୫୦ ହଜାରର ମେକଅପ କରାଇ ମା-ଝିଅ ବ୍ୟୁଟି ପାର୍ଲରରୁ ହୋଇଗଲେ ଫେରାର! ସନ୍ଧାନରେ ପୋଲିସ

0

Get real time updates directly on you device, subscribe now.

ମେକଅପ କରିବା ପରେ ଦୁଇଜଣ ମହିଳା ବିନା କୌଣସି ପେମେଣ୍ଟ କରି ବ୍ୟୁଟି ପାର୍ଲରରୁ ଫେରାର ହୋଇଗଲେ। ତାଙ୍କର ଏହିପରି ହରକତ ଉପରେ ବ୍ୟୁଟି ପାର୍ଲରର ମାଲିକାଣୀ ପୋଲିସ ନିକଟରେ ଅଭିଯୋଗ କରିଲେ। ଏହା ସହିତ ସେ ସୋସିଆଲ ମିଡ଼ିଆରେ ସେହି ମହିଳାଙ୍କୁ ଖୋଜିବା ପାଇଁ ଅପିଲ କରି ଏକ ପୋଷ୍ଟ ମଧ୍ୟ କରିଲେ।

ପାର୍ଲରର ମାଲିକାଣୀଙ୍କ ନାମ ଜେଡ ଏଡମ୍ସ। ୨୮ ବର୍ଷୀୟ ଏଡମ୍ସ କହିଲେକି ଦୁଇ ଦିନ ପୂର୍ବେ ତାଙ୍କ ଦୋକାନକୁ ଦୁଇଜଣ ମହିଳା ଆସିଥିଲେ। ସେ ମା-ଝିଅ ରୂପରେ ନିଜର ପରିଚୟ ଦେଇଥିଲେ। ଦୁଇଜଣ ମେକଅପ ସହିତ ବୋଟକ୍ସ ଟ୍ରିଟମେଣ୍ଟ ଓ ଏକ ମହଙ୍ଗା ଟ୍ରିଟମେଣ୍ଟ ମଧ୍ୟ କରାଇଥିଲେ। କିନ୍ତୁ ଯେତେବେଳେ ୪୮,୯୪୨ ଟଙ୍କାର ବିଲ ଆସିଲା ସେମାନେ ପାର୍ଲରରୁ ଫେରାଇ ହୋଇଗଲେ।

ବ୍ରିଟେନରେ ରହୁଥିବା ଜେଡ ଏଡମ୍ସ ଫେସବୁକରେ ଏକ ମହିଳାଙ୍କ ଫୋଟ ସେୟାର କରି ଲେଖିଥିଲେ-ଦୟାକରି ଚୋରର ଫୋଟ ସେୟାର କରନ୍ତୁ। ଦୁର୍ଭାଗ୍ୟବଶତଃ ଗତକାଲି ମୋ କ୍ଲିନିକକୁ ଏହି ମହିଳା ଓ ତାଙ୍କର ଝିଅ ନିଜର ବ୍ୟୁତି ଟ୍ରିଟମେଣ୍ଟ କରାଇଥିଲେ। କିନ୍ତୁ ବିନା ପଇସା ଦେଇ ଫେରାର ହୋଇଗଲେ। ଏଡମ୍ସ କହିଲେକି ତାଙ୍କ କଥାବାର୍ତ୍ତାର ଢଙ୍ଗରୁ ଦୁଇଜଣ ଆୟାରିଶ ଜଣା ପଡୁଥିଲେ।

ଏହି ଘଟଣାକୁ ନେଇ ଏଡମ୍ସ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ସେ କହିଲେକି ଦୁଇଜଣ ମହିଳା ଟ୍ରିଟମେଣ୍ଟ ପାଇଁ କ୍ଲିନିକ ବୁକ କରିଥିଲେ, ପୁଣି ମେକଅପ ଆଦି କରିଲେ ଓ ଯେତେବେଳେ ପଇସା ଦେବାର ସମୟ ଆସିଲା ସେତେବେଳେ ସେମାନେ ବାହାନା କରି ବାହାରକୁ ଚାଲିଗଲେ ଓ ଆଉ ଫେରିଲେ ନାହିଁ। ଏଡମ୍ସଙ୍କ ଅନୁସାରେ, ତାଙ୍କର ୪୮ ହଜାର ଟଙ୍କାରୁ ଅଧିକ ବିଲ ହୋଇଥିଲା।

ଏଡମ୍ସଙ୍କ କହିବା ଅନୁସାରେ ପ୍ରଥମେ ଜଣେ ମହିଳା ନିଜର ଟ୍ରିଟମେଣ୍ଟ କରାଇଲେ ଓ ୱେଟିଂ ଏରିୟାରେ ବସିଗଲେ। ଯେତେବେଳେ ଦ୍ଵିତୀୟ ମହିଳା ମଧ୍ୟ ନିଜର ଟ୍ରିଟମେଣ୍ଟ କରାଇ ସାରିଲେ ଓ ପଇସା ଦେବା ପାଇଁ ପ୍ରଥମ ମହିଳାଙ୍କୁ ଡାକିବା ପାଇଁ ୱେଟିଂ ଏରିୟାକୁ ଆସିଲେ। କିନ୍ତୁ କିଛି ସମୟ ପରେ ଦୁଇଜଣ ସେଠାରୁ ଗାୟବ ହୋଇଗଲେ। ସେମାନେ ସେଠାରେ ଏକ ବ୍ୟାଗ ଛାଡି ଦେଇଯାଇଥିଲେ। ଯାହାଫଳରେ ଲୋକଙ୍କୁ ଲାଗିବକି ସେମାନେ ଆଉଥରେ ଫେରିକି ଆସିବେ। କିନ୍ତୁ ଏହା କେବଳ ଏକ ଧୋକା ଥିଲା।

‘ମେଟ୍ରୋ ୟୁକେ’ ର ରିପୋର୍ଟ ଅନୁସାରେ, ଏଡମ୍ସ କହିଲେକି ସେ ୧୮ ମାସ ଧରି କ୍ଲିନିକ ଚଳାଉଥିଲେ କିନ୍ତୁ ଏମିତି କଷ୍ଟମର କେବେବି ଦେଖିନାହାନ୍ତି। ଏଡମ୍ସ ଏମିତି ଧୋକା କରୁଥିବା ମହିଳାଙ୍କୁ ଧରିବା ପାଇଁ ପୋଲିସର ସାହାଯ୍ୟ ମାଗିଲେ।

Leave A Reply

Your email address will not be published.