ଏକଦିବସୀୟ ଦିନିକିଆରେ ଇଂଲଣ୍ଡର ସର୍ବାଧିକ ସ୍କୋର : ଇଂଲଣ୍ଡର ଧୁରନ୍ଧର ବ୍ୟାଟ୍ସମ୍ୟାନ୍ କଲେ ୫୦ ଓଭରରେ ୪୯୮ ରନ୍,ହେଲା ବିଶ୍ୱ ରେକର୍ଡ

0

Get real time updates directly on you device, subscribe now.

ନେଦରଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଏକଦିବସୀୟ ମ୍ୟାଚରେ ଇଂଲଣ୍ଡ କ୍ରିକେଟ ଦଳ ଇତିହାସ ରଚିଲେ|ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୪୯୮ ରନ ବନାଇଲେ ଯାହା ଏକଦିବସୀୟ ଇତିହାସରେ ଗୋଟିଏ ପାଳିରେ ସର୍ବାଧିକ ରନ ଅଟେ|ଦଳ ଏହା କେବଳ ୪ ୱିକେଟ୍ ହରାଇ ବନାଇଲା, ଏମିତି ଲାଗୁଥିଲା ଇଂଲଣ୍ଡ ୫୦୦ ଅତିକ୍ରମ କରିବ କିନ୍ତୁ ହେଲା ନାହିଁ|

ଇଂଲଣ୍ଡ ତରଫରୁ ୩ ଜଣ ବ୍ୟାଟ୍ସମ୍ୟାନ୍ ଶତକ କଲେ ଯେଉଁଥିରେ ଜୋସ ବଟଲର ଧୁଆଧାର ୧୬୨ ରନ ରହିଛି|ଜୋସ ବଟଲର କେବଳ ୭୦ ବଲରେ ୧୬୨ ରନ ବନାଇଲେ ଯେଉଁଥିରେ ୧୪ ଛକା ଓ ୭ ଚ ଉକା ସାମିଲ ରହିଛି|ଲିଆମ ଇଇଲିଙ୍ଗଟନ ୨୨ ବଲରେ ୬୬ ରନ କରିଥିଲେ ଯେଉଁଠି ୬ ଛକା ଓ ୬ ଚଉକା ରହିଛି|

ଇଂଲଣ୍ଡ ବ୍ୟାଟିଂ:

*ଜସନ ରୟ – ୧ ରନ୍,୭ ବଲ୍

*ଫିଲ ସଲ୍ଟ – ୧୨୨ ରନ,୯୩ ବଲ୍, ୧୪ ଚଉକା,୩ ଛକା

*ଡେଭିଡ ମଲାନ୍: ୧୨୫ ରନ୍,୧୦୯ ଵଲ୍,୯ ଚଉକା,୩ ଛକା

*ଜୋସ ବଟଲର:୧୬୨ ରନ୍, ୭୦ ବଲ୍,୭ ଚଉକା,୧୪ ଛକା

*ଇଆନ ମୋର୍ଗାନ:୦ ରନ୍,୧ ବଲ

*ଲିଆମ ଲିଭିଙ୍ଗଷ୍ଟୋନ:୬୬ ରନ୍,୨୨ ବଲ୍,୬ ଚୈକା,୬ ଛକା

ଇଂଲଣ୍ଡ ଏହି ପାଳିରେ ମୋଟ୍ ୨୬ ଛକା ଓ ୩୬ ଛକା ଲଗାଇଛି|ଯେଉଁ ବ୍ୟାଟ୍ସମ୍ୟାନ୍ ରନ ବନାଇଲେ ସଭିଙ୍କ ଷ୍ଟ୍ରାଇକ ରେଟ ୧୦୦ ରୁ ଉର୍ଦ୍ଧ୍ବ ଥିଲା|ଏଥିରେ ଡେଭିଡ ମଲାନ ଓ ପି ସଲ୍ଟ ମଧ୍ୟରେ ୧୭୦ ବଲରେ ୨୨୨ରନର ଭାଗିଦାରୀ ହୋଇଥିଲା|ବଟଲର ଓ ଡେଭିଡ ମଲାନ ୯୦ ବଲରେ ୧୮୪ ରନ କରିଥିଲେ|ବଟଲର ଓ ଲିଭିଙ୍ଗଷ୍ଟୋନ ୩୨ ବଲରେ ୯୧ ରନ କରିଥିଲେ|

ଇଂଲଣ୍ଡ ଏଥିରେ ୪୯୮ ରନ କରି ଇତିହାସ ରଚି ଦେଇଛନ୍ତି|ଖାସ କଥା ଏହା ଯେ ପୂର୍ବରୁ ଦୁଇ ବଡ ସ୍କୋର ମଧ୍ୟ ଇଂଲଣ୍ଡ ନାମରେ ରହିଛି|

* ଇଂଲଣ୍ଡ:୪୯୮/୪ ବିରୁଦ୍ଧ ନେଦରଲାଣ୍ଡ,୧୭/୦୬/୨୨

*ଇଂଲଣ୍ଡ:୪୮୧/୬ ବିରୁଦ୍ଧ ଅଷ୍ଟ୍ରେଲିଆ,୧୯/୦୬/୨୦୧୮

*ଇଂଲଣ୍ଡ:୪୪୩/୩ ବିରୁଦ୍ଧ ପାକିସ୍ତାନ ,୩୦/୦୮/୨୦୦୬

Leave A Reply

Your email address will not be published.