ତାଜା ଓ ଗାଢ଼ ଦହି ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ବିହାରର ଏକ ନୂଆ କନ୍ୟାକୁ ସତେଜ ଦହି ଖାଇବାକୁ ଇଚ୍ଛା ହେଲା। ଏମିତିରେ ସେ ନିଜର ସ୍ୱାମୀକୁ ଦହିର ବ୍ୟବସ୍ଥା କରିବାକୁ କହିଲା। ସ୍ବାମୀ ମଧ୍ୟ ନିଜର ସ୍ତ୍ରୀକୁ ଖୁସି କରିବା ପାଇଁ ଭଲ ଦହି ଜମାଇବରେ ଲାଗିଗଲା। କିନ୍ତୁ ଏହି ଦହି ଚକ୍କରରେ ତାଙ୍କ ସ୍ତ୍ରୀ ତାଙ୍କୁ ଚୁନା ଲଗାଇଦେଲେ। ସେ ରାତିରେ ଘର ଛାଡି ପଳାଇଗଲେ। ତେବେ ଆସନ୍ତୁ ଏହି ଆଶ୍ଚର୍ଯ୍ୟକର ଦହି କଥାକୁ ବିସ୍ତାର ଭାବରେ ଜାଣିବା।
କନ୍ୟା ଦହି ଆଣିବା ପାଇଁ ସ୍ୱାମୀଙ୍କୁ ପଠାଇଲେ ବାପଘରକୁ:-
ମାମଲା ପଶ୍ଚିମ ଚମ୍ପାରଣର ଲୌରିୟା ପ୍ରଖଣ୍ଡ କ୍ଷେତ୍ରର ଅଟେ। ଶିକାରପୁର ଥାନା ଅଞ୍ଚଳର ଏକ ଗାଆଁରେ ରହୁଥିବା ଜଣେ ନିଜର ଝିଅର ବାହାଘର ଠିକ କରିଲେ। ବିବାହ ୧୨ ଜୁନ ୨୦୨୨ରେ ବଡ ଧୁମଧାମରେ ହେଲା। ଆରମ୍ଭ ସମୟରେ ସବୁକିଛି ଠିକ ଚାଲିଥିଲା। କିନ୍ତୁ ବିବାହର ପାଖାପାଖି ଗୋଟିଏ ସପ୍ତାହ ପରେ କନ୍ୟା ଗାଏବ ହୋଇଗଲା।
୨୦ ଜୁନରେ କନ୍ୟାଙ୍କର ଦହି ଖାଇବାକୁ ଇଚ୍ଛା ହେଲା। ସେ ନିଜର ଗାଆଁ ଶିକାରପୁର ସ୍ଥିତ ଘରର ତାଜା ଦହି ଖାଇବାକୁ ଚାହୁଁଥିଲେ। ଏମିତିରେ ସେ ନିଜର ସ୍ୱାମୀଙ୍କୁ ଶିକାରପୁର ଦହି ଆଣିବା ପାଇଁ ପଠାଇଦେଲେ। ସ୍ବାମୀ ଯେତେବେଳେ ଦହି ଆଣିବାକୁ ଶ୍ୱଶୁର ଘରକୁ ଗଲା, ସେତେବେଳେ ଜଣାପଡ଼ିଲାକି ଦହି ଭଲ ଭାବରେ ଜମିନାହିଁ। ଦହି ଜାଣିବାକୁ ଗୋଟିଏ ଦିନ ସମୟ ଲାଗିବ। ଏମିତିରେ ସେଦିନ ରାତିରେ ସେ ନିଜର ଶ୍ୱଶୁର ଘରେ ରହିଗଲେ।
ସ୍ବାମୀ ଦହି ଜମାଇବାକୁ ରହିଗଲେ, କନ୍ୟା ହୋଇଗଲେ ଗାଏବ:-
ସକାଳୁ ଯେତେବେଳେ ତାଙ୍କ ଆଖି ଖୋଲିଲା ସେତେବେଳେ ଲୌରିୟା ପ୍ରଖଣ୍ଡରୁ ତାଙ୍କ ମାଆଙ୍କର ଫୋନ ଆସିଲା। ସେ କହିଲେକି ବୋହୂ ଘରେ ନାହିଁ। ରାତାରାତି କୁଆଡେ ଗାଏବ ହୋଇଯାଇଛି। ଏହା ଶୁଣି ସ୍ୱାମୀଙ୍କର ହୋଶ ଉଡିଗଲା। ସେ ଏ ବିଷୟର ସୂଚନା ଝିଅର ମାଆ ଓ ଅନ୍ୟ ପରିଜନମାନଙ୍କୁ ଦେଲେ।
ଏହାପରେ ଝିଅର ମାଆ ଥାନାରେ ପହଞ୍ଚିଲେ। ସେ ଝିଅର ଅପହରଣର ମାମଲା ରୁଜ୍ଜୁ କରାଇଲେ। ମାଆ ପୋଲିସକୁ କହିଲେକି ତିନିଜଣ ଲୋକ ଯେଉଁଥିରେ ଜଣେ ମହିଳା ସାମିଲ ଅଛନ୍ତି, ସେମାନେ ମୋ ଝିଅକୁ ଅପହରଣ କରିଛନ୍ତି। ସେମାନେ ତାଙ୍କର ବିବାହ ଅନ୍ୟତ୍ର କରିବାକୁ ଚାହୁଁଥିଲେ। ଆପଣଙ୍କୁ ସାମ୍ନାକୁ ଖୋଜନ୍ତୁ ଓ ଆମକୁ ନ୍ୟାୟ ଦିଅନ୍ତୁ।
ପ୍ରେମ ପ୍ରସଙ୍ଗ ନା ଅପହରଣ?:-
ଗ୍ରାମରେ କିଛି ଅଲଗା କାହାଣୀ କହିଲେ। ତାଙ୍କର କହିବା କଥାକି କନ୍ୟା ନିଜର ପ୍ରେମୀଙ୍କ ସହିତ ପଳାଇଛନ୍ତି। ତାଙ୍କର ଅପହରଣ ହୋଇନାହିଁ। ସେ ନିଜ ଇଚ୍ଛାରେ ଯାଇଛନ୍ତି। ତାଙ୍କର ଜଣେ ବ୍ୟକ୍ତିଙ୍କ ସହିତ ଚକ୍କର ଚାଲିଥିଲା। ସେଥିପାଇଁ ଘରଲୋକ ଶୀଘ୍ର ବିବାହ କରିଦେଲେ।
ସେତେବେଳେ ସେ ବିବାହକୁ ମନା କରିପାରିଲେ ନାହିଁ। କିନ୍ତୁ ପରେ ଶାଶୁଘରେ ତାଙ୍କୁ ପ୍ରେମୀଙ୍କ କଥା ମନେ ପଡ଼ିଲା। ଏମିତିରେ ସେ ପ୍ଲାନିଂ କରି ଘର ଛାଡ଼ି ପଳାଇଗଲେ। ସେ ଜାଣିଶୁଣି ନିଜ ସ୍ୱାମୀଙ୍କୁ ଗାଆଁକୁ ଦହି ଆଣିବାକୁ ପଠାଇଥିଲେ, ଯାହାଫଳରେ ସେ ଶାଶୁଘର ଖସିବାରେ ସଫଳ ହେବେ।
ଥାନାଧ୍ୟକ୍ଷ ବିନୋଦ କୁମାର କହିଲେକି ଏହି ମାମଲାରେ କନ୍ୟା ମାଆଙ୍କର ଆବେଦନ ମିଳିଛି। ସେ ଅପହରଣ କଥା କହିଛନ୍ତି। ଗାଁ ଲୋକ ଏହାକୁ ପ୍ରେମ ପ୍ରସଙ୍ଗର ମାମଲା ବୋଲି କହିଲେ। ପୋଲିସ ମାମଲାର ଯାଞ୍ଚ କରୁଅଛି।