ସର୍ବପଲ୍ଲୀ ରାଧକ୍ରିଷ୍ଣନଙ୍କ ପରେ ଦ୍ରୋପଦୀ ମୁର୍ମୁ ଶିକ୍ଷକତାକୁ ଆସି ହେବାକୁ ଯାଉଛନ୍ତି ରାଷ୍ଟ୍ରପତି

0

Get real time updates directly on you device, subscribe now.

ଶିକ୍ଷକତାରୁ ଆସି ରାଜନୀତି ଦୁନିଆରେ ପାଦ ଦେଇଥିଲେ ଏବଂ ବର୍ତ୍ତମାନ ପୁଣି ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଦ୍ରୋପଦୀ ମୁର୍ମୁ । ଏନଡିଏ ତରଫରୁ ଚଳିତ ଥର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ବେଳେ ଏନଡିଏ ଗୋଟିଏ ବଡ ଦିଗଟିଏ ସାମ୍ନାକୁ ଆଣିଛି ଏବଂ ତାହା ହେଉଛି ଶିକ୍ଷକତା । ଏଠାରେ ଯଦି କହିବା ଶିକ୍ଷକତା ଏବଂ ମହିଳା ପ୍ରାର୍ଥୀଙ୍କୁ ଚଳିତ ଥର ପ୍ରାଥମିକତା ଦିଆଯାଇଛି ।

ମଙ୍ଗଳବାର ଦିନ ବିଜେପି ସଭାପତି ଜେପି ନଡ଼ା ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ବେଳେ କହିଛନ୍ତି ଯେ ସଂସଦୀୟ ବୋର୍ଡର 20 ଜଣ ପ୍ରାର୍ଥୀଙ୍କ ନାଁକୁ ନେଇ ବିସ୍କୃତ ଭାବେ ଆଲୋଚନା କରାଯାଇଥିଲା । ଏଠାରେ କିନ୍ତୁ ସମସ୍ତଙ୍କ ସହମତି ପରେ ହିଁ ଏଠାରେ ପୂର୍ବରୁ ରାଷ୍ଟ୍ରପତି ପ୍ରାର୍ଥୀ ଏବଂ ମହିଳାଙ୍କୁ ହିଁ ଦେଶର ସମ୍ବିଧାନରେ ବଡ ପଦବୀରେ ବସାଇବାକୁ ନିଷ୍ପତ୍ତି ନିଆଯାଇଥିଲା । ସେଥିପାଇଁ କେବଳ ଦ୍ରୋପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଏନଡିଏ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି ।

ବିଜେପି ସଭାପତି ଜେପି ନଡ଼ା କହିବା ଅନୁଯାୟୀ, ଏଠାରେ ସର୍ବପଲ୍ଲୀ ରାଧକ୍ରିଷ୍ଣନ ଯେପରି ଦେଶର ପ୍ରଥମ ରାଷ୍ଟ୍ରପତି ଥିଲେ, ସେ ରାଷ୍ଟ୍ରପତି ହେବା ପୂର୍ବରୁ ପ୍ରଥମେ ଶିକ୍ଷକତା କରୁଥିଲେ । ଏଠାରେ ମଧ୍ୟ ଠିକ୍ ସେହିଭଳି ସମାନ ଦ୍ରୋପଦୀ କ୍ଷେତ୍ରରେ ରହିଛି । ଦ୍ରୋପଦୀ ରାଜନୀତିକୁ ଆସିବା ପୂର୍ବରୁ ସେ ପ୍ରଥମେ ଶିକ୍ଷୟତ୍ରୀ ଥିଲେ, ଏଠାରେ ସେ ବିଜେପିର କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ବିଧାୟକ, ପୁଣି ମନ୍ତ୍ରୀ ହୋଇ ଝାଡ଼ଖଣ୍ଡର ରାଜ୍ୟପାଳ ଭଳି ଦେଶରେ ପଦରେ ବସିଥିଲେ ।

64 ବର୍ଷୀୟ ଦ୍ରୋପଦୀ ମୁର୍ମୁ ଓଡ଼ିଶାର ମୟୂରଭଞ୍ଜରେ ଜନ୍ମଗ୍ରହଣ କରିଛନ୍ତି । ଏହାସହିତ ସେ ଭୁବନେଶ୍ଵରର ରମାଦେବୀ ମହିଳା ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ । ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ ଏଜୁକେଶନ ଆଣ୍ଡ ରିସର୍ଚ୍ଚରେ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ କରିବା ପରେ ଓଡ଼ିଶା ସରକାରଙ୍କ ଜଳସେଚନ ବିଭାଗରେ କନିଷ୍ଠ ସହାୟକ ଭାବେ ସେ କାମ କରୁଥିଲେ ।

ଏହାପରେ ସେ 1997 ମସିହାରେ ବିଜେପିରେ ଯୋଗ ଦେଇଥିଲେ ଏବଂ ଏମିତିରେ ଯଦି ସେ ଚଳିତ ଥର ନିର୍ବାଚିତ ହୁଅନ୍ତି, ତେବେ ଦେଶ ସ୍ଵାଧୀନତା ହେବା ପରର ଶ୍ରୀମତୀ ମୁର୍ମୁ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ପଦଭାର ସମ୍ଭାଳିବେ । ଯାହାକି ନିଶ୍ଚିତ ଭାବେ ଓଡିଆ ମାଟି ସହ ଦେଶ ପାଇଁ ଏକ ଗୌରବର କଥା ।

Leave A Reply

Your email address will not be published.