ସୋଲାର ପ୍ୟାନେଲ ସବ୍ସିଡି: ଚଲାନ୍ତୁ ଏସି , ପଙ୍ଖା ବା ଜଳାନ୍ତୁ ୧୦ ବଲବ, ବିଜୁଳି ବିଲ ଆସିବ ଜିରୋ, ୨୫ ବର୍ଷ ପର୍ଯ୍ୟନ୍ତ ଟେନସନ ଫ୍ରି

0

Get real time updates directly on you device, subscribe now.

ଦେଶର ଅଲଗା ଅଲଗା ଅଞ୍ଚଳରେ ଲମ୍ବା ସମୟ ପର୍ଯ୍ୟନ୍ତ ପାୱାର କଟ ହେଉଛି|ଏଥିପାଇଁ ଲୋକମାନଙ୍କୁ କଷ୍ଟର ସାମ୍ନା କରିବାକୁ ପଡୁଛି|ଗ୍ରାମୀଣ ଅଞ୍ଚଳରେ ଖରାପ ପାଗ କାରଣରୁ ଲମ୍ବା ସମୟ ପର୍ଯ୍ୟନ୍ତ ବିଜୁଳି ରହୁନାହିଁ|ଏଭଳି କଷ୍ଟକର ପରିସ୍ଥିତିରେ ଲୋକମାନେ ସୋଲାର ଏନର୍ଜି ମାଧ୍ୟମରେ ପାର ହେଉଛନ୍ତି|ସରକାର ମଧ୍ୟ ଏଥିପାଇଁ ପ୍ରୋତ୍ସାହନ ଦେଉଛନ୍ତି|ଆପଣ ହିସାବରେ ଘରର ଛାତରେ ସୋଲାର ପ୍ୟାନେଲ ଲଗାଇ ଆବଶ୍ୟକ ଅନୁସାରେ ବିଜୁଳି ଉତ୍ପାଦନ କରିପାରିବେ|

ଯଦି ଆପଣ ସୋଲାର ପ୍ୟାନେଲ ଲଗାଇବାକୁ ଚାହୁଁଛନ୍ତି ସରକାରଙ୍କ ତରଫରୁ ଏଥିପାଇଁ ସବ୍ସିଡି ମିଳୁଛି|ଥରେ ଖର୍ଚ୍ଚ କରି ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଜୁଳି କାଟ ଓ ମହଙ୍ଗା ବିଲରୁ ମୁକ୍ତିଲାଭ କରିପାରିବେ|ସୋଲାର ପ୍ୟାନେଲ ଲଗାଇବା ପୂର୍ବରୁ ପ୍ରଥମେ ଅନୁମାନ କରନ୍ତୁ ଆପଣଙ୍କର ଦୈନିକ କେତେ ବିଜୁଳି ଆବଶ୍ୟକ,ସେହି ଅନୁସାରେ ଲଗାନ୍ତୁ|

ମନେ କରନ୍ତୁ ଆପଣଙ୍କର ଘରେ ୨-୩ ପଙ୍ଖା, ଗୋଟିଏ ଫ୍ରିଜ୍,୬-୮ ଏଲ୍ଇଡି ଲାଇଟ୍, ଗୋଟିଏ ପାଣି ମୋଟର, ଗୋଟିଏ ଟିଭି ଚାଲିବାର ଅଛି ,ଏଥିଲାଗି ଦୈନିକ ୬-୮ ୱଟ୍ ବିଜୁଳି ଆବଶ୍ୟକ|ଏଥିପାଇଁ ୨ କିଲୋୱାଟ ବାଲା ପ୍ୟାନେଲ ଲଗାନ୍ତୁ|

ମୋନୋପୋର୍କ ବାଇଫିସିଆଲ ସୋଲାର ପ୍ୟାନେଲ ଏଵେ ନୂଆ ଟେକ୍ନୋଲୋଜି ସହ ଆସିଛି ଯାହା ଉଭୟ ପାଖରେ ପାୱାର ଉତ୍ପନ୍ନ କରେ|ଯଦି ଆପଣ ଏଭଳି ୪ ଟି ପ୍ୟାନେଲ ଲଗାନ୍ତି ତେବେ ଆବଶ୍ୟକତା ପୂରଣ ହୋଇଯିବ|

ଭାରତ ସରକାରଙ୍କ ପକ୍ଷରୁ ସୈରଶକ୍ତିକୁ ପ୍ରୋତ୍ସାହନ ଦେବା ପାଇଁ ମିନିଷ୍ଟ୍ରି ଅଫ ନିଉ ରିନୁଏଵଲ ଏନର୍ଜି ତରଫରୁ ସବ୍ସିଡି ଦିଆଯାଇଛି|ଏଥିପାଇଁ ଆପଣ ଆବେଦନ କରିପାରିବେ|

ଯଦି ଆପଣ ୨ କିଲୋୱାଟ ସୋଲାର ପ୍ୟାନେଲ ଲଗାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କର ଖର୍ଚ୍ଚ ପାଖାପାଖି ୧.୨୦ ଲକ୍ଷ ଟଙ୍କା ହେବ|ସରକାରଙ୍କ ତରଫରୁ ୩ କିଲୋୱାଟ ପର୍ଯ୍ୟନ୍ତ ୪୦% ସବ୍ସିଡି ମିଳେ|ଫଳରେ ଆପଣଙ୍କୁ ୭୨୦୦୦ ଟଙ୍କା ଦେବାକୁ ପଡିବ ଓ ୪୮୦୦୦ ଟଙ୍କା ସବ୍ସିଡି ମିଳିବ|

ସୋଲାର ପ୍ୟାନେଲର ଜୀବନକାଳ ୨୫ ବର୍ଷ ଅଟେ|ଥରେ ନିବେଶ କଲେ ଏହି ବିଜୁଳି ବିଲ ଝଞ୍ଝଟରୁ ମୁକ୍ତିଲାଭ କରିପାରିବେ|ସୋଲାର ରୁଫଟପ୍ ଲଗାଇବା ପାଇଁ ଆପଣ ଅଫିସିଆଲ୍ ୱେବସାଇଟ https://solarrooftop.gov.in/ ରେ ଆବେଦନ କରିପାରିବେ|

Leave A Reply

Your email address will not be published.