୧୦ ବର୍ଷ ପୂର୍ବେ କରିଲେ ପ୍ରେମ, ଲିଭ-ଇନରେ ମଧ୍ୟ ରହିଲେ, ଝିଅ ମଧ୍ୟ ହେଲା…ପୁଣି ଯୁବକ ଉଠାଇଲେ ଏମିତି ଆଶ୍ଚର୍ଯ୍ୟଜନକ ପଦକ୍ଷେପ

0

Get real time updates directly on you device, subscribe now.

ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାରୁ ଏକ ମାମଲା ସାମ୍ନାକୁ ଆସିଛି। ମଙ୍ଗଳବାର ଦିନ ସକାଳୁ ଜଣେ ମହିଳାଙ୍କର ଶବ ତାଙ୍କ ଘରେ ସନ୍ଦିଗ୍ଧ ଅବସ୍ଥାରେ ମିଳିଲା। ସୂଚନା ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା। ପୋଲିସ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଲା। କୁହାଯାଉଛିକି ମହିଳାଜଣକ ଏକ ଯୁବକଙ୍କ ସହିତ ଦଶ ବର୍ଷ ଧରି ଲିଭ ଇନରେ ରହି ଆସୁଥିଲେ।

ମହିଳାଙ୍କର ପରିଜନ ହତ୍ୟାର ଆଶଙ୍କା ଭାବି ପୋଲିସ ନିକଟରେ ଅଭିଯୋଗ ମଧ୍ୟ କରିଲେ। ପୋଲିସ ଦଳ ଗଠିତ କରି ଲିଭ ଇନରେ ରହୁଥିବା ଯୁବକଙ୍କୁ ଗିରଫ କରିନେଲେ। ଉକ୍ତ ଯୁବକଙ୍କୁ କଡା ଭାବରେ ପଚରାଉଚୁରା କରିବାରୁ ସେ ନିଜର ଦୋଷ ସ୍ୱୀକାର କରିଲା।

ସୂଚନା ଅନୁସାରେ, କାଳିଞ୍ଜର ଥାନା ଅଞ୍ଚଳର କସବେର ଜଣେ ମହିଳା ୧୦ ବର୍ଷ ଧରି କସବେର ଜଣେ ବ୍ୟକ୍ତିଙ୍କ ସହିତ ଲିଭ ଇନରେ ରହୁଥିଲେ। ମୃତକ ବିସାତ ଖାନ ଚୁଡ଼ି, ବିନ୍ଦୀ ଓ ଅନ୍ୟ ଜିନିଷର ଦୋକାନ ଚଲାନ୍ତି। ତାଙ୍କର ପୋଡଶୀ ଠାରୁ କିଛି ଦୂରରେ ତାଙ୍କର ମାଆ ଓ ଅନ୍ୟ ପରିଜନମାନେ ରୁହନ୍ତି। ମଙ୍ଗଳବାର ଦିନ ସେ ନଜର ନ ଆସିବାରୁ ତାଙ୍କର ପରିଜନମାନେ ଆସି ଦେଖିବାରୁ ମହିଳାଙ୍କର ଶବ ଘରର ଛାତ ଉପରେ ପଡିଥିଲା। ତାଙ୍କ ସହିତ ରହୁଥିବା ବ୍ୟକ୍ତି ଫେରାର ଥିଲା। ଏହା ପରେ ସୂଚନା ପୋଲିସକୁ ଦିଆଗଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଲା।

ମହିଳାଙ୍କର ପରିଜନ ଆଶଙ୍କା ଦେଖି ପୋଲିସ ନିକଟରେ ଅଭିଯୋଗ ରୁଜ୍ଜୁ କରିଲେ। ପୋଲିସ ମହିଳାଙ୍କର କଥିତ ସ୍ୱାମୀଙ୍କୁ ଧରି ପଚରାଉଚୁରା କରିଲେ। ପୋଲିସକୁ ସେ କହିଲାକି ଘରୋଇ ବିବାଦ କାରଣରୁ ପ୍ରତ୍ୟେକ ଦିନ କଳହରୁ ଆକ୍ରୋଶ ହୋଇ ସେ ତାଙ୍କର ତଣ୍ଟି ଚିପି ମାରିଦେଲେ। ପୋଲିସ ତାଙ୍କୁ ଏରେଷ୍ଟ କରି ଜେଲକୁ ପଠାଇଦେଲେ। ମୃତକଙ୍କର ୮ ବର୍ଷୀୟ ଝିଅ ଅଛି। ଯୁବକ ଓ ମହିଳାଙ୍କୁ କାଲିଞ୍ଜର କସବେରେ ରହୁଥିବା ସମୟରେ ପ୍ରେମ ହୋଇଥିଲା।

ଦୁଇଜଣ ପାଖାପାଖି ୧୦ ବର୍ଷ ଲିଭ ଇନରେ ଥିଲେ। ଡଏସପି ନୀତିନ କୁମାର କହିଲେକି ପୋଲିସକୁ ସୂଚନା ମିଳିଛି ଏକ ମୃତ ଦେହ ଘରେ ପଡ଼ିଛି। ମୃତ୍ୟୁର କାରଣ ଜାଣିବା ପାଇଁ ପୋଷ୍ଟମର୍ଟମ କରାଯାଉଛି। ମହିଳାଙ୍କ ସହିତ ରହୁଥିବା ଯୁବକ ସେଠାରେ ସେହି ସମୟରେ ନ ମିଳିବା କାରଣରୁ ତାଙ୍କୁ ଏରେଷ୍ଟ କରାଯାଇଥିଲା। ପଚରାଉଚରା ସମୟର ସେ ମହିଳାଙ୍କର ତଣ୍ଟି ଚିପି ହତ୍ୟା କରିଥିବା କଥାକୁ ସ୍ବୀକାର ମଧ୍ୟ କରିଛି।

Leave A Reply

Your email address will not be published.