କନ୍ୟାକୁ ଆଣିବା ପାଇଁ ଜେସିବିରେ ଗଲା ବର, ବିଭିନ୍ନ ପୋଜରେ ଉଠେଇଲା ଫଟୋ,ପୁଣି ପୋଲିସ ଏଭଳି ବୁଦ୍ଧି ଶିଖେଇଲା

0

Get real time updates directly on you device, subscribe now.

ବିବାହ ସମସ୍ତଙ୍କ ପାଇଁ ଖାସ ହୋଇଥାଏ|ସମସ୍ତେ ଏହାକୁ ସ୍ମରଣୀୟ କରିବାକୁ ଚାହାଁନ୍ତି|ଏହି ଚକ୍କରରେ ଅଲଗା ଅଲଗା ଜିନିଷ ଟ୍ରାଏ କରନ୍ତି|ସାଧାରଣତଃ ଦେଖାଯାଏ ବର ଘୋଡା,କାର ରେ ବାରାତ ନେଇଥାଏ|କିନ୍ତୁ ମଧ୍ୟପ୍ରଦେଶର ବେତୁଲ ସହରରେ ବର ବୁଲ ଡୋଜରରେ ନିଜ ବାରାତ ନେଇ ପହଞ୍ଚିଲା|ଯଦିଓ ନିଜ ଏହି ସୈକ ଭାରି ପଗିଲା|ବାରାତ ପରେ ଏଭଳି କିଛି ହେଲା ଫଳରେ ଥାନାର ଚକ୍କର କାଟିବାକୁ ପଡିଲା|

ବୁଲ ଡୋଜରରେ ବରଯାତ୍ରୀ ନେଇ ଯାଇଥିବା ବ୍ୟକ୍ତିଙ୍କ ନାମ ଅଙ୍କୁଶ ଜୟସଵାଲ ଅଟେ|ସେ ପେଶାରେ ସିଭିଲ ଇଂଜିନିୟର ଅଟନ୍ତି|ସେ ରାଜଗଡରେ ଜେସିବି ଓ ଅନ୍ୟାନ୍ୟ କନଷ୍ଟ୍ରକ୍ସନ ସହ ସମ୍ପନ୍ଧିତ ମେସିନ ବନାଉଥିବା କମ୍ପାନୀରେ କାର୍ଯ୍ୟରତ|ଏଥିପାଇଁ ବାରାତ ଘୋଡା ବା ଗାଡି ପରିବର୍ତ୍ତେ ଜେସିବିରେ ନେବାପାଇଁ ଭାବିଲେ|

ଅଙ୍କୁଶ ବୁଧବାର ଦିନ ରାଜଗଢ କୁ ନିଜ କନ୍ୟାକୁ ନେବାପାଇଁ ବେତୁଲର ଭୈସଦେହି ବିକାଶଖଣ୍ଡର ଝଲ୍ଲୋର ଗାଁ ଯାଇଥିଲେ|ଏଠାରେ ସେ ଗୋଟେ ଜେସୀବି ବାରାତ ପାଇଁ ଭଡ଼ାରେ ନେଇଥିଲେ|ସେ ଯେସିବି ନେଇ ଯାଇଥିବାରୁ ପ୍ରଥମେ ଲୋକେ ଡରି ଯାଇଥିଲେ|ପୁଣି ଏହାକୁ ଫୁଲରେ ସଜାଇବାରୁ ସମସ୍ତେ ଆକର୍ଷିତ ହୋଇଥିଲେ|

ସେ ବୁଲ ଡୋଜରରେ ନିଜ ବାରାତ ଧୁମଧାମରେ ବାହାର କଲେ|ଜେସିବିରେ ବହୁ ଫଟୋ ଉଠାଇଲେ|ଏହି ବିବାହ ପରେ ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା|ଫଳରେ ଏହା ମହଙ୍ଗା ପଡିଲା|

ଏହି ଭିଡିଓ ଭାଇରାଲ ହେବା ପରେ ବେତୁଲ ଏସପି ସିମଲା ପ୍ରସାଦ ନଜରକୁ ଆସିଥିଲା|ସେ ଝଲ୍ଲୋର ଟିଆଇ ଦୀପକ ପାରସରକୁ ଏଥିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କହିଲେ|ପାରାସର ଜେସିବି ଚାଳକ ବିରୁଦ୍ଧରେ ମାମଲା ଦାଏର କରିଥିଲେ|ତାଙ୍କ ଉପରେ ମୋଟର ଭେକିଲ ଆକ୍ଟ ୩୯/୧୯୨(୧) ଅନ୍ତର୍ଗତ ୫ ହଜାର ଟଙ୍କା ଜୋରିମାନା ଲଗାଇଲେ|

ଯେତେବେଳେ ବୁଲ ଡୋଜର ବାଲା ବାରାତ ଭିଡିଓ ଭାଇରାଲ ହୋଇଥିଲା ସେତେବେଳେ ଲୋକମାନେ କମେଣ୍ଟ କରିଥିଲେ|ଜଣେ ବ୍ୟକ୍ତି କହିଛନ୍ତି,”ବର ଭାବିଲା ଯେ ଜୀବନ ବିବାହ ପରେ ବରବାଦ ହେବ, ତେଣୁ ଭଲରେ କରୁ|ଏଥିପାଇଁ ଜେସିବି ନେଇ ଯାଉ|”ଆଉଜଣେ ଲେଖିଛନ୍ତି ଲାଗୁଛି ଯୋଗୀ ଆଦିତ୍ୟନାଥଙ୍କ ଦୂର ସମ୍ପର୍କୀୟ ଅଟେ|ଏଭଳି ମଜାଳିଆ କମେଣ୍ଟ କରିଛନ୍ତି|

Leave A Reply

Your email address will not be published.