PUBG : ପୁଅ କହିଲା – ବିଲଡର ସହିତ ଶୋଇଥିଲା ମା, ବାପାଙ୍କ ଠାରୁ ଶିଖିଥିଲା ପିସ୍ତଲ ଚଳାଇବା, ସେ କହିବାରୁ ମାରିଦେଲା, ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

କିଛି ଦିନ ପୂର୍ବରୁ ଲକ୍ଷ୍ନୌରେ PUBG ହତ୍ୟାକାଣ୍ଡ ହୋଇଥିଲା । ଜଣେ ପୁଅ ନିଜ ମାକୁ କେବଳ ଏଥିପାଇଁ ଗୁଳି ମାରିଦେଇଥିଲା, କାରଣ ସେ ତାକୁ ମୋବାଇଲରେ PUBG ଖେଳିବାକୁ ଦେଉନଥିଲେ । କିନ୍ତୁ ଏହି କାହାଣୀରେ ନୂତନ ମୋଡ଼ ଆସିଛି । କୁହାଯାଉଛି ଯେ ବାପା ହିଁ ପୁଅକୁ ମାକୁ ମାରିବାକୁ କହିଥିଲେ । ଏହାର କାରଣ ଏହା ଯେ ମାର ଜଣେ ବଡ ବିଲଡର ସହିତ ଅଫେୟର ଥିଲା । ସେହିପରି ଅଭିଯୋଗ ରହିଛି ଯେ ସେହି ବଡ ବିଲଡର କୁ ବଞ୍ଚାଇବା ପାଇଁ ପୋଲିସ PUBG ବାଲା ମିଛ କାହାଣୀ ତିଆରି କରିଦେଲା ।

ଉଲ୍ଲେଖଯୋଗ୍ୟ ଯେ ଜୁନ 4 ତାରିଖକୁ ଲକ୍ଷ୍ନୌର ଯମୁନାପୁରମ କଲୋନୀରେ ସୈନ୍ୟ ଅଫିସର୍ ନବୀନଙ୍କ ସ୍ତ୍ରୀ ସାଧନାଙ୍କର ହତ୍ୟା ହୋଇଥିଲା । ଏହି ହତ୍ୟା ତାଙ୍କ 15 ବର୍ଷୀୟ ପୁଅ ବାପାଙ୍କ ଲାଇସେନ୍ସ ବାଲା ରିଭଲବର ଦ୍ଵାରା କରିଥିଲା । ପୁଅ 3 ଦିନ ପର୍ଯ୍ୟନ୍ତ ମାର ଶବକୁ ଘରେ ଲୁଚାଇ ରଖିଥିଲା । ତାପରେ ବାପାକୁ ଏହାର ସୂଚନା ଦେଇଥିଲା । ପରେ ପୋଲିସ ପୁଅକୁ ହେପାଜତକୁ ନେଇ ବାଲ୍ୟ ସଂରକ୍ଷଣ ଗୃହରେ ରଖି ଦେଇଥିଲା ।

ପୋଲିସ ନିଜ ରିପୋର୍ଟରେ କହିଛି ଯେ ମା ପୁଅକୁ PUBG ଖେଳିବାକୁ ଦେଉନଥିଲା । ସେ ପୁଅ ଉପରେ ଚୋରି କରିବାର ଆରୋପ ମଧ୍ୟ ଲଗାଇଥିଲା । ତେଣୁ ସେ ମାକୁ ମାରିଦେଲା । ତେବେ ବାଲ୍ୟ ସୁଧାର ଗୃହରେ ଅଭିଯୁକ୍ତ ପୁଅ ସହିତ ଦେଖା କରି ଫେରିଥିବା ପରିବାରର ଜଣେ ସଦସ୍ୟ ମୀଡ଼ିଆକୁ ଗୋଟିଏ ଅଲଗା କାହାଣୀ କହିଛନ୍ତି ।

ମାର ଅଫେୟର କାରଣରୁ ରାଗି ଯାଇଥିଲା ପୁଅ :-

ମା ଏବଂ ପୁଅ ମଧ୍ୟରେ ଘୃଣାର ପାଚେରି ଏକ ବର୍ଷ ପୂର୍ବେ ବନାରସରେ ଥିବା ମାମୁଁଙ୍କ ଘରେ ସୃଷ୍ଟି ହୋଇଥିଲା | ଏଠାରେ ପୁଅ ମା ସାଧନାଙ୍କ ମୋବାଇଲରେ ଗୋଟିଏ କଲ ରେକର୍ଡିଂ ଶୁଣିଥିଲା | ପୁଅ ତା’ପରେ ବୁଝିଗଲା ଯେ ବାପାଙ୍କ ପୋଷ୍ଟିଂ ବାହାରେ ଥିବାରୁ ମା ଅନ୍ୟ ଲୋକ ସହ ସମ୍ପର୍କ ରଖିଛି । ଏହା ଜାଣି ପୁଅ ବହୁତ ରାଗିଗଲା । ସେ ଏହି ରେକର୍ଡିଂକୁ ନିଜ ବାପାଙ୍କ ନିକଟକୁ ପଠାଇଲା | ଯେତେବେଳେ ଆସନସୋଲରେ ପୋଷ୍ଟ ହୋଇଥିବା ନବୀନ ସାଧନାଙ୍କ ସହ କଥା ହୋଇଥିଲେ, ସେତେବେଳେ ସେ ତାଙ୍କ ସ୍ୱାମୀଙ୍କ ପ୍ରଶ୍ନର ଉତ୍ତର ଦେଇପାରିନଥିଲେ । ଏହା ପରେ ଉଭୟଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା ।

ସ୍ୱାମୀଙ୍କ ସହ ଝଗଡା ଏବଂ ବ୍ୟକ୍ତିଗତ ଜୀବନରେ ପୁଅର ହସ୍ତକ୍ଷେପ ସାଧନାଙ୍କୁ ଭଲ ଲାଗିଲା ନାହିଁ । ଏପରି ପରିସ୍ଥିତିରେ ସେ ପୁଅକୁ ଚାକର ଭଳି ବ୍ୟବହାର କରିବା ଆରମ୍ଭ କଲେ । ଝାଡୁ, ପୋଛା ଠାରୁ ଆରମ୍ଭ କରି ବାସନ ଏବଂ ପୋଷାକ ସଫା କରିବା ପର୍ଯ୍ୟନ୍ତ ସବୁକିଛି ତାଙ୍କ ଦ୍ୱାରା କରଉଥିଲେ । ତାଙ୍କ ବାପା ଏକ ଦୂର ସହରରେ ଡ୍ୟୁଟି କରୁଥିବାରୁ ପୁଅ ବାଧ୍ୟ ହୋଇ ଏସବୁ କରୁଥିଲା । ସେଥିପାଇଁ ସେ ଚୁପଚାପ୍ ନିଜ ମାର ସବୁ କଥା ମାନିବାକୁ ଲାଗିଲା । ତେବେ ଏହାପରେ ତା ହୃଦୟରେ ମା ପ୍ରତି ଥିବା ଘୃଣା ମଧ୍ୟ ବଢି ଚାଲିଥିଲା ​​|

ବାପା କହିବାରୁ ମା’ଙ୍କ ଉପରକୁ ଗୁଳି ଚଳାଇଲା :-

ପୁଅ ଫୋନରେ ମା ଏବଂ ବିଲଡରର କାମକୁ ବାପାଙ୍କୁ କହିଥଲା । ଏଭଳି ପରିସ୍ଥିତିରେ ନବୀନ ତାଙ୍କ ସ୍ତ୍ରୀକୁ ପରୀକ୍ଷା କରିବାପାଇଁ ପୁଅ ଏବଂ ଝିଅକୁ ସମ୍ପର୍କୀୟଙ୍କ ନିକଟକୁ ପଠାଇଥିଲେ । ସାଧନା ବୁଝିପାରିଲେ ନାହିଁ ଯେ ଏହା ହେଉଛି ତାଙ୍କ ପାଇଁ ଗୋଟିଏ ପରୀକ୍ଷା । ପିଲାମାନେ ଚାଲିଯିବା ମାତ୍ରେ ସେ ବିଲଡରକୁ ଡିନର ପାଇଁ ନିମନ୍ତ୍ରଣ କରିଥିଲେ । ସେ ସାଧନାଙ୍କ ସହ ସେହି ରାତିରେ ଘରେ ରହିଲେ । ସାଧନାର ଏହି କାମ ଉପରେ ବାପା ଏବଂ ପୁଅ ନଜର ରଖିଲେ । ତା’ପରେ ଉଭୟଙ୍କ ହୃଦୟରେ ସାଧନାଙ୍କ ପ୍ରତି କ୍ରୋଧ ଏବଂ ଘୃଣା ବଢ଼ିଗଲା ।

ଅକ୍ଟୋବରରେ ପୁଅର ଜନ୍ମଦିନ ଥିଲା । ବିଲଡର ଗୋଟିଏ ବଡ ଉପହାର ଆଣିଥିଲେ । ସାଧନା ଠାରୁ ମଧ୍ୟ ମିଳିଲା । ଏହି କଥାକୁ ନେଇ ସ୍ୱାମୀ ତାଙ୍କ ସହିତ ଝଗଡା କରିଥିଲେ । ତା’ପରେ ବାପା ଓ ପୁଅ ସାଧନାଙ୍କୁ ହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ପୁଅ କହିଛି ଯେ ବାପା ଜୁନ୍ 3 ତାରିଖରେ ନିଜେ ମାଆକୁ ହତ୍ୟା କରିବାକୁ ଯାଉଥିଲେ । କିନ୍ତୁ ସେ ଟ୍ରେନ୍ ଟିକେଟ୍ ପାଇନଥିଲେ । ବାପା ପୁଅକୁ ଏହା ମଧ୍ୟ କହିଥିଲେ ଯେ ‘ଯଦି ମୁଁ ସେଠାରେ ଥା’ନ୍ତି, ତେବେ ମୁଁ ଉଭୟ ବିଲଡର ଏବଂ ତୁମ ମାକୁ ଗୁଳି କରିଥାନ୍ତି । ତା’ପରେ ତୁମକୁ ଯାହା ଠିକ୍ ଲାଗୁଛି କର ।’

ଏହା ପରେ ଜୁନ୍ 4 ତାରିଖରେ ପୁଅ ନିଜ ବାପାଙ୍କ ପିସ୍ତଲରେ ମାଆକୁ ଗୁଳି ମାରିଦେଲା । ପୁଅ ଏହା ମଧ୍ୟ କହିଛି ଯେ ତାଙ୍କ ବାପା ତାଙ୍କୁ ପିସ୍ତଲ ଚଳାଇବା ଶିଖାଇଛନ୍ତି । ବର୍ତ୍ତମାନ ପୋଲିସ ଏବଂ ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ମିଳିଥିବା ପ୍ରମାଣ ସହିତ ମାମଲାକୁ ମଜବୁତ କରିବାକୁ ଚେଷ୍ଟା କରୁଛନ୍ତି । ତେବେ ନାବାଳକ ହୋଇଥିବା କାରଣରୁ ଅଭିଯୁକ୍ତ ପୁଅକୁ କଠୋର ଦଣ୍ଡ ମିଳିବ ନାହିଁ ।

Leave A Reply

Your email address will not be published.