ଶୋଷରେ ଛଟପଟ ହେଉଥିବା କିଙ୍ଗ କୋବ୍ରାକୁ ଜଣେ ଲୋକ ବୋତଲରେ ପାଣି ପିଆଇଲେ, ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

Get real time updates directly on you device, subscribe now.

ସୋସିଆଲ ମିଡିଆରେ ସାପ ଉପରେ ବହୁତ ଭିଡିଓ ଭାଇରାଲ ହୁଏ। ଏପରି ଭିଡିଓକୁ ଦେଖିଲେ ଆମେ ଆଶ୍ଚର୍ଯ୍ୟ ହୋଇଥାଉ ନହେଲେ ଡରରେ ଆମର ଲୋମ ଟାଙ୍କୁରି ଉଠେ। ସାପ ମଧ୍ୟରୁ ସବୁଠୁ ଅଧିକ ବିଷାକ୍ତ ସାପ କିଙ୍ଗ କୋବ୍ରା ହୋଇଥାଏ। ଯଦି ଥରେ କାହାକୁ କାମୁଡି ଦିଏ ତାହେଲେ ତାର ବଞ୍ଚିବା ଅସମ୍ଭବ। ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଜବରଦସ୍ତ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହା ଆପଣ ଆଗରୁ କେବେବି ଦେଖିନଥିବେ। ଏହି ଭିଡିଓରେ ଜଣେ ବ୍ୟକ୍ତି କିଙ୍ଗ କୋବ୍ରାକୁ ବୋତଲରେ ପାଣି ପିଆଉଛନ୍ତି। ଏହି ଭିଡିଓଟି ଦେଖିବା ମାତ୍ରେ ଆପଣଙ୍କର ଲୋମ ଟାଙ୍କୁରି ଉଠିବ।

ଭାଇରାଲ ହେଉଥିବା ଭିଡିଓରୁ ଆପଣମାନେ ଦେଖିବାକୁ ପାଉଥିବେକି ଗୋଟିଏ ବହୁତ ଲମ୍ବା କିଙ୍ଗ କୋବ୍ରା ଭୂଇଁରେ ବସିଛି। ଜଣେ ବ୍ୟକ୍ତି ନିଜ ହାତରେ ତାର ପଛ ଭାଗକୁ ଧରି ରଖିଛନ୍ତି।ସେପଟେ ଆଉ ଜଣେ ବ୍ୟକ୍ତି ପାଣି ବୋତଲ ନେଇ ସାପ ଆଡକୁ ଆସୁଛନ୍ତି, ଯେଉଁଥିରେ ସେ ସାପକୁ ପାଣି ପିଆଇପରିବେ। କିଙ୍ଗ କୋବ୍ରା ଶାନ୍ତିରେ ପାଣି ପିଉଛି। କିନ୍ତୁ ବ୍ୟକ୍ତି ଜଣକ ଡରୁଥାନ୍ତି। ସେଠାରେ ଥିବା କିଛି ଲୋକମାନେ ଏହି ଦୃଶ୍ୟର ଭିଡିଓ ବନାଉଥାନ୍ତି।

ଦେଖନ୍ତୁ ଭିଡିଓ:-

ଏହି ଭିଡିଓଟି ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦ ଟୁଇଟରରେ ସେୟାର କରିଛନ୍ତି। ଭିଡିଓ ତଳେ ସେ ଲେଖିଛନ୍ତି ଦୟାଳୁ ଏବଂ ବିନମ୍ର ହୁଅ ସମୟ ବଦଳିବ। ଭିଡିଓଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ୩୯ ହଜାରରୁ ଅଧିକ ଥର ଦେଖା ହୋଇସାରିଛି। ଲୋକମାନେ ଭିଡିଓରେ ଅନେକ କମେଣ୍ଟ ଦେଇ ପାଣି ପିଆଉଥିବା ବ୍ୟକ୍ତିଙ୍କର ପ୍ରଶଂସା କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି ଏମିତି କରିବା ବିପଦପୂର୍ଣ୍ଣ ମଧ୍ୟ ହୋଇପାରେ। ଅନ୍ୟ ଜଣେ ଲେଖିଲେ ଏହା କେତେ ବଡ଼ ଅଟେ।

Leave A Reply

Your email address will not be published.