ଅଭିନେତ୍ରୀ କବାଟ ନଖୋଲିବାରୁ କବାଟ ଭାଙ୍ଗି ଘରେ ପଶିଥିଲା ପୋଲିସ

0

Get real time updates directly on you device, subscribe now.

ଟେଲିଭିଜନ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି। ଏହା ଆତ୍ମହତ୍ୟା ଅଟେ ନା ଏହା ପଛରେ କିଛି କାରଣ ରହିଛି ତାହା ବର୍ତ୍ତମାନ ଏକ ପ୍ରଶ୍ନ ଅଟେ। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ସମୟରେ ବର୍ତ୍ତମାନ ପର୍ଯ୍ୟନ୍ତ ମାମଲାର କୌଣସି ପ୍ରକାର ସ୍ପଷ୍ଟ ସୂଚନା ମିଳିନାହିଁ।

ସୂଚନା ଅନୁସାରେ ଭୁବନେଶ୍ୱରର ନୟାପଲ୍ଲୀ ଗଡସାହିରେ ନିଜ ପୁରୁଷ ବନ୍ଧୁଙ୍କ ସହ ରଶ୍ମିରେଖା ରହୁଥିଲେ। ରଶ୍ମି ତାଙ୍କର ସ୍ବାମୀ କୁହାଯାଉଥିବା ସନ୍ତୋଷ ପାତ୍ରଙ୍କ ସହିତ ଏଠାରେ ରହୁଥିଲେ। ରଶ୍ମିଙ୍କ ମୃତ୍ୟୁର କିଛି ଦିନ ପୂର୍ବେ ସନ୍ତୋଷ ଘର ଛାଡ଼ି ଯାଇଥିଲେ। ଘଟଣା ଦିନ ଯେତେବେଳେ ସନ୍ତୋଷ ରଶ୍ମିରେଖାଙ୍କୁ କଲ କରିଥିଲେ ସେତେବେଳେ ରଶ୍ମି ଫୋନ ଉଠାଇନଥିଲେ। ସନ୍ତୋଷ ଘର ଦେଇଥିବା ଲୋକଙ୍କୁ ଫୋନ କରି କହିଥିଲେ। ଘରର ମାଲିକ ଓ ଘରର ମିଡିଲ ମ୍ୟାନ ଆସି ରଶ୍ମୀଙ୍କୁ ଡାକିଥିଲେ। କିନ୍ତୁ ସେ କବାଟ ନ ଖୋଲିବାରୁ ସେମାନଙ୍କୁ ସନ୍ଦେହ ହୋଇଥିଲା, ସେଥିପାଇଁ ସେମାନେ ପୋଲିସକୁ ଫୋନ କରି ଡାକିଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦେଖିବାରୁ ଜଣାପଡିଲାକି ରଶ୍ମି ଆତ୍ମହତ୍ୟା କରିଛନ୍ତି। ଓ ସେଠାରେ ଥିବା ଏକ ମୋବାଇଲ ଗୀତ ବାଜୁଥିଲା। ସେଠାରେ ଏକ ଚିଠି ମଧ୍ୟ ମିଳିଥିଲା, ଯେଉଁଥିରେ ଲେଖା ଯାଇଥିଲାକି ମୋର ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି। ପୋଲିସ ଶବ ବ୍ୟବଚ୍ଛେଦ କରି ଉକ୍ତ ଘରକୁ ସିଲ କରିଦେଇଛି। ପାରିପାର୍ଶ୍ବିକ ସୂଚନା ଅନୁସାରେ ଘର ଭିତରେ ଅନେକ ମଦ ବୋତଲ ଓ ସିଗାରେଟ ମଧ୍ୟ ପଡିଥିବାର ଜଣାପଡିଥିଲା।

ତେବେ ପୋଲିସ ଘଟଣାର ତଦନ୍ତ କାର୍ଯ୍ୟ ଜାରି ରଖିଛି ଏବଂ ମାମଲାର ବିଭିନ୍ନ ଦିଗକୁ ଲକ୍ଷ୍ୟ କରି ଖୋଳତାଡ କରୁଛି ସ୍ଥାନୀୟ ପୋଲିସ ।ଟେଲିଭିଜନ ଦୁନିଆର ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଜୁଲନ୍ତା ମୃତଦେହ ଗତକାଲି ତାଙ୍କ ଭଡାଘରୁ ଉଦ୍ଧାର କରାଯାଇଥିଲା । ପରିସ୍ଥିତିକୁ ଲକ୍ଷ୍ୟ କଲେ ଏହା ଏକ ଆତ୍ମହତ୍ୟା ବୋଲି ଜଣାଯାଇଛି । ଘଟଣାସ୍ଥଳରେ ପୋଲିସକୁ ଏକ ସୁଇସାଇଡ ନୋଟ ମିଳିଛି । ଏଥିରେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନଥିବା ଉଲ୍ଲେଖ ରହିଛି । ତଥାପି ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ପ୍ରକୃତରେ ଏହା ଆତ୍ମହତ୍ୟା ନା ଏହା ପଛରେ କିଛି ରହସ୍ୟ ଲୁଚି ରହିଛି ସେ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।

Leave A Reply

Your email address will not be published.