ପୁରୀ ଜଗନ୍ନାଥ ମନ୍ଦିର ଉପରେ ହୋଇଛି ୧୭ ଥର ଆକ୍ରମଣ।ଆସନ୍ତୁ ଜାଣିବା ଏହାର କାରଣ କଣ?

0

Get real time updates directly on you device, subscribe now.

ଜଗତର ନାଥ ଜଗନ୍ନାଥ ମହିମା ଅବା କିଏ ନଜାଣେ, କଳା ଠାକୁର ଅନେକ ସମୟରେ ଅନେକ ଚମତ୍କାର କରି ନିଜର ଅବସ୍ଥିତର ପ୍ରମାଣ ଦେଇଛନ୍ତି । କଳାଠାକୁର କେତେବେଳେ କେଉଁ ରୂପେ କେଉଁ ଚମତ୍କାର କରିବେ ତାହା କେବଳ ସେହି ଜାଣନ୍ତି । ପ୍ରଭୁ ଜଗନ୍ନାଥଙ୍କ ଅନେକ ମନ୍ଦିର ଥିଲେ ମଧ୍ୟ ଓଡିଶାର ପୁରୀରେ ଅବସ୍ଥିତ ଶ୍ରୀମନ୍ଦିର ସ୍ୱତନ୍ତ୍ର ଅଟେ । ଏହା କେବଳ ଓଡିଶାରେ ନୁହେଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ ଏବଂ ଅନେକ ବିଦେଶୀ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ ପୂଜା କରନ୍ତି ଏବଂ ଅନେକ ଦୂରଦୁରାନ୍ତର ଲୋକେ ଆସି ଜଗନ୍ନାଥଙ୍କ ଦର୍ଶନ କରି ନିଜକୁ ଭାଗ୍ୟବାନ ଭାବନ୍ତି । ଅନେକ ସ୍ଥାନରେ ଜଗନ୍ନାଥ ମନ୍ଦିର ରହିଛି, କେବଳ ଆମ ଦେଶରେ ନୁହଁ ଅନ୍ୟ ଦେଶରେ ମଧ୍ୟ ରହିଛି । କିନ୍ତୁ ସବୁଠାରୁ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ହେଉଛି ପୁରୀ ଜଗନ୍ନାଥ ମନ୍ଦିର, ଏବଂ ଏହା ଏକ ପ୍ରସିଦ୍ଧ ତୀର୍ଥସ୍ଥଳୀ ମଧ୍ୟ ।

ଆମ ଭାରତ ଦେଶ ଉପରେ ଅନେକ ଆକ୍ରମଣ ହୋଇଛି, ଅନେକ ବିଦେଶୀ ଆସି ଆମେ ଦେଶରେ ଶାସନ କରିଛନ୍ତି । ଏଭଳି ଅନେକ ଅନ୍ୟ ଧର୍ମର ଶାସକ ଥିଲେ ଯେଉଁମାନେ ଆମ ଦେଶର କଳା ସଂସ୍କୃତି ମନ୍ଦିର ଆଦିକୁ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ । ଆଜି ଆମେ ଆପଣଙ୍କୁ ପୁରୀ ଶ୍ରୀମନ୍ଦିର ଉପରେ ହୋଇଥିବା ଆକ୍ରମଣ ବିଷୟରେ କହିବୁ । ତେବେ କୁହାଯାଏ ଯେ ଜଗନ୍ନାଥ ମନ୍ଦିର ଉପରେ ବିଦେଶୀ ଆକ୍ରମଣକାରୀଙ୍କ ଦ୍ୱାରା ୧୭ ଥର ଆକ୍ରମଣ କରାଯାଇଛି ।

୧ମ ଆକ୍ରମଣ:- ୧୩୪୦ ମସିହାରେ ବଙ୍ଗଳାର ସୁଲତାନ ଇଲିୟାସ ଶାହା ପ୍ରଥମେ ଜଗନ୍ନାଥ ମନ୍ଦିରକୁ ଧ୍ୱଂସ କରିବାକୁ ଆସିଥିଲେ । ସେତେବେଳେ ଓଡ଼ିଶା ଉତ୍କଳ ପ୍ରଦେଶ ଭାବରେ ପ୍ରସିଦ୍ଧ ଥିଲା । ତେବେ ଉତ୍କଳ ସାମ୍ରାଜ୍ୟର ନରେଶ ନରସିଂହ ଦେବ ତୃତୀୟ ସୁଲତାନ ଇଲିୟାସ ଶାହାଙ୍କ ସହ ଲଢ଼ିଥିଲେ । ଆଉ ମୂର୍ତ୍ତି ଗୁଡ଼ିକୁ ଲୁଚାଇ ଦେବାକୁ ଆଦେଶ ଦେବାପରେ ଜଗନ୍ନାଥଙ୍କ ସହ ସବୁ ପ୍ରତିମାଗୁଡ଼ିକୁ ରକ୍ଷା କରିବାରେ ସଫଳ ହୋଇଥିଲେ ।

୨ୟ ଆକ୍ରମଣ:- ୧୩୬୦ ମସିହାରେ ଦିଲ୍ଲୀର ସୁଲତାନ ଫେରେଜ ଶାହ ତୁଗଲକ ଜଗନ୍ନାଥ ମନ୍ଦିର ଉପରେ ଦ୍ୱିତୀୟ ଆକ୍ରମଣ କରିବାର ସୂଚନା ।

୩ୟ ଆକ୍ରମଣ:- ୧୫୦୯ ମସିହାରେ ବଙ୍ଗଳାର ସୁଲତାନ ଆଲାଉଦ୍ଦିନ ହୁସେନ୍ ଶାହାଙ୍କ କମାଣ୍ଡର ଇସମାଇଲ ଗାଜିଙ୍କ ଦ୍ୱାରା ତୃତୀୟ ଥର ଆକ୍ରମଣ କରାଯାଇଥିଲା । ସେହି ସମୟରେ ଓଡ଼ିଶାର ରାଜା ଥିଲେ ସୂର୍ଯ୍ୟବଂଶୀ ପ୍ରତାପ ରୁଦ୍ରଦେବ । ତେବେ ଆକ୍ରମଣ ହେବା ପୂର୍ବରୁ ପୁରୋହିତମାନେ ମନ୍ଦିରଠାରୁ ଦୂରରେ ଚିଲିକା ହ୍ରଦରେ ମୂର୍ତ୍ତିଗୁଡ଼ିକୁ ଲୁଚାଇ ଦେଇଥିଲେ ।

୪ର୍ଥ ଆକ୍ରମଣ:-  ୧୫୬୮ ମସିହାରେ ଜଗନ୍ନାଥ ମନ୍ଦିର ଉପରେ ସବୁଠାରୁ ବଡ଼ ଆକ୍ରମଣ ବ୍ଲାକ ମାଉଣ୍ଟେନ ନାମକ ଜଣେ ଆଫଗାନିସ୍ତାନ ଆକ୍ରମଣକାରୀ କରିଥିଲେ ଯାହାକି ଇତିହାସରେ ଉଲ୍ଲେଖ ଅଛି । ତେବେ ଆକ୍ରମଣ ପୂର୍ବରୁ ମୂର୍ତ୍ତିଗୁଡ଼ିକ ପୁଣିଥରେ ଚିଲିକା ହ୍ରଦରେ ଲୁଚାଇ ରଖାଯାଇଥିଲା । କିନ୍ତୁ ମନ୍ଦିର କିଛି ପରିମାଣରେ ଭାଙ୍ଗି ଯାଇଥିଲା ।

୫ମ ଆକ୍ରମଣ:- ପରେ ୧୫୯୨ ମସିହାରେ ଜଗନ୍ନାଥ ମନ୍ଦିର ଉପରେ ଓଡିଶାର ସୁଲତାନ ଇଶାଙ୍କ ପୁଅ ଓସମାନ ଓ କୁଥୁ ଖାନଙ୍କ ପୁଅ ସୁଲେମାନ ପଞ୍ଚମ ଆକ୍ରମଣ ହୋଇଥିଲା । ଲୋକଙ୍କୁ ନିର୍ମମ ଭାବରେ ହତ୍ୟା କରିବା ସହିତ ଧନ ସମ୍ପତି ଲୁଟ୍ ମଧ୍ୟ ହୋଇଥିଲା ।

୬ଷ୍ଠ ଆକ୍ରମଣ:- ବଙ୍ଗଳାର ନବାବ ଇସଲାମ ଖାନଙ୍କ କମାଣ୍ଡର ମିର୍ଜା ଖୁରାମ ଜଗନ୍ନାଥ ମନ୍ଦିର ଉପରେ ୧୬୦୧ ମସିହାରେ ଷଷ୍ଠଥର ପାଇଁ ଆକ୍ରମଣ କରିଥିଲା ।

୭ମ ଆକ୍ରମଣ:- ଓଡିଶାର ସୁବେଦାର ହାସିମ ଖାନ ଜଗନ୍ନାଥ ମନ୍ଦିର ଉପରେ ସପ୍ତମ ଥର ପାଇଁ ଆକ୍ରମଣ କରିଥିଲେ । କିନ୍ତୁ ଆକ୍ରମଣ ପୂର୍ବରୁ ମୂର୍ତ୍ତିଗୁଡ଼ିକୁ ଖୋର୍ଦ୍ଧାର ଗୋପାଳ ମନ୍ଦିରରେ ଲୁଚାଇ ରଖାଯାଇଥିଲା ।

୮ମ ଆକ୍ରମଣ:- ହାସିମ ଖାନଙ୍କ ସୈନ୍ୟବାହିନୀରେ କାର୍ଯ୍ୟ କରୁଥିବା ଜଣେ ହିନ୍ଦୁ ଯୋଦ୍ଧା ମନ୍ଦିର ଉପରେ ଅଷ୍ଟମ ଆକ୍ରମଣ କରିଥିଲେ ।

୯ମ ଆକ୍ରମଣ:- ୧୬୧୧ ମସିହାରେ ମନ୍ଦିର ଉପରେ ନବମଥର ଆକ୍ରମଣ ମୋଗଲ ସମ୍ରାଟ ଆକବରଙ୍କ ନବରତ୍ନରେ ସାମିଲ ରାଜା ଟୋଡରମଲଙ୍କ ପୁଅ ରାଜା କଲ୍ୟାଣମଲ କରିଥିଲେ ।

୧୦ମ ଆକ୍ରମଣ:- କଲ୍ୟାଣମଲ ମଧ୍ୟ ଦଶମ ଥର ପାଇଁ ପୁରୀ ମନ୍ଦିର ଉପରେ ଆକ୍ରମଣ କରିଥିଲେ ।

୧୧ଦଶ ଆକ୍ରମଣ:- ୧୬୧୭ ମସିହାରେ ମନ୍ଦିର ଉପରେ ଏକାଦଶ ଆକ୍ରମଣ ଦିଲ୍ଲୀର ସମ୍ରାଟ ଜାହାଙ୍ଗୀରଙ୍କ ସେନାପତି ମୁକର୍ରମ ଖାନ କରିଥିଲା ।

୧୨ଦଶ ଆକ୍ରମଣ:- ୧୬୨୧ ମସିହାରେ ଓଡିଶାର ମୋଗଲ ଗଭର୍ଣ୍ଣର ମିର୍ଜା ଅହମ୍ମଦ ବାଗଙ୍କ ଦ୍ୱାରା ମନ୍ଦିର ଉପରେ ଦ୍ୱାଦଶ ଆକ୍ରମଣ କରାଯାଇଥିଲା ।

୧୩ଦଶ ଆକ୍ରମଣ:- ୧୬୪୧ ମସିହାରେ ଓଡିଶାର ମୋଗଲ ଗଭର୍ଣ୍ଣର ମିର୍ଜା ମକ୍କି ମନ୍ଦିର ଉପରେ ତ୍ରୟଦଶ ଆକ୍ରମଣ କରିଥିଲା ।

୧୪ର୍ଦ୍ଦଶ ଆକ୍ରମଣ:- ମନ୍ଦିର ଉପରେ ଚତୁର୍ଦ୍ଦଶ ଆକ୍ରମଣ ମଧ୍ୟ ମିର୍ଜା ମକ୍କି କରିଥିଲା ।

୧୫ଦଶ ଆକ୍ରମଣ:- ମନ୍ଦିର ଉପରେ ପଞ୍ଚଦଶ ଆକ୍ରମଣ ଆମୀର ଫତେହ ଖାନଙ୍କ କରିଥିଲା ।

୧୬ଶ ଆକ୍ରମଣ:- ୧୬୯୨ ମସିହାରେ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ନିର୍ଦ୍ଦେଶରେ ଓଡ଼ିଶାର ନବାବ ଇକ୍ରାମ ଖାନ ମନ୍ଦିର ଉପରେ ଷୋଡ଼ଶ ଆକ୍ରମଣ କରିଥିଲେ ।

୧୭ଦଶ ଆକ୍ରମଣ:- ୧୬୯୯ ମସିହାରେ ମହମ୍ମଦ ତାକି ଖାନ ମନ୍ଦିର ଉପରେ ୧୭ତମ ତଥା ଶେଷ ଆକ୍ରମଣ କରିଥିଲା । ତାକି ଖାନ ୧୭୨୭ରୁ ୧୭୩୪ ପର୍ଯ୍ୟନ୍ତ ଓଡିଶାର ନାଏବ ସୁବେଦାର ଥିଲେ ।

Leave A Reply

Your email address will not be published.