କଳିଯୁଗର ଶ୍ୱଶୁର, ବଡ଼ ବୋହୂ ସହିତ କଲା ବଳାତ୍କାର, ସାନ ବୋହୂ ସହିତ କରୁଥିଲା ଅସଦାଚରଣ, ଶାଶୁ ମଧ୍ୟ କରୁଥିଲା ସହଯୋଗ, ଜାଣନ୍ତୁ ତାପରେ କଣ ହେଲା

0

Get real time updates directly on you device, subscribe now.

ଶ୍ୱଶୁର ଏବଂ ବୋହୂର ସମ୍ପର୍କ ବାପଝିଅ ଭଳି ପବିତ୍ର ହୋଇଥାଏ | ଶ୍ୱଶୁରର କର୍ତ୍ତବ୍ୟ ରହିଥାଏ ଯେ ସେ ବୋହୂକୁ ଝିଅ ପରି ଭଲପାଇବା ଏବଂ ଯତ୍ନ ନେବ | କିନ୍ତୁ ରାଜସ୍ଥାନର କୋଟାରେ ଜଣେ ଶ୍ୱଶୁର ଏକ ବର୍ଷ ପର୍ଯ୍ୟନ୍ତ ବୋହୂକୁ ବଳାତ୍କାର କଲା | ଏହି କାମରେ ଶାଶୁ ମଧ୍ୟ ସାହାଯ୍ୟ କରୁଥିଲା | ଶ୍ୱଶୁର ସାନ ବୋହୂ ସହିତ ମଧ୍ୟ ଖରାପ ବ୍ୟବହାର କରୁଥିଲା | ବୋହୂକୁ ଧମକ ଦେଲା ଯେ ଯଦି ସେ ମୁହଁ ଖୋଲିବ, ତେବେ ତାକୁ ଏବଂ ତା ପିଲାଙ୍କୁ ଜିଅନ୍ତା ଜଳାଇ ଦେବି | ତେବେ ଚାଲନ୍ତୁ ଜାଣିବା ଏହି ଲଜ୍ଜାଜନକ ଘଟଣାର ପୁରା କାହାଣୀ |

ବିଧବା ବୋହୂକୁ ବଳାତ୍କାର କରୁଥିଲା ଶ୍ୱଶୁର :-

ଏହି ପୁରା ମାମଲା କୋଟାର ଆରକେ ପୁରମ ଥାନା ଅଂଚଳର ଅଟେ | ଏଠାରେ ଜଣେ ବିଧବା ବୋହୂ କହିଛନ୍ତି ଯେ ତାଙ୍କ ୫୦ ବର୍ଷୀୟ ଶ୍ୱଶୁର ଗତ ଏକ ବର୍ଷ ହେଲାଣି ତାଙ୍କ ସହିତ ବଳାତ୍କାର କରୁଥିଲା | ପୀଡିତ ବୋହୂ ୨୬ ବର୍ଷର ଅଟନ୍ତି | ସେ ମଧ୍ୟପ୍ରଦେଶର ବାସିନ୍ଦା ଅଟନ୍ତି | ଦଶ ବର୍ଷ ପୂର୍ବେ ତାଙ୍କର କୋଟାରେ ବିବାହ ହୋଇଥିଲା | ବିବାହ ପରେ ସବୁକିଛି ଠିକ ଠାକ ଚାଲିଥିଲା | ତେବେ ୧୧ ମାସ ପୂର୍ବେ ତାଙ୍କ ସ୍ୱାମୀଙ୍କର ଟିବି ଦ୍ୱାରା ମୃତ୍ୟୁ ହୋଇଗଲା | ତାପରଠାରୁ ଶ୍ୱଶୁର ବୋହୂ ଉପରେ ଖରାପ ନଜର ରଖିବାକୁ ଲାଗିଲା |

ସ୍ୱାମୀଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ ଶାଶୁ ବୋହୂକୁ ଶ୍ୱଶୁର ରୁମକୁ ଜବରଦସ୍ତି ଠେଲି ଦେଲା | ବାହାରୁ କବାଟ ମଧ୍ୟ ବନ୍ଦ କରିଦେଲା | ଏହାପରେ ଶ୍ୱଶୁର ମଦ ନିଶାରେ ବିଧବା ବୋହୂକୁ ବଳାତ୍କାର କଲା | ଏହାସହିତ ତାକୁ ଧମକ ଦେଲା ଯେ ଏହି କଥା କାହାକୁ ଯଦି କହିବୁ, ତେବେ ତୋ ସହିତ ପିଲାଙ୍କୁ ମଧ୍ୟ ଜିଅନ୍ତା ଜଳାଇ ଦେବି |

ସାନ ବୋହୂ ଉପରେ ମଧ୍ୟ ଥିଲା ଖରାପ ନଜର :-

ଯେତେବେଳେ ବୋହୂ ଶାଶୁକୁ ଏ ବିଷୟରେ କହିଲା, ସେତେବେଳେ ଶାଶୁ ତାଙ୍କ ସହିତ ମାରପିଟ କରିବାକୁ ଲାଗିଲା | ବୋହୂର ମୋବାଇଲ ମଧ୍ୟ ଛଡାଇ ନେଲା | ଘରଲୋକଙ୍କ ସହିତ କଥା ହେବାକୁ ଦେଲାନାହିଁ | ଏହାର କିଛି ସମୟ ପରେ ପୁଣି ଶ୍ୱଶୁର ମଦ ପିଇ ଆସିଲା ଏବଂ ବିଧବା ବୋହୂର ରୁମରେ ପଶିଗଲା | ସେ ପୁଣି ତା ସହିତ ବଳାତ୍କାର କଲା | ଏହି ସମୟରେ ଶ୍ୱଶୁର ଘର ଲୋକେ ଏହି କଥା ଉପରେ ଧ୍ୟାନ ରଖିଲେ ଯେ ଯେପରି ବୋହୂ ତା ବାପଘର ସହିତ କଥା ହୋଇପାରିବ ନାହିଁ |

ଖୁବଶୀଘ୍ର ବଡ଼ ବୋହୂ ସହିତ ହେଉଥିବା ବଳାତ୍କାର କଥା ସାନ ବୋହୂ ଜାଣିପାରିଲା | ତାପରେ ଶ୍ୱଶୁର ସାନ ବୋହୂ ଉପରେ ମଧ୍ୟ ଖରାପ ନଜର ପକାଇବାକୁ ଲାଗିଲା | ଯେତେବେଳେ ସେ ଚା ଦେବାକୁ ଶ୍ୱଶୁର ପାଖକୁ ଗଲା, ସେତେବେଳେ ତାର ଜବରଦସ୍ତି ହାତ ଧରି ଖରାପ ବ୍ୟବହାର କରିବାକୁ ଲାଗିଲା | ସେତେବେଳେ ସାନ ବୋହୂ ଯେକୌଣସି ପ୍ରକାରେ ସେଠାରୁ ପଳାଇ ଗଲା | ଯେତେବେଳେ ସାନ ବୋହୂ ପୁରା କଥା ନିଜ ସ୍ୱାମୀକୁ କହିଲା, ସେତେବେଳେ ସେ ତାକୁ ପାଟି କରି ବାପଘରେ ଛାଡିଦେଲା |

ପୀଡିତାଙ୍କ ପରିବାର ଲୋକେ କଲେ ଅଭିଯୋଗ :-

ଏହାପରେ ସାନ ଭାଇ ଯେକୌଣସି ପ୍ରକାରେ ବଡ ବୋହୂର ଘରଲୋକଙ୍କ ନମ୍ବର ଜାଣିଲା | ସେମାନଙ୍କୁ ପୁରା ଘଟଣା ବିଷୟରେ ସୂଚନା ଦେଲା | ତାପରେ ବଡ଼ ବୋହୂଙ୍କ ଘରଲୋକେ ଝିଅର ଶ୍ୱଶୁର ଘରକୁ ଆସିଲେ | ଝିଅ ମଧ୍ୟ ନିଜ ସହିତ ଘଟିଥିବା ଘଟଣାକୁ କହିଲା | ଏହାପରେ ସେମାନେ ଅଭିଯୁକ୍ତ ଶ୍ୱଶୁରଙ୍କ ବିରୋଧରେ ଥାନାରେ ଅଭିଯୋଗ କଲେ | ପୋଲିସ ପ୍ରମାଣ ପାଇଁ ବଡ଼ ବୋହୂର ମେଡିକାଲ ଚେକଅପ ମଧ୍ୟ କରାଇଲା |

ପୋଲିସକୁ ଯାଞ୍ଚରେ ଜଣାପଡିଲା ଯେ ଅଭିଯୁକ୍ତ ଶ୍ୱଶୁରର ଦୁଇଜଣ ସ୍ତ୍ରୀ ଅଛନ୍ତି | ତାର ପ୍ରଥମ ସ୍ତ୍ରୀ ମାନସିକ ରିଜି ଅଟନ୍ତି | ତେଣୁ ସେ ଦ୍ୱିତୀୟ ବିବାହ କରିଥିଲା | ତାର ଦ୍ୱିତୀୟ ସ୍ତ୍ରୀ ଦୁଇ ବୋହୂଙ୍କ ଦ୍ୱାରା ଖରାପ କାମ କରାଉଥିଲା |

Leave A Reply

Your email address will not be published.