ଅନୁଭବଙ୍କ ଜୀବନରେ ପୁଣି ଆସିଲା ଅଶାନ୍ତିର ଝଡ଼ ବର୍ଷା, ଶାଶୁଘରେ ରହିବେ ବର୍ଷା, ବଢ଼ିବ ଅନୁଭବଙ୍କ ମୁଣ୍ଡବିନ୍ଧା

0

Get real time updates directly on you device, subscribe now.

ଓଲିଉଡ ଅଭିନେତା ଅନୁଭବ ମହାନ୍ତି ପୁଣି ଡିପ୍ରେଶନକୁ ଯାଇପାରନ୍ତି । ଅନୁଭବଙ୍କୁ ପାରିବାରିକ ଜୀବନରେ ଜୋରଦାର ଝଟକା ଲାଗିଛି । ତାଙ୍କ ଜୀବନରେ ପୁଣିଥରେ ଅଶାନ୍ତିର ଝଡ ବର୍ଷା ଆସିପାରେ । ବର୍ଷାକୁ ନେଇ ପୁଣି ସୋସିଆଲ ମିଡିଆରେ ଅନୁଭବ ଅଭିଯୋଗ କରିପାରନ୍ତି । କାରଣ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ଘର ଛାଡ଼ିବେ ନାହିଁ ବୋଲି କହିଛନ୍ତି । ଏଥର ସେ ସବୁଦିନ ପାଇଁ ଅନୁଭବଙ୍କ ଘରେ ରହିବେ ।

ତେବେ ଏହି ଝଟକା ପରେ ଅନୁଭବ ଏସବୁ ସହିପାରୁ ନଥିବେ । ହେଲେ ଆଉ କଣ ହେବ, ସ୍ତ୍ରୀ ବର୍ଷା ସାଂସଦଙ୍କୁ ଛାଡି ଯିବାକୁ ଚାହୁଁନାହାଁନ୍ତି । ଯେହେତୁ ସାତ ଜନ୍ମ ପାଇଁ ସାଥୀ ହୋଇ ରହିବେ ବୋଲି ପଣ କରିଛନ୍ତି, ସେତେବେଳେ ସେ କେମିତି ଅନୁଭବଙ୍କୁ ଛାଡି ଚାଲିଯିବେ ! ସ୍ତ୍ରୀ ବର୍ଷା ଅନୁଭବଙ୍କ ଘର ଛାଡ଼ି ଅନ୍ୟ ସ୍ଥାନରେ ରହିବା ଉପରେ କୋର୍ଟ ବ୍ରେକ ଲଗାଇଛନ୍ତି । ଏଚଡିଏମଙ୍କ ନିର୍ଦ୍ଦେଶ ଉପରେ କଟକ ଜିଲ୍ଲା ଜଜ୍ ଅନ୍ତରୀଣ ରୋକ୍ ଲଗାଇଛନ୍ତି ।

ଆଉ 30 ହଜାର ନୁହେଁ, ଅନୁଭବଙ୍କ ଘରେ ଯାହା ହେବ ବର୍ଷା ତାକୁ ହିଁ ଖାଇବେ । ଯେଉଁ ଅଶାନ୍ତି କିଛି ଦିନ ହେଲା ଚାଲି ଯାଇଥିଲା, ସେହି ଅଶାନ୍ତି ପୁଣି ଥରେ ଅନୁଭବଙ୍କ ଜୀବନକୁ ଫେରି ଆସିଛି । ସକାଳୁ ଉଠିବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ଅନୁଭବ ବର୍ତ୍ତମାନ ବର୍ଷାଙ୍କ ମୁହଁକୁ ଦେଖିବେ । ବର୍ତ୍ତମାନ ବର୍ଷା ଖାଇବା ପିଇବା ମଧ୍ୟ ଅନୁଭବଙ୍କ ସହିତ କରିବେ । କାରଣ ପୂର୍ବରୁ ଯେପରି ଦୁହେଁ ମିଶି ଗୋଟିଏ ଛାତ ତଳେ ରହୁଥିଲେ, ବର୍ତ୍ତମାନ ବର୍ଷା ଏବଂ ଅନୁଭବ ସେମିତି ରହିବେ ।

ଅନୁଭବ ଚାହୁଁନଥିବା ବର୍ଷାଙ୍କୁ ଯେତେବେଳେ ପୁଣି ଥରେ ଘରେ ଦେଖିବେ, ସେତେବେଳେ ବିବାଦ ଆହୁରି ବଢ଼ିବ । ପାରିବାରିକ ବିବାଦ ଘରୁ ଆସି ଦାଣ୍ଡରେ ଗଡିବ । ଅନୁଭବଙ୍କ ଘର ଛାଡ଼ିବା ପାଇଁ ଯେତେବେଳେ କୋର୍ଟ ରାୟ ଦେଇଥିଲେ, ସେତେବେଳେ ଅନୁଭବ ଖୁସି ହୋଇ କାନ୍ଦି ପକାଇଥିଲେ । ତେବେ ସେହି ଖୁସିର କାନ୍ଦ ବର୍ତ୍ତମାନ ଦୁଃଖର କାରଣ ପାଲଟିଛି । ବର୍ତ୍ତମାନ ଅନୁଭବ ଭାବୁଥିଲେ ଏହି ବିବାଦ ବୋଧେ ଆଉ ସମାଧାନ ହେବନାହିଁ ।

ଯଦି ଦେଖାଯାଏ ତେବେ ସାଂସଦ ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲାରେ ଗତ ଦୁଇ ତାରିଖରେ ଅନୁଭବଙ୍କ ପିଟିସନକୁ ଏଚଡିଏମ କୋର୍ଟ ଗ୍ରହଣ କରିଥିଲେ । କୋର୍ଟ ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବର୍ଷାଙ୍କ ରହିବା ବ୍ୟବସ୍ଥା ପାଇଁ ଅନୁଭବ ମହାନ୍ତି ମାସିକ 30 ହଜାର ଟଙ୍କା ଦେବାପାଇଁ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶ ଥିଲା । ଏପରିକି ପ୍ରତିମାସ 10 ତାରିଖ କିମ୍ବା ତା ପୂର୍ବରୁ ବର୍ଷକୁ 30 ହଜାର ଟଙ୍କା ଦେବାପାଇଁ ଅନୁଭବଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.