ଏହି ବୟସରେ ପିତା ହେବା ସବୁଠାରୁ ଅଧିକ ଲାଭଦାୟକ, ଅଧିକ ବିଳମ୍ୱ କରିଲେ ହୋଇପାରେ ଏହି ସମସ୍ୟା

0

Get real time updates directly on you device, subscribe now.

ବାପା-ମାଆ ହେବ ପାଈଁ ପୁରୁଷ ଓ ମହିଳା ଦୁଇଜଣଙ୍କ ସୁସ୍ଥ ରହିବା ଜରୁରୀ। ମାତା-ପିତା ହେବା ପାଇଁ ମହିଳା ଓ ପୁରୁଷଙ୍କର ଯୋଗଦାନ ଆବଶ୍ୟକ। ଅନେକ ଥର ସନ୍ତାନ ପାଇବାକୁ ନେଇ ମହିଳାଙ୍କ ତରଫରୁ କୌଣସି ପ୍ରକାର ଅସୁବିଧା ଆସିଯାଏ ତୋ ଆଉ କେତେବେଳେ ପୁରୁଷଙ୍କ ତରଫରୁ କିଛି ଅସୁବିଧା ଦେଖାଯାଏ।

ଆଜି ଆମେ ଆପଣଙ୍କୁ ଏହା କହିବୁ ନାହିଁକି, ଦମ୍ପତିଙ୍କୁ ସନ୍ତାନ ପ୍ରାପ୍ତି ପାଇଁ କେଉଁ କଥାର ଧ୍ୟାନ ରଖିବା ଉଚିତ, ବରଂ ଆମେ ଆପଣଙ୍କୁ କହିବାକୁ ଯାଉଛୁ ପୁରୁଷଙ୍କ ପିତା ହେବାର ଉଚିତ ବୟସ କେତେ। ପୁରୁଷଙ୍କୁ କେଉଁ ବୟସରେ ପିତା ହେବା ଉଚିତ ଓ କେଉଁ ବୟସ ସୁଦ୍ଧା ପିତା ହୋଇଯିବ ଆବଶ୍ୟକ।

ଜଣାଇଦେଉଛୁକି ମାଆ ହେବା ପାଇଁ ମହିଳାଙ୍କ ବୟସର ଯେତିକି ମହତ୍ତ୍ଵ ଅଟେ, ସେହିପରି ପୁରୁଷଙ୍କର ବୟସ ମଧ୍ୟ ପିତା ହେବା ପାଇଁ ସେତିକି ମହତ୍ତ୍ଵ ଅଟେ। ବୟସ ବଢିବା ସହିତ ପୁରୁଷଙ୍କ ପିତା ହେବାର କ୍ଷମତା ମଧ୍ୟ କମ ହୋଇଯାଏ। ପୁରୁଷଙ୍କ ପିତା ହେବାର ବୟସକୁ ନେଇ ଅନେକ ପ୍ରକାର ଅନୁସନ୍ଧାନ ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଛି।

ବିଶେଷଜ୍ଞଙ୍କ କହିବା କଥାକି ପିତା ହେବା ପାଇଁ ସବୁଠାରୁ ଉଚିତ ବୟସ ହେଉଛି ୨୦ ରୁ ୩୦ ବର୍ଷ। ଏହି ବୟସ ପିତା ହେବା ଦୃଷ୍ଟିରୁ ବହୁତ ମହତ୍ତ୍ଵ ରଖେ। ଏହି ବୟସରେ ପୁରୁଷ ଯବାନ ଥାଆନ୍ତି। ଯଦି ଯୌବନ ସମୟରେ କେହି ପିତା ହୋଇଯାନ୍ତି ତେବେ ଏହା ବହୁତ ବଡ କଥା ଅଟେ। ଏମିତି ନୁହଁକି ପିତା ହେବା ପାଇଁ ସଠିକ ବୟସ ଅଟେ। ପିତା ଲୋକ ୫୦-୬୦ ବର୍ଷରେ ମଧ୍ୟ ହୋଇପାରିବେ। ଗିନିଜ ୱାର୍ଲ୍ଡ ରେକର୍ଡ ଅନୁସାରେ ଜଣେ ବ୍ୟକ୍ତି ୯୨ ବର୍ଷ ବୟସରେ ପିତା ହୋଇଥିଲେ।

ଜଣାଇଦେଉଛୁକି ଯେମିତି ପୁରୁଷଙ୍କର ବୟସ ବଢେ ସେତେବେଳେ ପ୍ରଜନନ କ୍ଷମତା କମ ହୋଇଯାଏ। ତାଙ୍କ ଶରୀରରେ ବୀର୍ଯ୍ୟ ଓ ଏହାର ଗୁଣବତ୍ତା କମ ହୋଇଯାଏ। ବିଶେଷଜ୍ଞ କୁହନ୍ତିକି ପୁରୁଷଙ୍କ ସ୍ପର୍ମ ପ୍ରଡକ୍ସନ କେବେ ବନ୍ଦ ହୁଏନାହିଁ। କିନ୍ତୁ ବୟସ ବଢିବା ସହିତ ସ୍ପର୍ମର ଡିଏନଏ ଡେମେଜ ହୋଇଯିବାର ସମ୍ଭାବନା ଅଧିକ ଥାଏ, ଯାହାକି ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଏ।

ଏହି ବୟସରେ ପୁରୁଷ ହୁଅନ୍ତି ସବୁଠାରୁ ଅଧିକ ଫର୍ଟାଇଲ:-

ଏକ ଅଧ୍ୟୟନରେ ଜଣାପଡିଛିକି ପୁରୁଷ କେଉଁ ବୟସରେ ସବୁଠାରୁ ଅଧିକ ଫର୍ଟାଇଲ ରୁହନ୍ତି। ଅଧ୍ୟୟନରେ ଜଣାପଡିଛିକି ୨୨ ରୁ ୨୫ ବର୍ଷ ମଧ୍ୟରେ ପୁରୁଷ ଅଧିକ ଫର୍ଟାଇଲ ଥାଆନ୍ତି। ଏହି ବୟସରେ ଯେଉଁମାନଙ୍କର ଏହି ସମସ୍ୟା ଦେଖାଯାଏ ସେମାନଙ୍କୁ ଡାକ୍ତର ୩୫ ବର୍ଷ ପୂର୍ବରୁ ପିତା ହେବା ପାଇଁ ପରାମର୍ଶ ଦିଅନ୍ତି। ଅନେକ ମାମଲାରେ ଡାକ୍ତରଙ୍କ ପରାମର୍ଶ ନେବା ଓ ସମ୍ପର୍କ କରିବା ଉଚିତ।

Leave A Reply

Your email address will not be published.