ବାପା ପୁଅକୁ କହିଲା ବୋହୂ ଗର୍ଭବତୀ ଅଛି.. ସମ୍ଭାଳିକି ଯିବୁ ଆଉ ଶୀଘ୍ର ଫେରିବୁ..କିନ୍ତୁ ସେମାନେ କେବେବି ଫେରିକି ଆସିପରିଲେ ନାହିଁ…

0

Get real time updates directly on you device, subscribe now.

ରାଜସ୍ଥାନର ଅଲବରରୁ ଏକ ଅତ୍ୟନ୍ତ ଦୁଃଖ ଓ ମାର୍ମିକ ଘଟଣା ସାମ୍ନାକୁ ଆସିଛି। ପରିବାରରେ ସମସ୍ତେ ହସ ଖୁସିରେ ରହୁଥିଲେ। ସମସ୍ତେ ଘରେ ଜଣେ ନୂଆ ସଦସ୍ୟର ସ୍ବାଗତ ପାଇଁ ପ୍ରସ୍ତୁତ ମଧ୍ୟ ଥିଲେ କାରଣ ଘରର ବୋହୂ ଗର୍ଭବତୀ ଥିଲା ଏବଂ ଖୁବ ଶୀଘ୍ର ଛୁଆର ଜନ୍ମ ହବାର ଥିଲା।ଏଭଳି ପରିସ୍ଥିତିରେ ଘରର ପୁଅ ନିଜ ସ୍ତ୍ରୀ ଓ ଛୁଆ ସହିତ ବାଇକରେ ଯିବାର ଯୋଜନା କରିଲା। ବାପା ପୁଅକୁ କହୁଥିଲାକି ପୁଅ ବାଇକ ଧୀରେ ଚଲେଇବୁ…ବୋହୂ ଗର୍ଭବତୀ ଅଛି…ଶୀଘ୍ର ଫେରି ଆସିବୁ। କିନ୍ତୁ ଏହି ବାପାର କଥା ଆଉ କେବେ ପୂରଣ ହୋଇ ପାରିବନି…କାରଣ ଏମାନଙ୍କ ମଧ୍ୟରୁ ଆଉ କେହି ଫେରିଆସି ପାରିବେନି। ଆସନ୍ତୁ ସମ୍ପୂର୍ଣ ଘଟଣା ବିଷୟରେ ଜାଣିବା।

ଘଟଣାଟି ରାଜସ୍ଥାନର ଅଲବର ଜିଲ୍ଲାର ଅଟେ। ଅଲବରର ବଡୋଦାମେବ କ୍ଷେତ୍ରରେ ଏକ ଭୀଷଣ ସଡ଼କ ଦୁର୍ଘଟଣାରେ ସ୍ବାମୀ ସ୍ତ୍ରୀ ଓ ଏକ ଛଅ ବର୍ଷ ଛୁଆର ମୃତ୍ୟୁ ହେଇଗଲା। ସ୍ତ୍ରୀ ଗର୍ଭବତୀ ଥିଲା ତେଣୁ ପେଟରେ ଥିବା ଛୁଆ ମଧ୍ୟ ଦୁନିଆକୁ ଆସିବା ପୂର୍ବରୁ ଚାଲିଗଲା। ପୁଅ ବଞ୍ଚିଛି ଯିଏକି ଗୁରୁତ୍ୱପୂର୍ଣ୍ଣ ଅବସ୍ଥାରେ ଅଛି।

କାରଟି ବାଇକକୁ ମାରିଲା ଧକ୍କା:-

ଅଲବରର ଭରତପୁର ରାସ୍ତାରେ ଜୁଗରାବର ଟୋଲ ପାଖରେ ଶୁକ୍ରବାର ଦିନ ରାତିର ଏହି ଘଟଣା। ଟୋଲ ପାଖରେ ହିଁ ଏକ ବେକାବୁ କାରଟି ପ୍ରଥମେ ଏକ ବାଇକ୍ କୁ ଧକ୍କା ମାରିଲା ଓ ତାପରେ ଆଉ ଗୋଟେ ବାଇକ୍କୁ ଧକ୍କା ମାରି ବହୁତ ରାସ୍ତା ଘୋଷାରି ନେଇଗଲା। ସେ ବାଇକ୍ ରେ ନରେଶ୍ କୁମାର ନିଜ ୩ମାସର ଗର୍ଭବତୀ ଥିବା ସ୍ତ୍ରୀ ସରିତା ଓ ଛଅ ବର୍ଷର ଝିଅ ମନ୍ନୁ ସହିତ ଥିଲେ।

ସାତ ବର୍ଷର ଜଣେ ପୁଅ କୃଷ୍ଣ ମଧ୍ୟ ବାଇକରେ ଥିଲା। ଅନ୍ୟ ଏକ ବାଇକରେ ପପୁ ନାମରେ ଜଣେ ଯୁବକ ଥିଲେ। ଦୁର୍ଘଟଣାରେ ପପୁ ଓ କୃଷ୍ଣକୁ ମଧ୍ୟ ଗଭୀର କ୍ଷତ ପହଞ୍ଚିଛି। ଦୁଇ ଜଣକୁ ଡାକ୍ତରଖନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାର କିଛି ଦୂରରେ କାରଟି ଓଲଟି ପଡ଼ିଗଲା।ପୋଲିସ ଶବଗୁଡିକୁ ପୋଷ୍ଟମର୍ଟମ ଘରେ ରଖିଲା ଓ କ୍ଷତିଗ୍ରସ୍ତ ଯାନ ଗୁଡିକୁ ସେସବୁ ସ୍ଥାନରୁ ହଟେଇଲା।

ପୋଲିସର ଅନୁମାନ ଅନୁସାରେ ଟୋଲରୁ କାରଟିକୁ ତୀବ୍ର ବେଗରେ ଆଣିଥିବାରୁ କାର ଚାଲକ ନିଜର ଭାରସାମ୍ୟ ହରାଇଥିବ ସେଥିପାଇଁ ଏମିତି ଦୁର୍ଘଟଣା ହେଇଗଲା। ନରେଶର ବୁଢ଼ା ବାପା କହିଲେକି ସେ ନରେଶକୁ ଶୀଘ୍ର ଘରକୁ ଫେରି ଯିବାକୁ କହିଥିଲେ ଏବଂ ବୋହୂର ଧ୍ୟାନ ରଖିବାକୁ। କିନ୍ତୁ କିଏ ଜାଣିଥିଲାକି ପୁଅ ବୋହୂ ଆଉ କେବେହେଲେ ଘରକୁ ଫେରିବେ ନାହିଁ। ବୃଦ୍ଧ ବାପାର ଏପରି କଥା ଶୁଣି ସେଠାରେ ଥିବା ସବୁ ଲୋକଙ୍କ ଆଖିରେ ଲୁହ ଆସିଗଲା। ଲୋକମାନେ ବୁଝି ପାରୁନଥିଲେକି ତାଙ୍କୁ କେମିତି ଶାନ୍ତ୍ବନା ଦେବେ।

Leave A Reply

Your email address will not be published.