ସାପ କାଟିବାରୁ ରାଗରେ ପାଗଳ ହୋଇଗଲା କୃଷକ,ତାକୁ ହିଁ ଚାବିକି ଖାଇଗଲା,ପୁଣି ଯାହା ହେଲା ଭାବି ପାରିବେ ନାହିଁ

0

Get real time updates directly on you device, subscribe now.

ସାପ ସବୁଠାରୁ ଭୟଙ୍କର ଜୀବ ଭାବେ ପରିଚିତ ଏହାର କାରଣ ବିଷ ଯାହା ପ୍ରାଣଘାତୀ|ବିଷର କିଛି ବୁନ୍ଦା କିଛି ମିନିଟ ମଧ୍ୟରେ ମଣିଷକୁ ଶେଷ କରିଦିଏ|ସାଧାରଣତଃ ସାପ କାଟିବା ଟରେ ମଣିଷ ଘବରା ଯାଇଥାଏ|ସାପଠାରୁ ଯଥାସମ୍ଭବ ଦୂର ଭାଗେ|ହସ୍ପିଟାଲ ଦୈଡେ|କିନ୍ତୁ ଆଜି ଏଭଳି ଜଣେ କୃଷକ ସହ ମିଶାଇବାକୁ ଯାଉଛି ଯାହାକୁ ସାପ କାଟିବାରୁ ରାଗରେ ସାପକୁ ଚୋବାଇ ଖାଇଗଲା|ଏହାପରେ ଯାହା ହେଲା ଆପଣ ବିଶ୍ୱାସ କରି ପାରିବେ ନାହିଁ|

ଏହି ଅଦ୍ଭୁତ ଘଟଣା ଉତ୍ତରପ୍ରଦେଶର ବାନ୍ଦାର କମାସିନ ଥାନା ଅନ୍ତର୍ଗତ ସ୍ୱହଟ ଗାଁ ର ଅଟେ|ଏଠାରେ ୫୫ ବର୍ଷିୟ କୃଷକ ମାତାବଦଲ ୟାଦବ ଖଟରେ ଶୋଇଥିଲେ|ଏ ସମୟରେ ଏକ ସାପ ଆସି ହାତରେ କାଟିଲା| ସେ ରାଗିଗଲେ|ଏହାପରେ ସେ ତୁରନ୍ତ ସାପକୁ ଧରି ତାକୁ ଚୋବାଇଲେ|

ଯେତେବେଳେ ତାଙ୍କ ସମ୍ପର୍କୀୟ ଏହି ଘଟଣା ଦେଖିଲେ ତୁରନ୍ତ ଡରିଗଲେ|ତାଙ୍କୁ ତୁରନ୍ତ ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଗଲେ|ସେଠାରୁ ଡାକ୍ତର ବାନ୍ଦରା ପଠେଇଲେ|ସେଠାରେ ତାଙ୍କର ଚିକିତ୍ସା ଚାଲିଲା ଏଵେ ସେ ଠିକ ଅଛନ୍ତି ବୋଲି ଡାକ୍ତର କହୁଛନ୍ତି|

ଟ୍ରାମା ସେଣ୍ଟରର ଡାକ୍ତର ବିନୀତ ସଚାନ କହିଛନ୍ତି ଯେ ୧୯ ଜୁନ ଦିନ ମାତାବଦଲ ନାମକ ଋକ ବ୍ୟକ୍ତି ଆସିଥିଲେ|ସେ ସାପକୁ ଖାଇ ଦେଇଥିଲା|ମଦିଓ ସାପ ଖାଇବାରେ ବିଷ ପ୍ରସାରିତ ହୁଏ ନାହିଁ|ସାପର ମୁଣ୍ଡରେ ବିଷ ଥାଏ ସେ କାଟିଲେ ତାହା ସ୍ଥାନାନ୍ତରିତ ହୁଏ|

ଏହା ବି କୁହାଯାଇଛି ଯେ କୃଷକକୁ ଡାକ୍ତରଖାନା ନେବା ପୂର୍ବରୁ ଝଡାଫୁଙ୍କା ମଧ୍ୟ କରାଯାଇଥିଲା|କିନ୍ତୁ ଯେତେବେଳେ ସେ ଜାଣିଲେ ଯେ କୃଷକ ସାପ ଖାଇ ଦେଇଛି ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲା|ସାପ ଖାଇବା ଲୋକଙ୍କ କୈାଣସି ଚିକିତ୍ସା ନାହିଁ ସେତେବେଳେ ସେମାନେ ଡ଼ାକ୍ତରଖାନାକୁ ନେଇଥିଲେ|

ଯଦି ସାପ କୈାଣସି ଜାଗାକୁ କାଟିଲା ସେତେବେଳେ ନଡରି କଟା ଯାଇଥିବା ଯାଗାରେ ସାବୁନରେ ଧୋଇ ଦିଅନ୍ତୁ|ରୋଗୀକୁ ଶୋଇବାକୁ ଦିଅନ୍ତୁ ନାହିଁ|ତାକୁ ଶରୀର ସ୍ଥିର ରଖିବାକୁ କୁହନ୍ତୁ|ଯେଉଁ ଅଙ୍ଗରେ ସାପ କାଟିଛି ତାକୁ ହୃଦୟ ତଳକୁ ଲଟକାଇ ରଖନ୍ତୁ ଯେମିତି ବିଷ ହୃଦୟ ପର୍ଯ୍ୟନ୍ତ ନ ପହଞ୍ଚି ପାରିବ|ତୁରନ୍ତ ଡାକ୍ତରଖାନା ନେଇ ଯାଆନ୍ତୁ|ଡାକ୍ତର ଆପଣଙ୍କୁ ଆଣ୍ଟିଭେନମ ଦେବ ଫଳରେ ଆପଣ ସୁସ୍ଥ ହୋଇ ପାରିବେ|

Leave A Reply

Your email address will not be published.