COVID 4th wave symptoms: ପୁଣିଥରେ ଭୟଙ୍କର ହେଲା କରୋନା, ଏକାବେଳେ ପ୍ରାୟ 13 ହଜାର ଲୋକ ଆକ୍ରାନ୍ତ, ଚତୁର୍ଥ ଲହରରେ ଦେଖାଯାଉଛି ଏହି ଗମ୍ଭୀର ଲକ୍ଷଣ

0

Get real time updates directly on you device, subscribe now.

ଭାରତରେ କରୋନା ଭାଇରସ ମହାମାରୀର ପ୍ରକୋପ ପୁଣିଥରେ ଦ୍ରୁତ ଗତିରେ ବଢୁଛି । ଦେଶରେ ଗତ 24 ଘଣ୍ଟା ମଧ୍ୟରେ କୋଭିଡ-19 ର 12,847 ନୂତନ ମାମଲା ମିଳିଛି । ଏହାସହିତ କରୋନା ଦ୍ଵାରା ବର୍ତ୍ତମାନ ସୁଦ୍ଧା ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା 4,32,70,577 ହୋଇଯାଇଛି । ଗତ ଏକ ଦିନ ମଧ୍ୟରେ 14ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଯାହାଦ୍ଵାରା ମୃତ୍ୟୁବରଣ କରିଥିବା ମୋଟ ସଂଖ୍ୟା ବଢ଼ି 5,24,817 ହୋଇଯାଇଛି । ଦେଶରେ ବର୍ତ୍ତମାନ ସକ୍ରିୟ ମାମଲା ବଢିଯାଇ 63,063 ରହିଛି ।

ଚିନ୍ତାର ବିଷୟ ଏହା ଯେ ଦୈନିକ ନୂଆଁ ମାମଲା କେବଳ ଏକ ସପ୍ତାହ ଭିତରେ 3 ହଜାରରୁ 12 ହଜାରରେ ପହଞ୍ଚି ଯାଇଛି । ଏହାକୁ କରୋନା ଭାଇରସର ଚତୁର୍ଥ ଲହର ଭାବରେ ଦେଖାଯାଇଛି । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞ କହୁଛନ୍ତି ଯେ ଚିନ୍ତା କରିବାର କୌଣସି କଥା ନାହିଁ ।

କରୋନାର ଚତୁର୍ଥ ଲହରରେ ଦେଖାଯିବ ବଡ ଲକ୍ଷଣ ଝାଡ଼ା :-

ଗୋଟିଏ ରିପୋର୍ଟ୍ ଅନୁଯାୟୀ, ନିକଟରେ ମହାରାଷ୍ଟ୍ରରେ BA.4 ଏବଂ BA.5 ର ଯେଉଁ ମାମଲା ମିଳିଛି, ସେହି ରୋଗୀଙ୍କ ଠାରେ ଝାଡ଼ା ଏବଂ ଜ୍ଵର ସହିତ ଜଡିତ ଲକ୍ଷଣ ମିଳିଛି । ମହାମାରୀ ଆରମ୍ଭ ହେବା ପରଠାରୁ ଡାଇରିଆକୁ କରୋନା ସହିତ ଯୋଡ଼ି ଦିଆଯାଇଛି ।

ଝାଡ଼ା ବ୍ୟତୀତ ପେଟ ସମ୍ବନ୍ଧୀୟ ସମସ୍ୟା :-

ଡାଇରିଆ ବ୍ୟତୀତ ରୋଗୀ ମାନଙ୍କୁ ପେଟରେ ଯନ୍ତ୍ରଣା ମଧ୍ୟ ହେଉଛି । ଏହି ଯନ୍ତ୍ରଣା ପ୍ରାୟତଃ ଝାଡ଼ା ସହିତ ଜଡିତ । ଡାକ୍ତର ଏହା ମଧ୍ୟ କହିଛନ୍ତି ଯେ ପେଟ ଯନ୍ତ୍ରଣା କାରଣରୁ ଲୋକଙ୍କୁ ବାନ୍ତି ମଧ୍ୟ ଲାଗିଥାଏ ।

ଜ୍ଵର ବର୍ତ୍ତମାନ ମଧ୍ୟ ଗୋଟିଏ ବଡ ଲକ୍ଷଣ :-

ଚତୁର୍ଥ ଲହରରେ ଦେଖାଯାଉଥିବା ଲକ୍ଷଣ ମଧ୍ୟରେ ଜ୍ଵର ମଧ୍ୟ ଅନ୍ୟ ଗୋଟିଏ ସାଧାରଣ ଲକ୍ଷଣ ଅଟେ । ଲୋକଙ୍କ ମଧ୍ୟରେ 105F ପର୍ଯ୍ୟନ୍ତ ଜ୍ଵର ମଧ୍ୟ ଦେଖିବାକୁ ମିଳୁଛି । ଯଦି ଆପଣଙ୍କ ଦେହରେ ଜ୍ଵର ରହୁଛି, ତେବେ ଆପଣ ଶୀଘ୍ର କରୋନା ଟେଷ୍ଟ କରିନେବା ଉଚିତ୍ ।

କରୋନା ଠାରୁ ବଞ୍ଚିବା ପାଇଁ କଣ୍ କରିବେ ?

ଡାକ୍ତରମାନେ ଲୋକଙ୍କୁ ଡାଇରିଆ ଏବଂ ଜ୍ୱରର ଲକ୍ଷଣ ଦେଖାଗଲେ ତୁରନ୍ତ ଯାଞ୍ଚ କରିବାକୁ ପରାମର୍ଶ ଦେଇଛନ୍ତି । ଏହାଦ୍ବାରା ସଂକ୍ରମଣକୁ ଶୀଘ୍ର ଚିହ୍ନଟ କରିବାରେ ସୁବିଧା ହେବ ଏବଂ କରୋନା ନିୟମ ପାଳନ କଲେ ଅନ୍ୟମାନଙ୍କୁ ସଂକ୍ରମଣ ଠାରୁ ବଞ୍ଚାଇବାରେ ସାହାଯ୍ୟ ମିଳିବ । ବର୍ତ୍ତମାନ କରୋନା ଠାରୁ ବଞ୍ଚିବା ପାଇଁ କରୋନାର ସବୁ ନିୟମାବଳୀକୁ ମାନିବାଟା ହିଁ ଭଲ ହେବ ।

Leave A Reply

Your email address will not be published.