ବୋହୂ ଓ ପୁଅ ପ୍ରତିଦିନ ହଇରାଣ କରୁଥିବାରୁ ବାଧ୍ୟ ହୋଇ ବୃଦ୍ଧ ଜଣକ ନିଜ 2 କୋଟିର ସମ୍ପତ୍ତିକୁ DMଙ୍କ ହାତରେ ପ୍ରଦାନ କଲେ

0

Get real time updates directly on you device, subscribe now.

ଆମେ ଆମ ଚତୁଃପାର୍ଶ୍ବରେ କିମ୍ବା ସମ୍ବାଦରେ ଶୁଣିବାକୁ ପାଇଥାଉ ଯେ ପରିବାରର ବୃଦ୍ଧ ଲୋକମାନେ ଯେତିକି ସମ୍ମାନ ପାଇବାକଥା ସେତିକି ସମ୍ମାନ ପାଆନ୍ତି ନାହିଁ। ବେଳେବେଳେ, ଏହିପରି କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ ଯେଉଁଥିରେ ବୃଦ୍ଧ ଲୋକଙ୍କୁ ନିଜ ଘରୁ ବାହାର କରି ବାହାରେ ଛାଡ଼ି ଦିଆଯାଏ। ଏହିପରି ଖବର ଶୁଣିବା ପରେ ଆମ ମନରେ କେବଳ ଗୋଟିଏ ଭାବନା ଆସିଥାଏ କି, ହେ ଭଗବାନ ଏମିତି ସନ୍ତାନ କାହାକୁ ନଦିଅ। ଏବେ ପୁଣି ଏକ ଘଟଣା ସୋସିଆଲ ମିଡ଼ିଆ ଜରିଆରେ ସାମ୍ନାକୁ ଆସିଛି। ଯେଉଁଠାରେ ପୁଅ ନିଜ ବୃଦ୍ଧ ପିତାଙ୍କୁ ସମ୍ମାନ ନଦେବାରୁ ବୃଦ୍ଧ ଏପରି କିଛି କଲେ ଯାହା ଶୁଣିବା ପରେ ଆପଣ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ବୃଦ୍ଧ ଜଣକ ତାଙ୍କ ପୁଅର ସମ୍ମାନ ଏବଂ ସମର୍ଥନ ନ ପାଇବାପରେ ନିଜର ସବୁ ସମ୍ପତ୍ତି ଆଗ୍ରାର DM ଙ୍କ ନାମରେ କରିଦେଇଛନ୍ତି।

କଥାଟି ଏହା ହେଉଛି କି, ଘଟଣାଟି ଆଗ୍ରାରୁ ସାମ୍ନାକୁ ଆସୁଛି। ବୃଦ୍ଧଙ୍କ ନାମ ଗଣେଶ ଶଙ୍କର। ଗଣେଶ ଶଙ୍କରଙ୍କର ରାୱତ ନାଗରର ପର୍ବତର ଛକ ପାଖରେ ଏକ ତମାଖୁ ଦୋକାନ ଅଛି। ଆଗ୍ରା ର ସବୁଠାରୁ ବଡ ହୋଲସେଲ ବଜାରରୁ ଏହି ବଜାର ଏକ ଅଟେ। ଏଠାରେ ଗୋଟିଏ ଦୋକାନର ମୂଲ୍ୟ ପ୍ରାୟ 1 କୋଟି ଟଙ୍କା ଅଟେ। ଗଣେଶ ଶଙ୍କର କୁହନ୍ତି ଯେ ତାଙ୍କ ପୁଅ ବିଲକୁଲ ପାଗଳ ନୁହଁନ୍ତି କିନ୍ତୁ ସେ ପାଗଳ ପରି ବ୍ୟବହାର କରନ୍ତି। ଏହି ବୃଦ୍ଧ ବ୍ୟକ୍ତି ପ୍ରକାଶ କରି କହିଛନ୍ତି କି, ତାଙ୍କ ପୁଅ ତାଙ୍କ ପାଇଁ କେବେବି କିଛି କରନ୍ତି ନାହିଁ ଏବଂ ସେ ତାଙ୍କ ଭାଇମାନଙ୍କ ସହିତ ଜୀବନ ବିତାଉଛନ୍ତି। ଜଣାଇଦେଉଛୁ କି, ଗଣେଶ ଶଙ୍କର ଦୁଇ ପୁଅର ପିତା ଅଟନ୍ତି ଏବଂ ସେ ତାଙ୍କ ଦୁଇ ପୁଅଙ୍କ ସହିତ ତାଙ୍କ ଘରେ ରୁହନ୍ତି। କିନ୍ତୁ ତାଙ୍କ ପୁଅମାନେ ତାଙ୍କୁ ଖାଦ୍ୟ ଖାଇବାକୁ ପଚାରନ୍ତି ନାହିଁ।

ବୃଦ୍ଧ ଜଣକ ଏହାର ଅଭିଯୋଗ ଥରେ ନିଜ ପୁଅଙ୍କ ପାଖରେ କରିଥିଲେ କିନ୍ତୁ ଏଥିରେ ତାଙ୍କ ପୁଅମାନେ ସବୁ ସମ୍ପର୍କ ନିଜ ପିତାଙ୍କ ଠାରୁ ଛିନ୍ନ କରିଥିଲେ। ଏଥିରେ ବ୍ୟଥିତ ହୋଇ ସେ ନିଜର ସବୁ ସମ୍ପତ୍ତିକୁ ଆଗ୍ରାର DM ଙ୍କ ନାମରେ କରିଦେଲେ। ଗଣେଶ ଶଙ୍କର ବର୍ତ୍ତମାନ ନିଜ ଭାଇଙ୍କ ସହିତ ଜୀବନ କଟାଉଛନ୍ତି। ଗୋଟିଏ ଘରେ ଥାଇ ମଧ୍ୟ ତାଙ୍କ ପୁଅ ମାନଙ୍କୁ କିଛି ଫରକ ପଡୁନାହିଁ। ସେମାନେ ନିଜ ପିତାଙ୍କୁ ନିଜ ଉପରେ ବୋଝ ବୋଲି ଭାବୁଛନ୍ତି ଯାହାଦ୍ୱାରା 2018 ମସିହାରେ ପିତା ନିଜର ସବୁ ସମ୍ପତ୍ତି DM ଙ୍କ ନାମରେ କରିଦେଇଥିଲେ।

ଖବର ଅନୁଯାୟୀ, ଗଣେଶ ଶଙ୍କର 2018 ମସିହାରେ ନିଜ ଘରର ମାଲିକାନା ନିଜ ପୁଅଙ୍କ ନାମରେ ନକରି ଆଗ୍ରାର DM ଙ୍କ ନାମରେ କରିଦେଇଥିଲେ। ଏବେ କଲେକ୍ଟର ଜନତା ଦର୍ଶନ ଏହି କପିକୁ ନେଇ ସିଟି ମାଜିଷ୍ଟ୍ରେଟ ପ୍ରତିପାଳ ଚୌହାନଙ୍କ ହାତରେ ହସ୍ତାନ୍ତରିତ କରିଛନ୍ତି। ପ୍ରତିପାଳ ଚୌହାନ ଏଥିରେ କହିଛନ୍ତି କି, ବୃଦ୍ଧ ବ୍ୟକ୍ତି ଯେମିତି ଚାହୁଁଛନ୍ତି ସେମିତି ହିଁ କରାଯିବ।

Leave A Reply

Your email address will not be published.