SDJM କୋର୍ଟଙ୍କ ନିର୍ଦେଶ : ଅନୁଭବଙ୍କ ପୈତୃକ ଘରୁ ବାହାରିବେ ବର୍ଷା

0

Get real time updates directly on you device, subscribe now.

ବର୍ଷା ଓ ଅନୁଭବଙ୍କ ମାମଲାର ଆଉ ଏକ ନୂତନ ଶୁଣାଣି ଶୁଣିବାକୁ ମିଳିଛି।ବର୍ଷା ଙ୍କୁ ଅନୁଭବଙ୍କ ପୈତୃକ ଘରକୁ ଛାଡ଼ିବା ପାଇଁ କଟକର SDJM କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୈତୃକ ଘର ଛାଡ଼ିବାକୁ ଅନୁଭବ ମହାନ୍ତି ଆବେଦନ କରିଥିଲେ,ତାଙ୍କ ବାପା ମା ଅସୁସ୍ଥ ଥିବାରୁ ସେ ବର୍ଷାଙ୍କ ବିରୋଧରେ କୋର୍ଟରେ ଅଭିଯୋଗ କରିଥିଲେ । ଅନୁଭବ ଙ୍କ ପିଟିସନ କୁ ଶୁଣି କୋର୍ଟ ବର୍ଷା ଙ୍କୁ ଘର ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅନୁଭବ ବର୍ଷାଙ୍କ ରହଣି ପାଇଁ ମାସକୁ ୩୦ ହଜାର ଟଙ୍କା ଦେବେ,ମାସର ୧୦ ତାରିଖ ବା ତା ପୂର୍ବରୁ ଦିଆଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ଅନୁଭବ SDJM କୋର୍ଟରେ ଅଭିଯୋଗ କରିଥିଲେ ଯେ ବର୍ଷା ଅନୁଭବଙ୍କ ବାପା ମା ଯେଉଁ ଘରେ ରହୁଛନ୍ତି ସେହି ଘରେ କିଛି ଦିନ ହେଲାଣି ବର୍ଷା ରହିଆସୁଛନ୍ତି,ଯେଉଁଠି କି ଅନୁଭବ ରହୁନାହାନ୍ତି ।

ଅନୁଭବ ପିଟିସନ ପେପର୍ ରେ ଲେଖିଥିଲେ ଯେ ବର୍ଷା ଜଲଦି ସେ ଘର ଛାଡନ୍ତୁ ଆଉ ରହଣି ପାଇଁ ଯେତେ ବି ପଇସା ଖରଚ ହେବ ସେ ସବୁ ଦେଲେ ବୋଲି କହିଥିଲେ,କୋର୍ଟ ମଧ୍ୟ ତାଙ୍କ ପିଟିସନ କୁ ଗ୍ରହଣ କରିଥିଲେ ଓ ବର୍ଷା ଙ୍କୁ ଘର ଛାଡ଼ିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ଅନୁଭବଙ୍କ ବାପା ମା ଏବେ ଅସୁସ୍ଥ ଅଛନ୍ତି ତ ସେ ଏବେ ନିଜ ଘରେ ରହିବାକୁ ଚାହୁଁଛନ୍ତି । ତାଙ୍କ ଓକିଲ ଙ୍କୁ କୁହାଯାଇଛି କି ୨ମାସ ଭିତରେ ସେ ଟଙ୍କା ପାଇବେ ଆଉ ୨ ମାସ ଭିତରେ ସେ ଘର ଛାଡ଼ିବେ । ବର୍ଷା କହିଛନ୍ତି କି ମୁଁ ତା ପରେ ଯେଉଁଠି ରହିବି ଏକା କେମିତି ରହିବି,ନାରୀ ହିସାବରେ ମୋର ସୁରକ୍ଷା ଦରକାର ।

ଅନୁଭବ ମହାନ୍ତି କହିଛନ୍ତି ଯେ ଆମେ ପଇସା ୨ ମାସ ମଧ୍ୟରେ ଦାଖଲ କରିଦେବୁ,ଆଉ ତା ପରେ ଏହା ଦେଖାଯାଉ ଯେ ଅନୁଭବ ଙ୍କ ସପକ୍ଷରେ ଯାଇଥିବା ଶୁଣାଣି କେତେ ଜୋର୍ ସତ୍ୟା ସତ୍ୟ । ଅନୁଭବ ଚାହୁଁଛନ୍ତି କି ସେ ତାଙ୍କ ବାପା ମା ଙ୍କୁ ନେଇ ସାଙ୍ଗରେ ରହିବା ପାଇଁ,କାହିଁକି ନା ସେମାନେ ଏବେ ଅସୁସ୍ଥ ରହୁଛନ୍ତି । ମାତ୍ର ଘର ଛାଡ଼ିବା ପରେ ବର୍ଷାଙ୍କ ସହ କେହି ରହିବେ କି ନାହି ତାହା ଏପର୍ଯ୍ୟନ୍ତ କିଛି ଜଣା ନାହିଁ ।କଟକ ରୁ ଏବେ ଯାହା ଖବର ଆସୁଛି ସେ ଏବେ ଅନୁଭବ ମହାନ୍ତିଙ୍କ ପୈତୃକ ଘର ଛାଡ଼ିବେ ୨ ମାସ ମଧ୍ୟରେ । ବର୍ଷାଙ୍କୁ କଟକ SDJM କୋର୍ଟ ଏହା ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ବର୍ଷା ଯେଉଁ ଘରେ ରହିବେ ତାହା ସେ ନିଜ ଇଚ୍ଛାରେ ଘର ଚଏସ କରିବେ ।

Leave A Reply

Your email address will not be published.