁଦ୍ଧି ବଳରେ କୋଟିପତି ସୁଶୀଲ କୁମାର ଦେଖୁ ଦେଖି ବିହାରର ଷ୍ଟାର ହୋଇଯାଇଥିଲେ। କେବିସିର ମଞ୍ଚ ଉପରକୁ ଆସିବା ପୂର୍ବରୁ ସୁଶୀଲ କୁମାର ଆଇଏଏସ ପାଇଁ ପ୍ରସ୍ତୁତ କରୁଥିଲେ। ଆଇଏଏସ ହେବା ତାଙ୍କର ସ୍ବପ୍ନ ଥିଲା। କିନ୍ତୁ ନାମ ମିଳିବା ପରେ ସେ ଏହି ଜୀବନରେ ଏତେ ମଜିଗଲେକି ନିଜର ସ୍ବପ୍ନକୁ ଭୁଲିଗଲେ। ପଢା ସମ୍ପୂର୍ଣ ହୋଇନପାରିବାରୁ ସେ ମିଡିଆ ଏକ୍ସପୋଜରକୁ ଦୋଷ ଦେଲେ।
ସୁଶୀଲ ଟାଇମ୍ସ ଅଫ ଇଣ୍ଡିଆକୁ ଦେଇଥିବା ନିଜ ଇଣ୍ଟରଭ୍ୟୁରେ କହିଥିଲେକି- ମୁଁ ସେତେବେଳେ ନିଜର ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲି। ସେଥିପାଇଁ କୋଟିପତି ହୋଇଗଲି। ଏହାପରେ ମିଡିଆ ଏକ୍ସପୋଜର ମୋତେ ହଇରାଣ କରିବା ଆରମ୍ଭ କରିଦେଲେ। ମିଡିଆକୁ ବ୍ୟକ୍ତିଗତ ଜୀବନ ବହୁତ ହୃଦୟସ୍ପର୍ଶ ଲାଗେ। ଯାହାଫଳରେ ମୋର ବ୍ଯବହାର ଲରେ ଏକ ପ୍ରକାର ପରିବର୍ତ୍ତନ ହେଲା। ମୁଁ ନିଷ୍ପତ୍ତି ନେବା ପୂର୍ବରୁ ଚିନ୍ତା କରୁଥିଲିକି ମୋତେ କଣ କହିବାକୁ ପଡ଼ିବ? ମୁଁ ମିଡିଆ ଏକ୍ସପୋଜରରେ ଆସି ସାରିଥିଲି, ସେଥିପାଇଁ ସେ ନିଜର ପଢା ଉପରେ ଧ୍ୟାନ ଦେଇପାରିଲେ ନାହିଁ।
କାରଣ ଯାହା ହେଉନା କାହିଁକି, ସୁଶୀଲ ଆଇଏଏସ ହୋଇପାରିଲେ ନାହିଁ, ଏହା ପରେ ମଧ୍ୟ ସୁଶୀଲଙ୍କ ଜୀବନରେ ଅନେକ ଘଟଣା ଘଟିଥିଲା। ୨୦୨୦ ମସିହାରେ ଏକ ଫେସବୁକ ପୋଷ୍ଟରେ ସୁଶୀଲ ତାଙ୍କ ଜୀବନର ଖରାପ ପର୍ଯ୍ୟାୟ ବିଷୟରେ ଉଲ୍ଲେଖ କରିଥିଲେ। କେବିସିରୁ ଖ୍ୟାତି ପାଇବା ପରେ ତାଙ୍କ ଜୀବନ ଏକ ମୋଡ଼ ନେଇଗଲା। ୨୦୧୫-୧୬ ତାଙ୍କ ଜୀବନରେ ଏକ ଚ୍ୟାଲେଞ୍ଜିଂ ସମୟ ଥିଲା। ଯେତେବେଳେ ସେମାନେ ଜାଣିନଥିଲେ କଣ କରିବେ। ସେ ଯାହା ବି ବ୍ୟବସାୟ କଲେ ତାହା କାମ କଲା ନାହିଁ।
ସେ ସିକ୍ରେଟ ଡନେଶନ କରିବାକୁ ଲାଗିଲେ। ସେଥିରେ ମଧ୍ୟ କିଛି ଲୋକ ତାଙ୍କୁ ଠକିବାକୁ ଲାଗିଲେ। ଇତିମଧ୍ୟରେ ସୁଶୀଲଙ୍କୁ ସ୍ମକିଂ ଓ ମଦ ପିଇବାର ଅଭ୍ୟାସ ଲାଗିଗଲା। ଦିନେ ସେ ମିଡ଼ିଆକୁ କହିଲେକି ସେ ବ୍ୟାଙ୍କରପ୍ଟ ହୋଇଗଲେ। ତାଙ୍କୁ ଇଭେଣ୍ଟରେ ଲୋକମାନେ ଡାକିବା ବନ୍ଦ କରିଦେଲେ। ସୁଶୀଲଙ୍କ ଅନୁସାରେ ତାଙ୍କର ବୟାନକୁ ଭୁଲ ବୁଝାଯାଇଥିଲା।
ସୁଶୀଲ ଏହାପରେ ମୁମ୍ବାଇ ଯାଇ ଫିଲ୍ମତିଆରି କରିବାର ସ୍ବପ୍ନ ଦେଖିଲେ। ୬ ମାସ ପର୍ଯ୍ୟନ୍ତ ସେ ମୁମ୍ବାଇରେ ରହିଲେ। ଏକ ପ୍ରଡକ୍ସନ ହାଉସ ପାଇଁ ସେ ତିନୋଟି ସ୍କ୍ରିପ୍ଟ ଲେଖିଥିଲେ। ଏହି ସମୟରେ ତାଙ୍କୁ ଜଣାପଡ଼ିଲାକି ଏ ଦୁନିଆ ତାଙ୍କ ପାଇଁ ନୁହେଁ। ତାପରେ ସେ ଟିଚିଂର କୋର୍ସ କରିଲେ। ସୁଶୀଲଙ୍କ ଲାଇଫ ବିଷୟରେ ଶୁଣିବା ପରେ ଆପଣ ନିଶ୍ଚୟ ଭାବୁଥିବେ ସୁଶୀଲ ବର୍ତ୍ତମାନ କରୁଛନ୍ତି କଣ?
ସୁଶୀଲ କୁମାର ବିହାର ଇଲେକ୍ସନ କମିଶନର ବ୍ରାଣ୍ଡ ଆମ୍ବସଡାର ଅଟନ୍ତି। ସେ ପର୍ଯ୍ୟାବରଣ ପାଇଁ କାମ କରନ୍ତି। ସୁଶୀଲ ଅନେକ ଅଭିଯାନ ସହିତ ଜଡ଼ିତ ଅଛନ୍ତି। ଏଥିରେ ଗୌରୌୟା ସଂରକ୍ଷଣ ଅଭିଯାନ ଚମ୍ପାରଣ, ଚମ୍ପାରୁ ଚମ୍ପାରଣ ଅଭିଯାନ। ସେ ଏକ ସାମାଜିକ କର୍ତ୍ତା ଅଟନ୍ତି। ନିଜକୁ ସେଲିବ୍ରେଟି ମାନନ୍ତି।
ସୁଶୀଲ ଫେସବୁକ ପୋଷ୍ଟକୁ ଦେଖି ଆପଣ ବୁଝିଯିବେକି ସେ ବର୍ତ୍ତମାନ ଲାଇମଲାଇଟ ଠାରୁ ଦୁରେଇ ରହୁଛନ୍ତି। ଓ ନିଜ ଜୀବନର ଉଦ୍ଦେଶ୍ୟ ପାଇଯାଇଛନ୍ତି। ବୃକ୍ଷାରୋପଣ ପାଇଁ କାମ କରିବା, ଲୋକଙ୍କ ସେବା କରିବା, ପର୍ଯ୍ୟାବରଣ କାଇଁ କାମ କରିବା ତାଙ୍କର ଉଦ୍ଦେଶ୍ୟ ହୋଇଯାଇଛି।