ସାମ୍ନାକୁ ଆସିଲା ଅଭିନେତ୍ରୀ ରଶ୍ମିରେଖାଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଧରାପଡିଲା ସତ

0

Get real time updates directly on you device, subscribe now.

ବର୍ତ୍ତମାନ ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ସେ କାହିଁକି ଆତ୍ମହତ୍ୟା କଲେ, ନା କିଏ ତାଙ୍କୁ ଆତ୍ମହତ୍ୟା କରିବାକୁ ଉତ୍ସାହିତ କରିଛି ତାକୁ ନେଇ ସମସ୍ତେ ଚିନ୍ତା କରୁଛନ୍ତି । ତେବେ ବର୍ତ୍ତମାନ ତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଯାଇଛି । ଭୁବନେଶ୍ବରରେ ଟେଲି ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ମାମଲାରେ ପୋଷ୍ଟମର୍ଟମ ରିପୋର୍ଟ୍ ହସ୍ତଗତ ହୋଇଛି ।

ପୋଷ୍ଟମର୍ଟମ ରିପୋର୍ଟ୍ ଅନୁଯାୟୀ, ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଆତ୍ମହତ୍ୟା କାରଣରୁ ଘଟିଛି । ମୃତ୍ୟୁ ସୁସାଇଡ ହ୍ୟାଙ୍ଗିଂ ଜନିତ ବୋଲି ମଧ୍ୟ ସ୍ପଷ୍ଟ ହୋଇଛି । ତେବେ ପୋଷ୍ଟମର୍ଟମ ରିପୋର୍ଟ୍ ନେଇ କ୍ୟାପିଟାଲ ହସ୍ପିଟାଲ୍ ପକ୍ଷରୁ ସୂଚନା ମିଳିଛି ।

ଏହାସହିତ ଜଣାପଡିଛି ଯେ ରଶ୍ମିଙ୍କ ଶରୀରରେ କୌଣସି ପ୍ରକାରର ବାହ୍ୟ କିମ୍ବା ଆଭ୍ୟନ୍ତରୀଣ ଆଘାତ ନାହିଁ । ପୋଷ୍ଟମର୍ଟମର 24 ରୁ 36 ଘଣ୍ଟା ପୂର୍ବରୁ ମୃତ୍ୟୁ ହୋଇଛି ବୋଲି ରିପୋର୍ଟରେ ଲେଖାଯାଇଛି । ତାଙ୍କ ଶରୀରରେ କୌଣସି ସ୍ଥାନରେ କ୍ଷତ ଚିହ୍ନ ନଥିବା ବେଳେ କେବଳ ବେକରେ ରଶି ଲଗାଇବାର ଚିହ୍ନ ରହିଛି ।

ଜଣେ ଆତ୍ମହତ୍ୟା କଲେ ଯେଉଁ ସବୁ ଲକ୍ଷଣ ଦେଖିବାକୁ ମିଳେ, ତାହା ରଶ୍ମିଙ୍କ ନିକଟରେ ଦେଖାଯାଇଛି ବୋଲି ଡକ୍ଟର ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ଆତ୍ମହତ୍ୟା କରିବା ପୂର୍ବରୁ ସେ ବିଷ ପିଇଥିଲେ କି ଅନ୍ୟ କିଛି ତାହା ପରବର୍ତ୍ତୀ ରିପୋର୍ଟରେ ସ୍ପଷ୍ଟ ହେବ । ତେଣୁ ପରବର୍ତ୍ତୀ ରିପୋର୍ଟ ପାଇଁ ରଶ୍ମିଙ୍କ ଶରୀରରୁ ଆଭ୍ୟନ୍ତରୀଣ ଅଙ୍ଗର ଅଂଶକୁ ପଠାଇ ଦିଆଯାଇଛି ।

ଅନ୍ୟପଟରେ ରଶ୍ମିରେଖା କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ, ତାହା ଜାଣିବାପାଇଁ ତାଙ୍କ ଦୁଇ ପୁରୁଷ ବନ୍ଧୁଙ୍କୁ ନୁଆଁପଲ୍ଲି ଥାନା ପୋଲିସ ଜେରା କରିବ । ତାଙ୍କ ପ୍ରେମିକ ସନ୍ତୋଷ ପାତ୍ର ଏବଂ ପୂର୍ବତନ ପ୍ରେମିକ ରାଜାଙ୍କୁ ତଦନ୍ତ ଅଧିକାରୀ ଜେରା କରିବେ । ଖୁବଶୀଘ୍ର ଦୁଇଜଣଙ୍କୁ ଥାନାରେ ହାଜର କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.